ଚନ୍ଦନ ମଣ୍ଡପରେ ଠାକୁରମାନଙ୍କ ସ୍ନାନବେଶ, ଭୋଗ ଇତ୍ୟାଦି ନୀତି ବଢିବା ପରେ ରାତ୍ରଚାପ ନୀତିକୁ ବିଜେ କରିଥାନ୍ତି। ଏହି ରାତ୍ରଚାପ ପୁଷ୍କରିଣୀରେ ତିନି ଘେରା ଭ୍ରମଣ କରିଥାଏ। ଏହାପରେ ଠାକୁରମାନଙ୍କ ଅନ୍ୟାନ୍ୟ ନୀତି ସଂପାଦିତ ହୋଇ ଚାପ ଉପରୁ ବିମାନ ଓ ପାଲିଙ୍କିରେ ଉପବେଶନ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡା ବିଜେ କରିଥାନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଭଉଁରି ଯାତ୍ରା ଦିନ ରାତ୍ରଚାପ ନୀତିରେ ଠାକୁରମାନଙ୍କ ଚାପ ଏକୋଇଶ ଘେରା ବୁଲିଥାଏ ।
ଦିବାଚାପ ଶେଷ ହେବାପରେ ଠାକୁରମାନେ ଚନ୍ଦନ କୁଣ୍ଡରେ ସ୍ନାନ କରିଥାନ୍ତି। ଏଥି ନିମନ୍ତେ ଚନ୍ଦନ ମଣ୍ଡପର ଜଗତି ଉପରେ ନାନାବିଧ ସୁବାସିତ ପୁଷ୍ପ, ଚନ୍ଦନ, କର୍ପୂର ଜଳ ଇତ୍ୟାଦି ପୃଥକ୍ ତିନିଗୋଟି ଚନ୍ଦନ କୁଣ୍ଡରେ ସୁସଜ୍ଜିତ ଥାଏ। ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ ଚନ୍ଦନ ମଣ୍ଡପର ମଧ୍ୟଭାଗରେ ରାମ ଓ କୃଷ୍ଣ ପୂର୍ବଭାଗରେ ଏବଂ ପଞ୍ଚମହାଦେବ ପଶ୍ଚିମ ପାର୍ଶ୍ବରେ ଥିବା ଚନ୍ଦନ କୁଣ୍ଡମାନଙ୍କରେ ବିଜେ କରନ୍ତି। ପବିତ୍ର ଜଳକୁଣ୍ଡରେ ଦେବ ବିଗ୍ରହମାନଙ୍କର ଜଳଲାଗି ନୀତି ବଢିବା ପରେ ସେମାନଙ୍କୁ କୁଣ୍ଡରୁ ଉଠାଇ ପ୍ରୋଞ୍ଛନୀରେ ବିଧି ପୂର୍ବକ ପୋଛାଯାଇ ବିଭିନ୍ନ ପୁଷ୍ପମାଲ୍ଯ ଓ ପାଟବସ୍ତ୍ରରେ ସାଧା ବେଶରେ ସଜ୍ଜିତ କରାଯିବା ପରେ ପଞ୍ଚ ଉପଚାରରେ ଶୀତଳ ଭୋଗ ଲାଗି ହୋଇଥାଏ।
ଏହାପରେ ସ୍ବର୍ଣ୍ଣ ଅଳଙ୍କାରମାନ ଲାଗି ହୋଇ ବେଶ ବଢିବା ପରେ ଚନ୍ଦନ ମଣ୍ଡପକୁ ବିଜେ କରିଥାନ୍ତି। ପରମ୍ପରା ଅନୁଯାୟୀ ବାହାର ଚନ୍ଦନ ଯାତ୍ରା ସମୂହ ଚାପରେ (ନୌକାବିହାର) ଶ୍ରୀଯମେଶ୍ବର କିମ୍ବା ଶ୍ରୀଲୋକନାଥଙ୍କ ଅନୁପସ୍ଥିତିରେ ହୋଇନଥାଏ। ସଂପୃକ୍ତ ମହାଦେବ ନରେନ୍ଦ୍ର ଚକଡାଠାରେ ପହଞ୍ଚିବା ପରେ ନୌକାବିହାର ବା ଚାପଖେଳ ଅନୁଷ୍ଠିତ ହୋଇଥାଏ ।
ଶ୍ରୀମନ୍ଦିରର ଚନ୍ଦନଯାତ୍ରା ନୀତିରେ ନୀଳକଣ୍ଠେଶ୍ବରଙ୍କ ଅଂଶଗ୍ରହଣରେ ଆଜକୁ ପ୍ରାୟ ୧୫୦ ବର୍ଷ ପୂର୍ବେ କଳହ ଘଟିବାରୁ କୁଣ୍ଢେଇବେଣ୍ଟ ସାହିର ଲବଣିଖିଆ ଛକଠାରେ ଏକ ଆସ୍ଥାନ ମନ୍ଦିର ପ୍ରତିଷ୍ଠା କରାଯାଇଛି ଏବଂ ଚନ୍ଦନ ସମୟରେ ଶ୍ରୀନୀଳକଣ୍ଠଙ୍କ ଚଳନ୍ତି ପ୍ରତିମା ଏକୋଇଶ ଦିନ ଏଠାରେ ଅବସ୍ଥାନ କରନ୍ତି।
ଏଠାରେ ସୂଚନାଯୋଗ୍ଯ ଯେ ଉପର୍ଯ୍ୟୁକ୍ତ ପଞ୍ଚ ମହାଦେବଙ୍କ ଚଳନ୍ତି ପ୍ରତିମାମାନ ସବୁ ସମୟରେ ଶ୍ରୀମନ୍ଦିର ଦକ୍ଷିଣି ଘରେ ପୂଜିତ ହୋଇଥାନ୍ତି। ଏହି ସମୟରେ ବିମାନରେ ସ୍ବ ସ୍ବ ଆସ୍ଥାନକୁ ଯାଇ ପନ୍ତି, ବନ୍ଦାପନା ଓ ଶୀତଳଭୋଗ ଇତ୍ୟାଦି ପରେ ପ୍ରତ୍ୟହ ଚନ୍ଦନ ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago