Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନକୁ କେହି ଅସ୍ବୀକାର କରି ପାରିବେ ନାହିଁ । ଶ୍ରୀମନ୍ଦିର ରୀତିନୀତି, ସେବା ପୂଜାବିଧି, ଗଜପତି ମହାରାଜାମାନଙ୍କର ରାଜ୍ୟ ଶାସନ ବିବରଣୀ, ସମକାଳୀନ ସାମାଜିକ ଓ ରାଜନୈତିକ ଚିତ୍ର, କିଛି…

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ମୂଖ୍ୟତଃ ତିନିଗୋଟି ରାଜବଂଶର କଥା କହେ । ~ ଗଙ୍ଗବଂଶ ~ ଏଥିରେ ୩୫ ଜଣ ରାଜାଙ୍କ ବିବରଣୀ ରହିଛି। ଏହି ଗଙ୍ଗବଂଶର ବିବରଣୀରେ ସେମାନଙ୍କ କୀର୍ତ୍ତି, ଜଗନ୍ନାଥ ମନ୍ଦିରର ବିବରଣୀ ଓ ରାଜ୍ୟ ଶାସନ ବୃତ୍ତାନ୍ତ ପ୍ରଭୃତି ରହିଛି। ଗଙ୍ଗବଂଶ ରାଜତ୍ଵର ସୀମା ୧୦୫୪ ଶକାବ୍ଦରୁ ୧୪୮୩ ଶକାବ୍ଦ…

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ଅନ୍ତର୍ଗତ ରାଜବଂଶ ବିବରଣୀକୁ ଅନ୍ୟାନ୍ୟ ଉପାଦାନ ଦ୍ଵାରା ପରୀକ୍ଷା କରି ଓଡ଼ିଶାର ପ୍ରାମାଣିକ ଇତିହାସ ରଚନା ସମ୍ଭବ ହୋଇଥିଲା। ମାଦଳାପାଞ୍ଜିରେ ମୂଖ୍ୟତଃ ତିନିଗୋଟି ରାଜବଂଶ ଦେଖାଯାଏ, ୧. କେଶରୀ ବଂଶ ୨. ଗଙ୍ଗବଂଶ ୩. ଭୋଇବଂଶ ମାଦଳାପାଞ୍ଜି ବର୍ଣ୍ଣିତ ଏହି ରାଜବଂଶର ବୃତ୍ତାନ୍ତଗୁଡିକୁ ସମକାଳୀନ ଐତିହାସିକ ଉପାଦାନ ସହ ପରୀକ୍ଷା…

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ଐତିହାସିକ ମୂଲ୍ୟ ~ ମାଦଳାପାଞ୍ଜି ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏକଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି। Andrew Stirling ମହୋଦୟ ପ୍ରଥମେ 1825 ମସିହାରେ Asiatic Research Journal ରେ…

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ବହୁ ପ୍ରାଚୀନ କାଳରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଶ୍ରୀଜଗନ୍ନାଥ ମନ୍ଦିରର ବିବରଣୀ ସକାଶେ ଉପାଦାନ ରୂପେ ବ୍ୟବହୃତ। ଏହା ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏ କଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି।…

ଲେଖା: ଶିବାଶିଷ ମହାପାତ୍ର ବଉଦ ରାଜ୍ୟର ପୁରାତନ ଇତିହାସ ପୃଷ୍ଠାକୁ ଦେଖିଲେ ଜଣାଯାଏ ଢ଼େଙ୍କାନାଳ ରାଜ୍ୟରୁ ଆସି ଏଠାରେ ଖିଂଜଳି ରାଜବଂଶ ସ୍ଥାପନ କରିଥିଲେ । ଓଡ୍ର ଦେଶର ରାଜା ଯଯାତି ନିଜ ରାଜ୍ୟର ରାଜଧାନୀ ଯଯାତି ନଗର ବର୍ତମାନ ବୋୖଦ୍ଧ ଜିଲ୍ଲାର ଯଗତି ଗ୍ରାମରେ ଥିବାର ପ୍ରମାଣ ରହିଛି । ୧୪ଶ ଶତାବ୍ଦୀରେ କେଉଁଝର…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଆଜକୁ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ବାଘଶଳା ମଠର ମଠାଧୀଶଙ୍କ ଦ୍ଵାରା ଏକ ତ୍ରିଫଳୀ ତାମ୍ରଶାସନ ହସ୍ତଗତ ହୋଇଥିଲା, ଯେଉଁଥିରେ ଆମେ କଳିଙ୍ଗରେ ତୈଳପ ରାଜବଂଶ କଥା ଜାଣିବାକୁ ପାଉ। ତୈଳପମାନେ ଏକ ଶକ୍ତିଶାଳୀ ଶାସକ ଥିବା ଇତିହାସରୁ ଜଣାଯାଏ। ଏହି ମଠରୁ ମିଳିଥିବା ପଟା ଅନୁସାରେ…

ଲେଖା: ଇଂ ବିଜୟ କେତନ ସାହୁ ଓଡ଼ିଆ ଜାତିର ପ୍ରାଣ-ଦେବତା ଶ୍ରୀଜଗନ୍ନାଥ। ଏ ଜାତି ତାଙ୍କୁ ପ୍ରାଣଭରି ଭଲପାଏ। ଯେଉଁଠି ଓଡ଼ିଆ ସେଇଠି ଜଗନ୍ନାଥ, ଯେଉଁଠି ଜଗନ୍ନାଥ ସେଇଠି ଓଡ଼ିଆ। ଓଡିଶା ଭୂଖଣ୍ଡର ସେ ହିଁ ଏକମାତ୍ର ରାଜାଧିରାଜ ରୂପରେ ସ୍ଵୀକୃତ। ଏ ଜାତିର ଇଷ୍ଟ-ଦେବତା ସେହି କଳାଠାକୁର, ନୀଳାଦ୍ରିନାଥ କୋଟିକୈବଲ୍ୟଦାତା ପ୍ରଭୁ ଜଗନ୍ନାଥ।…

ଲେଖା: ଇଂ ବିଜୟ କେତନ ସାହୁ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜୁତି କାଳରୁହିଁ କଳିଙ୍ଗ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଯାଇଥିଲା। ପ୍ରତାପରୁଦ୍ରଦେବଙ୍କ ଶାସନ ଅବଧି ତାଙ୍କ ପିତାମହ କପିଳେନ୍ଦ୍ରଦେବ ଓ ପିତା ପୁରୁଷୋତ୍ତମଦେବଙ୍କ ପରି ଏତେ ନିଷ୍କଣ୍ଟକ ନଥିଲା। ପ୍ରତାପରୁଦ୍ରଦେବଙ୍କ ରାଜନୈତିକ ଜୀବନ ତାଙ୍କ ସିଂହାସନ ଆରୋହଣ ସମୟରୁ ହିଁ ସଂଘର୍ଷପୂର୍ଣ୍ଣ ଥିଲା। ଯେଉଁ ପ୍ରତାପରୁଦ୍ରଙ୍କୁ ମିଥ୍ୟା…

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ ଦକ୍ଷିଣ ଓଡ଼ିଶାର ସଂସ୍କୃତି ସର୍ବଦା ଲୋକ ନୃତ୍ୟ, ଗୀତ ଓ ଏହାର ଉନ୍ନତ ପରମ୍ପରାକୁ ନେଇ ଜୀବିତ। ବିଶେଷ କରି ଉଭୟ ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ କୋରାପୁଟରେ ପ୍ରତ୍ୟେକ ଲୋକର ଜୀବନ ଜୀବିକା ସହ ଗୀତ ଟିଏ ଯେପରି ବନ୍ଧା ହୋଇ ଯାଇଥାଏ। ସେ ଠାକୁର ଘରେ…