ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଥିବା ଏହି ଚନ୍ଦନଯାତ୍ରା ମହୋତ୍ସବରେ ଶ୍ରୀମନ୍ଦିରରେ କେତେକ ସ୍ୱତନ୍ତ୍ର ନୀତି ପାଳନ କରାଯାଇଥାଏ !
~ ଚନ୍ଦନଯାତ୍ରା ~
ଉକ୍ତ ଦିନ ଶ୍ରୀଗ୍ରହମାନଙ୍କ ସକାଳଧୂପ ଶେଷ ହେବାପରେ ତିନି ବାଡରେ ମଇଲମ ହୋଇ ମହାସ୍ନାନ କରାଯାଏ ! ଏହାପରେ ପୂର୍ବଦିନ ଠାରୁ ଅଧିବାସିତ ହୋଇଥିବା ଚନ୍ଦନ ପିଙ୍ଗଣ ଓ ପରଖଗୁଡିକ ଘଣ୍ଟ, ଛତି, କାହାଳି ସହ ପୂଜାପଣ୍ତା, ପତିମହାପାତ୍ର, ମୁଦିରସ୍ତ, ତିନିଜଣ ପୁଷ୍ଫାଳକତଳିଛ ପଟୁଆର ହୋଇ ତିନିଥର ବଡଦେଉଳକୁ ପ୍ରଦକ୍ଷିଣ କରାଇ ରତ୍ନସିଂହାସନ ଉପରେ ତିନିବାଡରେ ରଖାଯାଏ ଓ ପରେ ଗର୍ଭଗୃହସ୍ଥ ପୋଖରିଆରେ ପାଣି ପଡି ଧୁଆଯିବା ପରେ ଶୀତଳଭୋଗ ବଢାଯାଇ ପଞ୍ଚୋପଚାର ବିଧିରେ ପୂଜା କରାଯାଏ !
ଭୋଗ ସରିଲେ ସୂନା ଗୋସ୍ୱାମୀଙ୍କ ପ୍ରଦତ୍ତ ପୁଷ୍ଫରେ ନିର୍ମିତ ଅଳକା ଏବଂ ଶ୍ରୀରାମଦାସ ମଠ ଦେଇଥିବା ଚଉସରା ଇତ୍ୟାଦି ମହାପ୍ରଭୁ ମାନଙ୍କୁ ଲାଗି ପୂର୍ବକ ଛଅ ମୂର୍ତ୍ତି ଅଳଙ୍କାରରେ ସଜ୍ଜିତ କରାଯାଇ ବେଶ ବଢେ ଓ ମୁଦିରସ୍ତଙ୍କ ଦ୍ୱାରା ପ୍ରସାଦଲାଗି ହୋଇଥାଏ ! ଏହାପରେ ଶ୍ରୀମନ୍ଦିରସ୍ଥ ଦକ୍ଷିଣ ଘରେ ଚନ୍ଦନ ସର୍ବାଙ୍ଗ ବଢି ଭୋଗ ସରିବା ପରେ ମଦନମୋହନରାମକୃଷ୍ଣ ଚଳନ୍ତି ପ୍ରତିମାନଙ୍କୁ ମହାଜନ ସେବକମାନଙ୍କ ହସ୍ତରେ ରତ୍ନସିଂହାସନକୁ ବିଜେ କରାଯାଏ !
ଏଠାରେ ତିନିଜଣ ପୂଜାପଣ୍ତା ସେବକ ଷୋଡଶ ଉପଚାର ବିଧିରେ ମଧ୍ୟାହ୍ନଧୁପ ପୁଜା ଓ ଭୋଗ ମଣୋହି କରିବା ପରେ ତିନି ବାଡରେ ଯଥାକ୍ରମେ ପଣ୍ତା, ପତିମୁଦିରସ୍ଥ ବନ୍ଦାପନା ନୀତି ଶେଷ କରନ୍ତି ! ତତ୍ପରେ ପଣ୍ତା ଆଜ୍ଞାମାଳ ଦେବା ଉତ୍ତାରେ ଝୁଲଣ ମଣ୍ତପ ତଳେ ଥିବା ସୁସଜ୍ଜିତ ପାଲିଙ୍କିରେ ରାମ, କୃଷ୍ଣ, ଓ ମଣିବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ ବିଜେ ହୋଇଥାନ୍ତି !
ଚନ୍ଦନଯାତ୍ରା
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago