ଲେଖା: ନିରଞ୍ଜନ ସାହୁ

ବିଂଶ ଶତାବ୍ଦୀର ଅନ୍ତିମ ବର୍ଷ । ୧୯୯୯ ମସିହା ଅକ୍ଟୋବର ମାସ ନ’ତାରିଖରେ ପାଳିତ ହେଉଥାଏ ‘ଗୋପବନ୍ଧୁ ଜୟନ୍ତୀ’। ସେହି ଦିନ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ ପ୍ରଥିତଯଶା ପ୍ରାବନ୍ଧିକ ଓ ଆଦର୍ଶ ଶିକ୍ଷାବିତଙ୍କର ଦେହାବସାନ ଘଟିଲା।

ଶ୍ରୀ ବୈକୁଣ୍ଠନାଥ ରଥ – ଓଡ଼ିଆ ସାହିତ୍ୟରେ ସୁପ୍ରାବନ୍ଧିକ ଭାବେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ଵ । ଏକାଧାରରେ ଆଦର୍ଶ ଶିକ୍ଷାବିତ, ସାହିତ୍ୟକାର, ସଙ୍ଗଠକ, ନିରଳସ ସାଧକ ଶ୍ରୀ ରଥ ତାଙ୍କ ଜୀବଦ୍ଦଶାରେ ବହୁ ସମ୍ମାନର ଅଧିକାରୀ। ୧୯୮୮ ରେ ବିଶିଷ୍ଟ ଶିକ୍ଷାବିତ ଭାବେ ରାଜ୍ୟପାଳ ପୁରସ୍କାର, ୧୯୯୪ରେ ଶାରଳା ସମ୍ମାନ, ୧୯୯୯ରେ ପଶ୍ଚିମବଙ୍ଗ ଉତ୍କଳ ସମାଜର ବିଶିଷ୍ଟ ସାହିତ୍ୟିକ ପୁରସ୍କାର ଏବଂ ସର୍ବୋପରି ଛାତ୍ର ଓ ଶିକ୍ଷକ ମଣ୍ଡଳୀର ସଦାସ୍ମରଣୀୟ ବ୍ୟକ୍ତିତ୍ଵ, ଓଡ଼ିଶାର ଅନେକ ସାହିତ୍ୟାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ।

ସାରା ଜୀବନ ଶିକ୍ଷାଦାନକୁ ବ୍ରତ ଭାବେ ଗ୍ରହଣ କରିଥିଲେ ବି ନିଜକୁ ଛାତ୍ର ଭାବେ ବିଚାର କରୁଥିଲେ ସର୍ବଦା। ଓଡ଼ିଶାର ଶିକ୍ଷକ ସଂଘର ନେତା ଭାବେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦିଗରେ ତାଙ୍କର ଦାନ ସ୍ମରଣୀୟ। ତାଙ୍କର କର୍ମକ୍ଷେତ୍ର ଥିଲା ବ୍ୟାପକ। ଅବିଭକ୍ତ କଟକ ଜିଲ୍ଲାର ‘ମଧୁପୁର ଉଚ୍ଚ ବିଦ୍ୟାଳୟ’ରେ ଅଠେଇଶ ବର୍ଷର ଶିକ୍ଷକତା ମଧ୍ୟରେ ସେ ଗଢିଥିଲେ ସେହି ବିଦ୍ୟାଳୟର ପିଲାଙ୍କୁ ଓ ବିଦ୍ୟାଳୟକୁ, ଯାହା ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ କୃତି । ଅଧୁନା ଓଡ଼ିଆ ସାହିତ୍ୟର ବିଶିଷ୍ଟ ସାହିତ୍ୟରଥୀ, ଦାର୍ଶନିକ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ ‘ବୈକୁଣ୍ଠନାଥ ରଥ ଜଣେ ସ୍ଵନିର୍ବାଚିତ ଶିକ୍ଷକ’ ।

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ମନସ୍ଵୀ ଓ ଯଶସ୍ଵୀ ସ୍ରଷ୍ଟା ବୈକୁଣ୍ଠନାଥ ରଥ। ଗଭୀର ଅନ୍ଵେଷା, ସୂକ୍ଷ୍ମ ବ୍ୟବଛେଦ, ଅଭିଜାତ ଭାଷା, ବିଷୟ ବୈଚିତ୍ର୍ୟ ଓ ଈର୍ଷଣୀୟ ପଠନଶୀଳତା ତାଙ୍କ ପ୍ରବନ୍ଧମାନଙ୍କୁ ସ୍ଵାତନ୍ତ୍ର୍ୟ  ମର୍ଯ୍ୟାଦା ପ୍ରଦାନ କରିଛି। ସ୍ଵକୀୟ ଚିନ୍ତନ ଓ ମନନରେ ସ୍ପନ୍ଦିତ ଜୀବନଚର୍ଯ୍ୟା, ଆଦର୍ଶ ଅନୂପ୍ରେରିତ ଶିକ୍ଷକତା ଓ ତପସ୍ଵୀସୁଲଭ ସାରସ୍ଵତ ସାଧନା ହିଁ ତାଙ୍କ ଜୀବନର ବର୍ଣାଳୀ।

‘ଓଡିଆ ଗଦ୍ୟ ସାହିତ୍ୟ (୧୯୬୪), ଜାତି ଓ ଜାଗୃତି(୧୯୬୩), ଚିନ୍ତା ଓ ଚରିତ(୧୯୬୮), ସାହିତ୍ୟର ଆକାଶ(୧୯୮୬), ବିନ୍ଦୁ ଓ ବିସ୍ତାର(୧୯୮୧), ଚର୍ଯ୍ୟା ଓ ଚର୍ଚ୍ଚା(୧୯୯୩), ପ୍ରତ୍ୟୟ ଓ ପ୍ରତିମା(୨୦୦୪), ଭଗ୍ନ ପ୍ରତିମା, ଆତ୍ମଲିପି ‘ଗବାକ୍ଷ’ ତାଙ୍କ ସାରସ୍ଵତ ଜୀବନର ଇସ୍ତାହାର । ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ସମୃଦ୍ଧ କରିଛି ବୈକୁଣ୍ଠନାଥ ରଥଙ୍କର ଏ ସମସ୍ତ ଉଚ୍ଚକୋଟୀର ପୁସ୍ତକ ଗୁଡ଼ିକ।

ସେଇ ମହାନ ସାହିତ୍ୟରଥୀ, ଆଦର୍ଶ ଶିକ୍ଷାବିତ ବୈକୁଣ୍ଠନାଥ ରଥଙ୍କ ଚରଣକମଳରେ ‘ଅନ୍ତରଙ୍ଗ କଳିଙ୍ଗ’ର ଶ୍ରଦ୍ଧାଞ୍ଜଳି ।

Baikunthanath Rath Madhupur Kalana Niranjan Sahu

Spread the love
admin

View Comments

  • ତାଙ୍କ ପିତା ବିଶ୍ୱନାଥ ରଥ ମଧ୍ୟ ଜଣେ ପ୍ରସିଦ୍ଧ ଶିକ୍ଷକ ଥିଲେ | ମୋର ହୃଦୟରୁ କୃତଜ୍ଞତା ଏବଂ ନମସ୍କାର |

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago