admin

admin

ଉତ୍କଳ ବନ୍ଦନା

ସୌରଭିତ ସୃଷ୍ଟି: ଉତ୍କଳଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ ଉତ୍କଳ ଜନନୀଙ୍କ ପାଦବନ୍ଦନା କରିବାରେ କେବେ ହେଳା କରିନାହାଁନ୍ତି ଉତ୍କଳୀୟ କବିବୃନ୍ଦ ! କବିସମ୍ରାଟଙ୍କ ଠାରୁ ଗଣକବିଙ୍କ ଯାଏଁ ଜନନୀଙ୍କ ଗାରିମା ଖାଇବାରେ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି ! ତେବେ ‘ଉତ୍କଳ ବନ୍ଦନା’ ଟିଏ ରଚିଛନ୍ତି ଆମର ଉତ୍କଳ ଭାରତୀ ଭାରତ…

ବାଇଶି ପାହାଚ

ଲେଖା: ଦେଵ ତ୍ରିପାଠୀ “ଶ୍ରୀକ୍ଷେତ୍ର ନବରେ ମହାଐଶ୍ୱର୍ଯ୍ୟରେ ଥିଲେ ହେଁ କମଳାସାଇଁ, ବାଇଶି ପାହାଚ ନ ଉଠିବା ଯାଏଁ ଆନନ୍ଦ ନ ପାଏ କାହିଁ II” ଗଜପତି ବୀରକିଶୋର ଦେବଙ୍କ ଏହି ପଦ କେତୋଟିରେ ହିଁ କୋଟି କୋଟି ଜଗନ୍ନାଥପ୍ରାଣ ଓଡ଼ିଆଙ୍କର ଅନ୍ତରର ସଂଗୁପ୍ତ ବାର୍ତ୍ତା ପ୍ରତିଫଳିତ – ବଡ଼ଦେଉଳର ବାଇଶି ପାହାଚକୁ ନେଇ ।…

ପତିତପାବନ

ଲେଖା: ଦେବ ତ୍ରିପାଠୀ ନୀଳକନ୍ଦର ବାସୀ ଜଗତର ନାଥଙ୍କୁ ଦର୍ଶନ କରିବା ଅଭିଳାଷରେ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଅସୁମାରୀ ଭକ୍ତ, ଦୁନିଆର କୋଣ ଅନୁକୋଣରୁ । ମାତ୍ର ବଡ଼ଦେଉଳର ଗର୍ଭଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ସୌଭାଗ୍ୟ ସମସ୍ତଙ୍କୁ ମିଳେନା । ଯେଉଁ ଭାବାବେଗୀ ଭକ୍ତମାନେ ନିୟମତଃ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରନ୍ତି ନାହିଁ, ସେମାନେ ଅରୁଣସ୍ତମ୍ଭ ନିକଟରେ…

ସିଂହଦ୍ଵାର

ଲେଖା: ଦେଵ ତ୍ରିପାଠୀ ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ହସ୍ତପଦପ୍ରକ୍ଷାଳନ କରି ପ୍ରଥମେ ମୁଣ୍ଡିଆ ମାରେ ଅରୁଣସ୍ତମ୍ଭରେ । ଅରୁଣ ସ୍ତମ୍ଭର ସମ୍ମୁଖରେ ଦୃଶ୍ୟମାନ ହୁଏ ସିଂହଦ୍ଵାର, ଏବଂ ତା’ର ଉଭୟ ପାର୍ଶ୍ଵରେ ମନ୍ଦିର ପରିସରକୁ ଘେରିରହିଥିବା ମେଘନାଦ ପାଚେରୀ ଓ କୁର୍ମବେଢ଼ା । ଏହି ସିଂହଦ୍ଵାର ବା ଧର୍ମଦ୍ଵାର ବା ମୋକ୍ଷଦ୍ଵାରର ଦ୍ଵାରପାଳ…

ଅରୁଣସ୍ତମ୍ଭ

ଲେଖା: ଦେଵ ତ୍ରିପାଠୀ ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ଶରଧାବାଲିକୁ ମୁଣ୍ଡିଆମାରେ, ଧୂଳି କଣିକାଏ ନେଇ ମୁଣ୍ଡରେ ବୋଳେ । ନୀଳକନ୍ଦରବାସୀ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଆଉ କାଳିଆ ସାଆନ୍ତଙ୍କୁ ଦର୍ଶନ ପାଇଁ ମନ ହୁଏ ବ୍ୟାକୁଳ, ବଡ଼ଦେଉଳର ପତିତପାବନ ବାନା ତା’କୁ ହାତଠାରି ଡାକେ । ଭକ୍ତ ତରତର ହୋଇ ଧାଇଁଯାଏ…

ମା’ କଟକଚଣ୍ଡୀ

ଲେଖା: ବନ୍ଧନ ଦଳାଇ ଅଢେଇ ହଜାର ବର୍ଷର ପୁରୁଣା ସହର କଟକ । ଓଡ଼ିଶାର ପୁରୁଣା ରାଜଧାନୀ। କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର କଟକ ସହର। ଉତ୍ତରରେ ମହାନଦୀ ଦକ୍ଷିଣରେ କାଠଯୋଡି ନଦୀ ପ୍ରବାହିତ ହୋଇ କଟକ ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ। ସେଇ ଐତିହାସିକ କଟକ ମହାନଗରୀର ଅଧିଷ୍ଠାତ୍ରୀ ଦେବୀରୂପେ ଖ୍ୟାତ ମା’ କଟକଚଣ୍ଡୀ।…

ଦଧିଚି

ସୌରଭିତ ସୃଷ୍ଟି: ଜାତୀୟ କବି ବୀରକିଶୋର ଦାସ ଭାରତବର୍ଷରେ ମୁକ୍ତି ସଂଗ୍ରାମର କାହାଣୀ ଯେପରି ