admin

admin

ଆହେ ନୀଳ ଶଇଳ

ସୌରଭିତ ସୃଷ୍ଟି: ଭକ୍ତ ସାଲବେଗ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ  ମୋ ଆରତ ନଳିନୀ ବନକୁ କର ଦଳନ ।।୧।।                                    ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ …

କୁଞ୍ଜବିହାରୀ ତ୍ରିପାଠୀ

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ଯେଉଁ ମୁଷ୍ଟିମେୟ ଅଧ୍ୟାପକଙ୍କ ବ୍ୟକ୍ତିତ୍ବ, ଆନ୍ତରିକ ନିଷ୍ଠା, ଗଭୀର ଜ୍ଞାନ ଓ ବଳିଷ୍ଠ ନେତୃତ୍ବ ପ୍ରଭାବରେ ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ବିଭାଗର ସମ୍ମାନ ରକ୍ଷା ହୋଇପାରିଛି, ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଡ. କୁଞ୍ଜବିହାରୀ ତ୍ରିପାଠୀ । ବିଶ୍ବାସ ଓ ଆଚରଣରେ ସେ ଥିଲେ ଯଥାର୍ଥ ଶିକ୍ଷକ। ଓଡ଼ିଆ ଭାଷାର ଇତିହାସ,…

ହେମନ୍ତ ଦାସ

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ  ୧୯୭୬ରେ ମୁକ୍ତିଲାଭ କରିଥିଲା ‘ଶେଷ ଶ୍ରାବଣ’। ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମଟି ଜାତୀୟ ପୁରସ୍କାର ଲାଭକରିଥିଲା। ଏଥିରେ ପ୍ରଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହେମନ୍ତ ଦାସ, ମହାଶ୍ବେତା ରାୟ, ବନଜା ମହାନ୍ତି, ଦୁଃଖିରାମ ସ୍ବାଇଁ ଓ ଧୀର ବିଶ୍ବାଳ ଆଦି କଳାକାର। ‘ମକରା’ ଭୂମିକାରେ ହେମନ୍ତଙ୍କ…

‘ଉତ୍କଳ ଭାରତୀ’ କୁନ୍ତଳାକୁମାରୀ (Utkalabharati Kuntala Kumari)

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ‘ଉତ୍କଳ ଭାରତୀ’ କୁନ୍ତଳାକୁମାରୀ ସାବତ ହେଉଛନ୍ତି ଅନନ୍ୟା, ଅଦ୍ବିତୀୟା କବୀ, ଔପନ୍ୟାସିକା ଓ ସ˚ପାଦିକା। ପ୍ରଥମ ପିଢ଼ିର ଓଡ଼ିଆ ଲେଖିକାଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟା। ତାଙ୍କ ଆୟୁ ଥିଲା ମାତ୍ର ଅଠତିରିଶ ବର୍ଷ। ତନ୍ମଧ୍ୟରୁ ସାହିତ୍ୟିକା ଜୀବନର ଅବଧି ସାତରୁ ଆଠ ବର୍ଷ ମାତ୍ର। ଏହି ସ୍ବଳ୍ପ…

ଆମ କଟକର ନିଆରା ପର୍ବ: ଖୁଦୁରୁକୁଣୀ ମେଳଣ

ଲେଖା: ବନ୍ଧନ ଦଳାଇ ଯାତ୍ରା-ମହୋତ୍ସବ ଓ ପର୍ବପର୍ବାଣି ଅନୁଷ୍ଠାନ ମଧ୍ୟରେ ଯେ କୌଣସି ଜାତିର ଜାତୀୟଜୀବନ ଚିତ୍ର ପ୍ରତିଫଳିତ ହୁଏ, ଏବଂ ଏହାକୁ ଭିତ୍ତି କରି ଗଢିଉଠେ ପରମ୍ପରା, ଯାହାର ନିର୍ଯ୍ୟାସକୁ ନେଇ ସଂସ୍କୃତିରୂପ ଗ୍ରହଣ କରେ। ସେହି ଦୃଷ୍ଟିରୁ ବିଚାର କଲେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା ମା’ମଙ୍ଗଳାଙ୍କ ଖୁଦୁରୁକୁଣି ଓଷା। ଏହି ଓଷାର…

ବର୍ଷାରେ ଆମ ଗାଆଁ

ଲେଖା: ଅକ୍ଷୟ ଓଝା ରଜ ସରୁ ସରୁ ବର୍ଷା ଆସିଯାଏ ଆମ ଗାଆଁରେ । ଖୁବ୍ ଝୁମି ଝୁମି ବର୍ଷେ । ଚାଳରୁ ବୋହି ପଡେ ବର୍ଷା । ପାଣି ଫୋଟକା ହୋଇ କିଛି ସମୟ ପାଇଁ ଖେଳି ବୁଲେ ପାଣିରେ । ପୁଣି କୁଆଡେ ଉଭାନ ହେଇଯାଏ । ଚାଳ ପାଣିରୁ ଦାଣ୍ଡ ଭରେ…

ଉତ୍କଳଭାରତୀଙ୍କ ଉକ୍ତି

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ଗଙ୍ଗାଧରଙ୍କ ଭାଷାପ୍ରେମ ଓ ଜାତିପ୍ରେମର ପଟାନ୍ତର ନାହିଁ । ଏହି ପର୍ଯ୍ୟାୟରେ ତାଙ୍କୁ କାହା ସହିତ ତୁଳନା କରିହୁଏ ନାହିଁ । ସେ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ଆଦର୍ଶରେ ଦୀକ୍ଷିତ ବ୍ୟକ୍ତିତ୍ୱ ଥିଲେ । ସେଥିପାଇଁ ଆଲୋଚକମାନେ ତାଙ୍କ ଜୀବନ ଓ ସାହିତ୍ୟ ମଧ୍ୟରେ ଯେଭଳି ସାଦୃଶ୍ୟ ଦେଖନ୍ତି,…

କ୍ରୁରାଶିନୀ ଜଣାଣ (Krurashini Janana)

ସୌରଭିତ ସୃଷ୍ଟି: ସୁରଙ୍ଗିଗଡ଼ ରାଜା ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦ୍ଦେବ (Chandrachudamani Raja Harichandana Jagaddeba of Surangi Gada) କରି ତୋତେ ଭରସା କାହିଁକି ଏ ଦୁର୍ଦ୍ଦଶା କରାଉଅଛି ଲୋକହସା, କରିଅରିବାହିନୀ କିଞ୍ଚିତେ ଚିତ୍ତେଘେନି କୃପାମ୍ବୁ ମୋ ପରେ ବରଷା, ଗୋ କ୍ରୁରାଶିନୀ ।।କରୁଣାମୟୀ ତ ବୋଲାଉ କାର୍ପଣ୍ୟଜନ ଠାରେ ଆଉ। କଲେ ଅଣ ଆଦର,…

ଆର୍.ଆଇ.ଏନ୍ (ପଞ୍ଚଜନ୍ୟ କାବ୍ୟର ଏକ କବିତା)

ସୌରଭିତ ସୃଷ୍ଟି: ନିତ୍ୟାନନ୍ଦ ମହାପାତ୍ର ସିପାହୀବିଦ୍ରୋହର ପୁନଃ ଅଭିନୟ, ଇତିହାସର ପୁନଃ ପାରାୟଣ, ସେଦିନ ବମ୍ବେର ବୁକୁ ଉପରେ ଉନ୍ମାଦନା ସୃଷ୍ଟିକଲା । “ୟୈ କାଲା ହିନ୍ଦୁସ୍ଥାନୀ, ଏଇ କଳା ଭାରତୀୟମାନେ କେବଳ ମରିଜାଣନ୍ତି ଭୋକର ତାଡ଼ନାରେ, କେବଳ ଗୋଲାମୀ କରିଜାଣନ୍ତି ସ୍ବାଚ୍ଛନ୍ଦ୍ୟର ମୋହରେ . . ଶ୍ଵେତାଙ୍ଗର ଆଜ୍ଞାବହ ହୋଇପାରନ୍ତି ଆପଣା ବୀରତ୍ୱର ମୂଲ୍ୟରେ…

ସାପସାପୁଆଣୀ ନାଟ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ସାପସାପୁଆଣୀ ନାଟ, ମୁକ୍ତାକାଶ ପ୍ରଦର୍ଶନୀରେ । ଏହା ପୁଣ୍ୟପୀଠ ପାରଳାରେ ରାଜାରାଜୁଡା ଅମଳରୁ ଚାଲି ଆସୁଥିଲା । ଏହାକୁ କୌଣସି ପର୍ବ, ତଥା ଶୋଭାଯାତ୍ରାରେ କତଲକଇଠା ବାଦ୍ୟ ତାଳେ ତାଳେ ପରିବେଷଣ କରାଯାଏ। ଆଜି ଏହା ଲୁପ୍ତପ୍ରାୟ ହେବାକୁ ବସିଲାଣି। ଦକ୍ଷିଣ ଓଡିଶାର ଏହି ପରମ୍ପରାଟି ପ୍ରଚାର ପ୍ରସାର…