~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~
ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ
ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ l ତାଙ୍କ ବିନା ଓଡ଼ିଶା ଓ ଓଡ଼ିଆ ଉଭୟ ପରିଚୟ ଶୂନ୍ୟ l ଉତ୍କଳରେ ଗଙ୍ଗବଂଶର ରାଜତ୍ଵ ସମୟରେ ବଡ଼ଦେଉଳର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଶ୍ରୀଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତାର ପଦ ଅଳଙ୍କୃତ କରିଥିଲେ l ଶ୍ରୀଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତା ରୂପେ ପରିଚିତ ହେବl ପରେ ଓଡ଼ିଶାରେ ଥିବା ଗଡ଼ଜାତ ରାଜ୍ୟଗୁଡ଼ିକରେ ଶ୍ରୀଜଗନ୍ନାଥଙ୍କ ପୂଜା ବ୍ୟାପକ ହୋଇଥିଲା ଜଗନ୍ନାଥ ସଂସ୍କୃତିର ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାର ଗଡ଼ଜାତ ରାଜାମାନେ ସେମାନଙ୍କ ରାଜ୍ୟରେ ଶ୍ରୀଜୀଉଙ୍କୁ ପ୍ରତିଷ୍ଠା କରିଥିଲେ l
କେଉଁଠାରେ ଚତୁର୍ଦ୍ଧାମୂର୍ତ୍ତି ପୁରୀ ଅନୁକରଣରେ ପ୍ରତିଷ୍ଠା ହେଲେ ତ ଆଉ କେଉଁଠି ମହାପ୍ରଭୁଙ୍କର ଏକକ ଶ୍ରୀବିଗ୍ରହ ପତିତପାବନ ଦଧିବାମନ ନାମରେ ପୂଜିତ ହେଲେ l ତନ୍ମଧ୍ୟରୁ ଆଠଗଡ ଗଡ଼ଜାତରେ ପୂଜିତ ଅଟ୍ଟାଳୀ ଜଗନ୍ନାଥ ହେଉଛନ୍ତି ଏକକ ପତିତପାବନ ବିଗ୍ରହ l
ଆଠଗଡ ଗଡ଼ଜାତର 22ତମ ରାଜା ଶ୍ରୀକରଣ ଗୋପୀନାଥ ବେବର୍ତ୍ତା ପଟ୍ଟନାୟକ ପୁରୀର ତତ୍କାଳୀନ ଗଜପତିଙ୍କ ଠାରୁ ପୁରୀ ଶ୍ରୀମନ୍ଦିର ବେଢାରେ ଥିବା ବଟବୃକ୍ଷ ମୂଳରେ ପୂଜିତ ପତିତପାବନଙ୍କ ଶ୍ରୀବିଗ୍ରହଙ୍କୁ ନିଜ ରାଜ୍ୟକୁ ଆଣି ଏକ ଅଟ୍ଟାଳିକା ନିର୍ମାଣ କରି ପ୍ରତିଷ୍ଠା କରିଥିଲେ l ଠାକୁର ଦୀର୍ଘବର୍ଷ ଧରି ଏହି ଅଟ୍ଟାଳିକାରେ ପୂଜା ପାଇବା ପରେ ମନ୍ଦିରରେ ବିଜେ କରିଥିଲେ l ସେଥିପାଇଁ ପତିତପାବନ ନାମ ପରିବର୍ତ୍ତେ ଅଟ୍ଟାଳୀ ଜଗନ୍ନାଥ ନାମରେ ପରିଚିତ ହେଲେ l
ଅନ୍ୟଏକ ଜନଶ୍ରୁତି ଅନୁସାରେ ଢେଙ୍କାନlଳର ତତ୍କାଳୀନ ରାଜା ଶ୍ରୀକ୍ଷେତ୍ରରୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରି ଶଗଡ଼ି ସାହାଯ୍ୟରେ ନିଜ ରାଜ୍ୟକୁ ନେଉଥିଲେ l ଆଠଗଡ ବାଟ ଦେଇ ମହାପ୍ରଭୁ ଯିବା ସମୟରେ ଶଗଡ଼ିରୁ ଗଡ଼ି ପଡ଼ି ରହିଗଲେ l ସେହି ମୂର୍ତ୍ତି ଏକ ଖୋଲା କୋଠାଘରେ (ଯାହାକୁ ଆଠଗଡର ଲୋକେ ଅଟ୍ଟାଳୀ ବୋଲି କହୁଥିଲେ) ରହି ପୂଜା ପାଇଲେ ସେଥିପାଇଁ ମହାପ୍ରଭୁ “ଅଟ୍ଟାଳୀ ଜଗନ୍ନାଥ” ନାମରେ ପ୍ରସିଦ୍ଧ ହେଲେl ଢେଙ୍କାନାଳ ରାଜା ପରବର୍ତ୍ତୀ ସମୟରେ ମୂର୍ତ୍ତି ପାଇଁ ଗଜପତିଙ୍କ ନିକଟରେ ଅଭିଯୋଗ କରିଥିଲେ ଓ ଗଜପତିଙ୍କ ନିର୍ଦ୍ଦେଶରେ ଏହି ମୂର୍ତ୍ତି ଆଠଗଡରେ ରହିଲେ l
ଆଠଗଡର 29 ତମ ରାଜା ଶ୍ରୀକରଣ ବିଶ୍ଵନାଥ ବେବର୍ତ୍ତା ପଟ୍ଟନାୟକଙ୍କ ସମୟରେ 1899 ମସିହାରେ ଅଟ୍ଟାଳୀ ଜଗନ୍ନାଥଙ୍କ 90 ଫୁଟ ଉଚ୍ଚର ଦେଉଳ ପ୍ରସିଦ୍ଧ ସ୍ଥପତି ନାରାୟଣ ସେଠୀଙ୍କ ତତ୍ତ୍ଵାବଧାନରେ ନିର୍ମିତ ହେଲା l ନିର୍ମାଣ କାର୍ଯ୍ୟ 1904-1905 ମସିହାରେ ଶେଷ ହେଲା l
ଠାକୁରଙ୍କ ସେବା ପାଇଁ ରାଜା ବିଭିନ୍ନ ଗ୍ରାମରେ 360 ଏକର ଜମି ଖଞ୍ଜା କରିଥିଲେ l ପୁରୀ ଅନୁକରଣରେ ପର୍ବ ପର୍ବାଣୀ ପାଳନ କରିବା ସହ 16ଚକ ବିଶିଷ୍ଟ ବୃହତକାୟ ନନ୍ଦିଘୋଷ ରଥ ନିର୍ମାଣ କରି ରଥଯାତ୍ରା ମଧ୍ୟ ପ୍ରଚଳନ କରିଥିଲେ l ପରବର୍ତ୍ତୀ ସମୟରେ ଏହି ରଥଟି ସାମାନ୍ୟ ଛୋଟ ଆଠଚକ ବିଶିଷ୍ଟ ହୋଇ ବର୍ତ୍ତମାନ ରଥଯାତ୍ରାରେ ବ୍ୟବହୃତ ହେଉଛି l ଏଠାରେ ଦୁଇଟି ରଥ ନିର୍ମାଣ କରାଯାଇଥାଏ l ବଡ଼ରଥରେ ଅଟ୍ଟାଳି ଜଗନ୍ନାଥ ବିଜେ କରିଥାନ୍ତି ସାନରଥରେ ସ୍ଥାନୀୟ ଜଗନ୍ନାଥ ବଲ୍ଳଭ ମଠରେ ପୂଜିତ ଚତୁର୍ଦ୍ଧାବିଗ୍ରହ ବିଜେ କରିଥାନ୍ତି l
2015 ମସିହା ନବକଳେବର ସମୟରେ ଶ୍ରୀକ୍ଷେତ୍ର ପୁରୀ ସହ ଯୋଗସୂତ୍ର ରକ୍ଷାକରାଯାଇ ଏଠାରେ ନୂତନ ଶ୍ରୀବିଗ୍ରହ ପ୍ରତିଷ୍ଠିତ ହୋଇଥିଲେ l ମହାପ୍ରଭୁଙ୍କ ପ୍ରତିଟି ପର୍ବପର୍ବାଣୀ ଏଠାରେ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ l ରାଜତନ୍ତ୍ର ଶାସନର ପତନ ପରେ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ବର୍ତ୍ତମାନ ମନ୍ଦିର ପରିଚାଳିତ l
Attali Jagannath Temple Atali Athagarh Athagada Ayushman Arya Ayusman Arya
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago