ଅକ୍ଷୟ ପୁଣ୍ୟଯୁକ୍ତ ତୃତୀୟା, ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ । ବୈଶାଖ ଶୁକ୍ଳ ତୃତୀୟା, ଅକ୍ଷି ତୃତୀୟା । ସତ୍ୟଯୁଗ ଏ ଦିନ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ । ଚାଷୀମାନେ ଏ ଅକ୍ଷି ତୃତୀୟା ଜମିରେ ପ୍ରଥମେ ଧାନ ବୁଣନ୍ତି ।
ଏହି ଦିନ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନଯାତ୍ରା ଆରମ୍ଭ ହୁଏ । ଦ୍ଵିତୀୟ ଦିନ ରାତ୍ରରେ ଚନ୍ଦନ ଲାଗି ବଢ଼ିବା ପରେ ପାଳିଆ ମେକାପ ତିନି ଗୋଟା ରୂପା ପିଙ୍ଗଣରେ ରାଘବଦାସ ମଠ ଦେଇଥିବା ଚନ୍ଦନ ରଖି ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ଦେଇଥିବା ଚନ୍ଦନ ପରଖରେ ଭୋଗମଣ୍ଡପ ଘରକୁ ନିଅନ୍ତି । କାଠ ଭଦ୍ରାସନ ମଣ୍ଡଳ ଉପରେ ପିଙ୍ଗଣ ରଖାଗଲା ପରେ, ପଣ୍ଡା ଆସି ଚେମେଡ଼ି, ପତନି, ଫୁଲ ଚନ୍ଦନ ଦେଇ ସଂସ୍କାର କରି ଅଧିବାସ କରାଇବା ପରେ ତଡ଼ାଉ ଦ୍ଵାରମାନ ଶୋଧ କରି ଦ୍ଵାରମାନଙ୍କରେ ମୁଦ ଦିଅନ୍ତି ଓ ଲେଙ୍କା ପାଇକ ଜଗି ରହନ୍ତି । ଏହାପରେ ଅନ୍ୟନୀତି ହୋଇ ପହୁଡ଼ ପଡେ ।
ସକାଳ ଧୂପପରେ ତିନି ବାଡ଼ରେ ମଇଲମ ଓ ମହାସ୍ନାନ ପରେ ଭୋଗମଣ୍ଡପ ଘରଠାକୁ ପଣ୍ଡା, ପତି ଓ ମୁଦିରସ୍ତ ଓ ଭିତର ମଇଲମ ବଢ଼ାଇଥିବା ତିନି ଜଣ ପୁଷ୍ପାଳକ ଏହିପରି ଛଅ ଜଣ ଯାଇ ପିଙ୍ଗଣମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ତଳିଛ ମହାପାତ୍ର ପଟୁଆରରେ ବଡ ଦେଉଳକୁ ତିନି ଘେରା ବୁଲାଇ ଭିତର ସିଂହାସନ ଉପରେ ତିନି ବାଡରେ ରଖନ୍ତି ! ରାମକୃଷ୍ଣଙ୍କୁ ଓ ବିମାନରେ ଲକ୍ଷ୍ମୀ, ସରସ୍ୱତୀ, ମଦନମୋହନଙ୍କୁ ବିଜେ କରାଇ, ରୁନ୍ଧା ବଢ଼ିବାପରେ ବିମାନବଡୁମାନେ ଘଣ୍ଟା ଛତା କାହାଳୀ ସହ ସିଂହଦ୍ଵାର ଦେଇ ଚନ୍ଦନବେଢ଼ାର ନରେନ୍ଦ୍ର ଚକଡାକୁ ବିଜେ କରାନ୍ତି । ବିମାନ ରାଜନଅର ଦ୍ଵାରରେ ପହଞ୍ଚିଲେ, ରଥ ଅନୁକୂଳ କାର୍ଯ୍ୟ ସକାଶେ ଦେଉଳ ପୁରୋହିତମାନେ ହୋମ କରନ୍ତି ଓ ମହାରଣାମାନେ (ବଢ଼େଇ) ଶାଢୀ଼ବନ୍ଧା ତଡ଼ଉକରଣଙ୍କ ଦ୍ବାରା ହେବାପରେ ପଣ୍ଡାମାନେ ତିନି ରଥକୁ ଅନୁକୂଳ ଆଜ୍ଞାମାଳ ଦିଅନ୍ତି ।
