~ ହଳଦୀ ~
ଲେଖା: ଡ. ଜୟଶ୍ରୀ ନନ୍ଦ
କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ କଞ୍ଚା ହଳଦୀ । ପୂଜାରୁ ରୋଷେଇ ଯାଏ ଲାଗି ହେଉଥିବା ଶୁଦ୍ଧ ହଳଦୀ। ଟିକେ ସୁବିଧା ପାଇଁ ଅଧିକ ଅର୍ଥ ଦେଇ ସମସ୍ତେ କିଣୁଛେ ହଳଦୀଗୁଣ୍ଡ। ଶୁଣାଯାଏ କେତେ ପ୍ରକାରର ଭେଜାଲ ମିଶା ଯାଉଛି ହଳଦୀଗୁଣ୍ଡରେ। ପୂଜାପାର୍ବଣରେ ହଳଦୀ ପ୍ରଥମ ଦରକାର ହୁଏ। ବାହାଘର ବ୍ରତଘର ଗୁଆ ମଙ୍ଗୁଳା ସବୁଥିରେ ଦରକାର ।
ଏବେ ବଟାହଳଦୀ ଖୁବ୍ କମ୍ ଦେଖିବା ପାଇଁ ମିଳୁଛି। ରୋଗ ବ୍ୟାଧି ଯନ୍ତ୍ରଣା, ଦେହଦରଜ, ପୋକଯୋକ କାମୁଡିଦେଲେ ଆଗେ ଖୋଜାପଡେ। କେହି କଞ୍ଚାହଳଦୀ ଶିଳରେ ବାଟିଲେ ସେ ସୁବାସ ଚାରିଆଡେ ଖେଳିଯାଏ। ଏବେ ସେ ସୁଗନ୍ଧ କାହିଁ ଆମେ ସୁବିଧା ପାଇଁ ରୋଗ ବି କିଣୁଛୁ ଆଉ ଅଧିକ ପଇସା ବ୍ୟୟ କରି ରୋଗ ବି କିଣୁଛୁ ବଜାରରୁ ପ୍ୟାକେଟ ବାଲା ହଳଦୀଗୁଣ୍ଡ କିଣି ।
ବିଚାର କରନ୍ତୁ, ହଳଦୀପତ୍ର ଖୋଜାପଡେ ପ୍ରଥମାଷ୍ଟମୀରେ। ସେତେବେଳେ ହଳଦୀଚାଷ କଥା ମନେପଡେ। ଆମେ ନିଜ ବାଡିରେ ହଳଦୀ ଲଗାଇ ପତ୍ର ବି ବ୍ୟବହାର କରି ପାରିବା ଆଉ ଶୁଦ୍ଧ ବି। ହାଟ ବଜାରରୁ କାହିଁକି କିଣିବା ପ୍ୟାକେଟ ହଳଦୀଗୁଣ୍ଡ।
ଲୋକମାନେ ତିଅଣ ବା ତୁଣ ରାନ୍ଧିବା ପାଇଁ ଶିଳ ଶିଳପୁଆରେ ଜିରା ସୋରିଷ ଗୋଟା ଧଣିଆ, ହଳଦୀ, ଲଙ୍କା, ପୋସ୍ତ ଆଦି ବାଟୁ ଥିଲେ । ତେଣୁ ତାକୁ ବାଟଣ କହୁଥିଲେ। ଆମେ ତ ଆଜିକାଲି ବାଟଣ କହିଲେ ମଳିମୁଣ୍ଡିଆ ହୋଇଯିବା କାଳେ ସେ ପାଇଁ ମସଲା କହୁଛେ। ଆଜ୍ଞା ଠିକ କହିଲି କି ନାହିଁ। କେବଳ ମା’ ଜେଜେମା ଅମଳର ଲୋକ ହିଁ ବାଟଣ କହୁଥିବେ ଆମେ ତ ଅତ୍ୟାଧୁନିକ ଯୁଗର ମସଲା କହୁଛେ।
Haladi Haldi
Spread the love
admin

Share
Published by
admin
Tags: ହଳଦୀ

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago