Physical Address
Sai Samarpanam, Satya Vihar, Bhubaneswar

~ ମାଣବସା ଗୁରୁବାର ~ ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ । ଗୋମୟ ଲିପା ଅଗଣାତଳ ଦିଶୁଚି କେଡ଼େ ସୁନିରିମଳ ନୟନ ମନ ନେଉଚି ହରି ପିଠଉ-କମ-ଝୋଟି ଶତେକ ଦଳେ ହୋଇଚି ଲେଖା ପଦ୍ମଫୁଲ ଗୋଟି । (ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ‘ଶ୍ରୀୟା…

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l ଜଗତପିତା ନାରାୟଣ (ଜଗନ୍ନାଥ)ଙ୍କ ବାମା l ପ୍ରାଚୀନତମ ଗ୍ରନ୍ଥ ରୁକବେଦର “ଶ୍ରୀସୁକ୍ତ” ମାଆ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ସମର୍ପିତ l ଅମର ସିଂହଙ୍କ ରଚିତ ଅମରକୋଷରେ ମାଆଙ୍କର ଅନେକ ନାମ ଉଲ୍ଲେଖ ଅଛି ଯଥା ଲକ୍ଷ୍ମୀ…

~ ‘ଅଲାଗିପାଳି’ ଓ ମାଣବସା ଗୁରୁବାରର ‘ଧାନମାଣିକା’ ମାହାତ୍ମ୍ୟ ~ ଲେଖା: ଅମୃତେଶ ଖଟୁଆ ଉଜ୍ଜ୍ବଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ସହ ମାର୍ଗଶିର ମାସର ହେମନ୍ତ ଆକାଶ ସୁସଜ୍ଜିତ ହୋଇ ରହିଥାଏ ନବଶସ୍ୟର ଅମଳ ନିମନ୍ତେ । ରବି ଶସ୍ୟର ସବୁଜିମା କ୍ଷେତଗୁଡ଼ିକୁ ନିଆରା ରଙ୍ଗ ତୂଳୀରେ ବର୍ଣ୍ଣିଳ କରିସାରିଛି । ଏଥିରେ ଲକ୍ଷ୍ମୀ ଦେବୀଙ୍କର ସ୍ବର୍ଗୀୟ…

~ ଧାନମାଣିକା ଓଷା, ମାଣବସା ଗୁରୁବାର ~ ଲେଖା: ଅମୃତେଶ ଖଟୁଆ ପ୍ରଶାନ୍ତ ବନରାଜିନୀଳାର ଶ୍ୟାମଳ ପ୍ରକୃତିକୁ ଆଶ୍ରୟ କରି ଆର୍ଯ୍ୟେତର ବନବାସୀ ସମାଜର ଉପକ୍ରମ ସଙ୍ଗେ ପ୍ରାଚୀନ ଆରଣ୍ୟକ ଜନବସତିଠାରୁ ପୁନଶ୍ଚ ପୃଥକ ହୋଇ କ୍ରମେ ଦ୍ରାବିଡ଼ାଦି ଗଣଙ୍କ ଆଗମନରୁ ସାମୂହିକ ଜନସମାଜ ମଧ୍ୟରେ ଅରଣ୍ୟଜୀବୀ ଓ ଆର୍ଯ୍ୟ ପ୍ରଭୃତି ରାଜକୀୟ ବର୍ଗ ଏକତ୍ର…

~ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ର ସାଂସ୍କୃତିକ ଭୂମିକା ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରନ୍ତି, ଯାହା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି ପଢୁ ପଢୁ ଆପଣ ଅନୁମାନ କରିସାରିବେଣି ଆଜି ଆମର କେଉଁ ଏକ ପ୍ରଧାନ ପାରମ୍ପରିକ ପିଠା ଉପରେ ଲେଖା ହେବ । ମଣ୍ଡା ପିଠା ଏକ ଓଡ଼ିଆ ପାରମ୍ପରିକ ପିଠା । ଏହା ପ୍ରତ୍ୟେକ…

ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…

ଲେଖା: ଦେବ ତ୍ରିପାଠୀ ଗାଁ ମାଟିର ତୁଟାଇ ଶିରୀ ସହର ଚାହେଁ ଉଙ୍କି, ବଗଡା ଭାତ ରୁଚୁନି ଆଉ ଅଲୋଡ଼ା ଆଜି ଢିଙ୍କି II ଦିନକୁଦିନ ଯନ୍ତ୍ରସଭ୍ୟତା ଭିତରେ ପେଷି ହୋଇ ଯାଉଥିବା ମଣିଷ ହରାଇବସୁଛି ନିଜର କର୍ମଦକ୍ଷତା । ଏହି ସମାଜ ଆଧୁନିକତା ଛଳରେ ସହରୀସଭ୍ୟତା ସହ ନିଜକୁ ତଉଲି ଚାଲିବାର ଉଦ୍ୟମ କରିଛି…

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାରେ ଅସରନ୍ତି ପର୍ବପର୍ବାଣୀ, ଦାରିଦ୍ର୍ୟ ସତ୍ତ୍ଵେ ସେସବୁ ପର୍ବପର୍ବାଣୀକୁ ନିଷ୍ଠା ଓ ପବିତ୍ରତା ସହିତ ପାଳିବାରେ କୁଣ୍ଠା କରେନି ଓଡିଆଣୀ । ଅଧିକାଂଶ ପର୍ବପାଳନ ହୁଏ ପରିବାରର ମା’ମାନଙ୍କ ଦ୍ଵାରା । ପର୍ବାଣୀ ଗୁଡିକରେ ପୂଜାଉପଚାର ଯେପରି ଭିନ୍ନ, ସେହି ଅବକାଶରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ମଧ୍ୟ ସ୍ବତନ୍ତ୍ର । ଓଡ଼ିଆଙ୍କ ଇଷ୍ଟଦେବ…