ନରେନ୍ଦ୍ର ଚକଡ଼ାରେ ପହଞ୍ଚିଲେ କର୍ପୂର ଜଳ ମଣୋହି ହେବା ପରେ ରାମକୃଷ୍ଣ ଦୁଇ ଦେବଙ୍କୁ ବଡ଼ଚାପରେ, ମଦନମୋହନ, ଲକ୍ଷ୍ମୀ ଓ ସରସ୍ଵତୀ ସହ ପଛ ଚାପରେ ବିଜେ କରାଇ ମୁଦିରସ୍ତ ପ୍ରସାଦ ଲାଗି କରାନ୍ତି । ଦିନଚାପ ଏକଘେରା ବୁଲିବା ପରେ ରାମକୃଷ୍ଣ ମଦନମୋହନ ଚାପରେ ଥିଲା ବେଳେ ବିଡିଆ ଲାଗି ହୋଇଥାଏ ତା’ପରେ ସୁବାସିତ ଜଳଥିବା ଜଳକୁଣ୍ଡକୁ ବିଜେ ହୁଅନ୍ତି । ଜଳକୁଣ୍ଡରୁ ବାହାରିଲା ପରେ ଅଳଙ୍କାର ଲାଗି ବେଶ ହୋଇ, ପଞ୍ଚୋପଚାରରେ ପୂଜା ପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀମଣିବିମାନରେ, ପଞ୍ଚ ମହାଦେବଙ୍କ ପ୍ରତିନିଧି ନିଜ ନିଜ ବିମାନରେ ଚନ୍ଦନ ପୋଖରୀକୁ ପଟୁଆରରେ ଯାଆନ୍ତି । ନରେନ୍ଦ୍ର ଚକଡ଼ା ରୋଷରେ ହୋଇଥିବା ମାଣ୍ଡୁଅ ଭୋଗବିଡ଼ିଆ ମଣୋହି ହୁଏ । ରାତ୍ର ଚାପପରେ ବିମାନରେ ବିଜେ ହୋଇ ଦେଉଳକୁ ବାହୁଡ଼ନ୍ତି ।
ଏହି ଦିବସଟି ଗଙ୍ଗାଙ୍କ ଧରାବତରଣ ଦିବସ ତଥା ବିଷ୍ଣୁ ସତ୍ୟନାରାୟଣ ରୂପରେ ଆବିର୍ଭୂତ ହୋଇଥିଲେ ବୋଲି କେତେକ ପୁରାଣରେ ବର୍ଣ୍ଣିତ । ଅଗ୍ନିପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣରେ ଅକ୍ଷୟ ତୃତୀୟାକୁ ଏକ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଇଅଛି । ଏହି ଦିବସରେ ଦାନପୁଣ୍ୟାଦି କଲେ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ ବୋଲି ଭବିଷ୍ୟ ପୁରାଣ ବର୍ଣ୍ଣନା କରେ ।ଅକ୍ଷି ତୃତୀୟା ଯଦି ବୁଧବାର ଶ୍ରବଣା ନକ୍ଷତ୍ରଯୁକ୍ତ ହୋଇଥାଏ, ତେବେ ସେହିଦିନ ତପ, ଜପଦାନ, ଓ ହୋମ ଅନୁଷ୍ଠାନ କଲେ ଜୀବର ବୈକୁଣ୍ଠପ୍ରାପ୍ତି ସହ ବହୁ ପୁଣ୍ୟ ଲାଭ ହୋଇଥାଏ ! କୃଷକ ଏହିଦିନ ଅକ୍ଷିମୁଠି ବୁଣି ଲକ୍ଷ୍ମୀଙ୍କୁ ଆରାଧନା କରିଥାଏ !
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

7 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago