ଲେଖା: ଡ. ଜୟଶ୍ରୀ ନନ୍ଦ

~ ମଣ୍ଡାପିଠା ~
ମଣ୍ଡା ପିଠା ଗୋଲ୍ ଗୋଲ୍,
ଚାଲ ଯିବା ଚଣ୍ଡିଖୋଲ।
ଲୋକଗୀତଟି ପଢୁ ପଢୁ ଆପଣ ଅନୁମାନ କରିସାରିବେଣି ଆଜି ଆମର କେଉଁ ଏକ ପ୍ରଧାନ ପାରମ୍ପରିକ ପିଠା ଉପରେ ଲେଖା ହେବ । ମଣ୍ଡା ପିଠା ଏକ ଓଡ଼ିଆ ପାରମ୍ପରିକ ପିଠା । ଏହା ପ୍ରତ୍ୟେକ ଓଡ଼ିଆ ଘରେ ମୌସୁମୀର ଆରମ୍ଭରେ, ମାଣବସା ଗୁରୁବାରରେ, ସୁଦଶାବ୍ରତରେ, ଦୁର୍ଗାପୂଜାରେ ଦଶହରା ମଣ୍ଡା, କୁଆଁର ପୁନେଇଁ, ଗଜଲକ୍ଷ୍ମୀ ପୂଜା ଆଦିରେ ପୂଜାରେ ଲାଗି ହେବା ପାଇଁ ତିଆରି କରାଯାଇଥାଏ । ପ୍ରସାଦ ରୂପେ ବଢା ହୁଏ ଦେବାଦେବୀଙ୍କ ପାଖରେ ।
ଆମ କଳାସାଆନ୍ତଙ୍କ ପାଖରେ #ଖୁଆମଣ୍ଡା ଭୋଗଲାଗେ । ସେ ବଡଠାକୁର କଳାସାଆନ୍ତ ତାଙ୍କର ଏହି ଖୁଆମଣ୍ଡା ନିଶ୍ଚେ ମଣ୍ଡା ଠାରୁ ଅଲଗା ।ପର୍ବପର୍ବାଣୀରେ ମଣ୍ଡାପିଠା ଭୋଗ ହେବା ସହ ଏହା ଲୋକଙ୍କର ପ୍ରିୟ ପିଠା ହୋଇଥିବାରୁ ପର୍ବପର୍ବାଣି ନ ହୋଇ ବି ଲୋକମାନେ ବନାଇ ଖାଇବା ପାଇଁ ପସନ୍ଦ କରନ୍ତି ।
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଆମ ରାଜ୍ୟରେ ଧାନ ଚାଉଳର ବ୍ୟବହାର ଅଧିକ ହୋଇଥାଏ। ଆଗକାଳରେ ଆମରାଜ୍ୟରେ ଲୋକମାନେ ଅଟାର ବ୍ୟବହାର କମ୍ ଜାଣିଥିଲେ ବେଶି ବ୍ୟବହାର ହେଉଥିଲା ଚାଉଳଚୁନା । ଚାଉଳଚୁନାରେ ଚାଉଳ ରୁଟି, ଅଟକାଳି, ଗଇଁଠା, ମଣ୍ଡା, କାକରା, ଚିତଉ, ଛୁଞ୍ଚିପତ୍ର ଏ ସବୁ ଚାଉଳଚୁନା ରେ ହିଁ ହେଉଥିଲା ।
ତିଆରି ପ୍ରଣାଳୀ:
ମଣ୍ଡା ପିଠାର ବାହାର ଏକ ବହଳିଆ ଚାଉଳ ଚୂନାରୁ ତିଆରି ଜନ୍ତଣିରେ ତିଆରି କରାଯାଇ ଥାଏ । ଜନ୍ତୁଣୀ ବନାଇବା ପାଇଁ ଅରୁଆ ଚାଉଳକୁ ପାଣିରେ ଭିଜାଇ, ଚାଉଳକୁ ପାଣିରୁ ଛାଣି ଢିଙ୍କି ବା ହେମଦସ୍ତାରେ କୁଟି ଚୁନା ତିଆରି ହୁଏ । ଆଜିକାଲି ଢିଙ୍କି ବା ହେମଦସ୍ତାର ବ୍ୟବହାର କମିଗଲାଣି ସମସ୍ତେ ଗ୍ରାଇଣାଡର ବ୍ୟବହାର କରି ଚାଉଳ ଚୁନା ତିଆରି କରୁଛନ୍ତି । ଫୁଟୁଥିବା ଗରମ ପାଣିରେ ଲୁଣ ପକାଇ ସେଥିରେ ଚାଉଳଚୁନା ପକାଇ ଜନ୍ତୁଣୀ ତିଆରିହୁଏ। ଥଣ୍ଡା ହେବା ପରେ ଜନ୍ତୁଣୀକୁ ଭଲ ଭାବରେ ଚକଟି ନରମ ଜନ୍ତୁଣୀ ବନା ଯାଏ । ସେ ଜନ୍ତୁଣୀରେ ପୁର ଦେଇ ମଣ୍ଡା ତିଆରି ହୁଏ ।ଭିତରେ ଗୁଡ଼ ଓ ନଡ଼ିଆ ବା ଛେନାର ପୁର ଦେଇ ବାହାର ଭାଗକୁ ପୁରାପୁରି ବନ୍ଦ କରାଯାଇଥାଏ ଓ ଏକ ବାମ୍ଫ ପାତ୍ର ଭିତରେ ସିଝାଯାଇଥାଏ । ଅନେକ ଲୋକ ମଣ୍ଡା ପୁର ପାଇଁ ଗରମ ମସଲାରେ ଭଜା ଆଳୁ ମଟର, ବନ୍ଧାକୋବି, ଫେଶି ଓ ଗୁଡ ପୁର, ମୁଗ ନଡିଆ ପୁର, ନଡିଆଗୁଡ ପୁର, ଇତ୍ୟାଦି ବ୍ୟବହାର କରନ୍ତି । ଦହିରୁ ତିଆରି ଛେନା ଓ ଗୁଡ ପୁର ଦିଆ ମଣ୍ଡାର ସ୍ବାଦ ଖୁବ୍ ସୁଆଦିଆ । ଖାଲି ଚାଉଳଚୁନା ନୁହେଁ କିଛିଲୋକ ସୁଜିରେ ଜନ୍ତୁଣୀ ବନାଇ ସୁଜିମଣ୍ଡା ବି ତିଆରି କରନ୍ତି । ମଣ୍ଡା ହାଣ୍ଡିରେ କପଡାର ଅଥାର ବାନ୍ଧି ସିଝା ହୁଏ ଅବା କିଛି ଲୋକ ପାଣିକୁ ଫୁଟାଇ ସେଥିରେ ମଣ୍ଡାକୁ ସିଝାନ୍ତି ଓ ମଣ୍ଡା ସିଝି ଆସିଲେ ଚଟୁରେ ପାଣିରୁ କାଢନ୍ତି ଏ ପ୍ରକାର ବି ମଣ୍ଡା ସିଝା ହୁଏ । ଆଜିକାଲି ଲୋକ ଏ ପାଇଁ ଇଟିଲି ଛାଞ୍ଚ ଓ ଷ୍ଟିମର ବ୍ବବହାର କରୁଛନ୍ତି ।
ବିଭିନ୍ନ ଓଷା ବାରରେ ମଣ୍ଡା ତିଆରି ହୁଏ । ମାର୍ଗଶିର ଗୁରୁବାରରେ ମଣ୍ଡା ପିଠା ହୁଏ । ସୁଦଶାବ୍ରତରେ ଦଶଟି ମଣ୍ଡା ହୋଇ ଭୋଗ ହୁଏ । ଶୁକ୍ଳ ମଣ୍ଡା, ଦଶହରା ମଣ୍ଡା, କୁମାର ପୁନେଇଁରେ ମଣ୍ଡା ଭୋଗ ହୁଏ । ଘୋରାମଣ୍ଡା ଏକ ପ୍ରକାରର ମଣ୍ଡା ଯାହା ବହୁତ ନରମ, ଓଡ଼ିଆ ମାନଙ୍କର ଅତି ପ୍ରିୟ । ଏହି ମଣ୍ଡା ବି ବିଭିନ୍ନ ପ୍ରକାରର ପୁର ଦେଇ ତିଆରି ହୁଏ ।
କେହି କେହି ଗୁଡନଡିଆ ପୁର ପସନ୍ଦ କରନ୍ତି ନାହିଁ ତେଣୁ କଟାଆଳୁ ଭଜା ପୁର ଭାବେ ବ୍ୟବହାର କରନ୍ତି, କେହି କେହି ଫେଶିକୁ ଭାଜି ଚୁନା କରି ସେଥିରେ ଗୁଡ ମିଶାଇ ପୁର ରୂପେ ବ୍ୟବହାର କରନ୍ତି । ସବୁଠୁ ବଡକଥା ଏହି ମଣ୍ଡା ପିଠା ବାମ୍ଫ ବା ଷ୍ଟିମ୍’ରେ ସିଝା ହୋଇଥାଏ ଯାହା ଦେହ ପାଇଁ ଖୁବ୍ ଭଲ ତେଲ, ଘିଅ ନ ଥାଏ ତା ସହିତ ଭଲ ଭାବେ ଶିଝା ଯାଇଥାଏ ତେଣୁ ଅନେକ ଲୋକ ଖାଇବା ପାଇଁ ଭଲ ପାଆନ୍ତି । ସଜ ମଣ୍ଡାର ସ୍ବାଦ ଠାରୁ ବାସୀ (ପରଦିନ) ମଣ୍ଡା ଅନେକ ଲୋକ ପସନ୍ଦ କରନ୍ତି ।
(ଗୁରୁବାର ମାଣଓଷାରେ ଭୋଗ:
ଅନ୍ନ, ଡାଲେମା, ଗଇଁଠା, ମଣ୍ଡା ଓ ଫଳମୂଳ)
ଚାଉଳ ଜନ୍ତୁଣୀରୁ ମଣ୍ଡା ବନାଇବା ପାଇଁ ଜନ୍ତୁଣୀକୁ ଭଲଭାବେ ଚକଟା ହୁଏ ସେଇଟି ଟିକେ କଷ୍ଟକର । ତେଣୁ ଅନେକ ଲୋକ ଆଜିକାଲି ସୁଜି ଜନ୍ତୁଣୀ ବନାଇ ମଣ୍ଡା ତିଆରି କରୁଛନ୍ତି । କିନ୍ତୁ ଜନ୍ତୁଣୀ ବନାଇବା ବେଳେ ଜଦି ଗୋଟେ ଚାମଚ ଘିଅ ଜନ୍ତୁଣୀ ଆଗରୁ ଗରମ ପାଣିରେ ପକାଇବେ ତା ହେଲେ ଜନ୍ତୁଣୀ ନରମ ବନିବ ଏବଂ ଚକଟିବା ବେଶି ଆବଶ୍ୟକ ପଡିବ ନାହିଁ ଅଥବା ଚାଉଳ ଭିଜିଗଲା ପରେ ପାଣି ସହ ବାଟିକି ଆଉଟି ଆଉଟି ଧିପି ଧିପି ନିଆଁରେ ଜନ୍ତୁଣୀ ବନାଇଲେ ନରମ ହୁଏ ।
ଆଗ ଯୁଗରେ ଥିଲା ଯୌଥ ପରିବାର ଗୋଟିଏ ଘରେ ଶାଶୁ ବହୂ ଯାଆ ନଣନ୍ଦ ଅନେକ ସ୍ତ୍ରୀ ଲୋକ ଏକାଠି ରହୁଥିଲେ କାମ କଲାବେଳେ ମିଳିମିଶି କରୁଥିଲେ ତେଣୁ ଏ ପାରମ୍ପରିକ ପିଠା ଗଢିବା ବେଳେ ଚୁଲି ଚାରିପଟେ ବସି କିଏ ଜନ୍ତୁଣୀ ଚକଟୁ ଥିଲା ତ କିଏ ପିଠା ଗଢୁଥିଲା କିଏ ଅଥାର ବାନ୍ଧୁଥିଲା ତେଣୁ ଏ ସବୁ ବନାଇବା ପାଇଁ ସହଜ ହେଉଥିଲା । ଖାଇବାର ମଜା ବି ଥିଲା । ଆଜି କାଲି ତ କଥା ଅଲଗା । ସମସ୍ତେ ଗାଁ ଛାଡି ସହରରେ। ବୁଢିମା ଆଈଙ୍କୁ କହିଲେ କହିବେ ତୁମେ ସବୁ ଏକା ରହିବା ପସନ୍ଦ କରୁଛ । ଏକାଠି ଖାଇବା ରହିବାର ମଜା ଅଲଗା ।
ଏ ଆମ ଓଡ଼ିଆ ଘର ପାରମ୍ପରିକ ଖାଦ୍ୟ ତେଣୁ ଆମ ସହ ଏହା ଖୁବ୍ ପରିଚିତ । ଆମ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର କରିବା ଆମର ଆଗାମୀ ପିଢିକୁ ଏ ସବୁ ସହ ଯୋଡିବା ଖାଇବା ଖୁଆଇବା ଏ ସବୁ ଆମର କର୍ତ୍ତବ୍ୟ ହେଉ ।
© Dr. Jayashree Nanda
Spread the love
admin

View Comments

  • ଓଡ଼ିଆ ଘରର ପିଠା , ହଁ ଏମିତି କେବଳ ଓଡ଼ିଶାର ପୁରପଲ୍ଲୀରେ। ନିଆରା ସ୍ଵାଦ , କେହି ଜଣେ ହେଲେ ଅସ୍ବୀକାର କରି ପାରିବେ ନାହିଁ ।

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

9 hours ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

2 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago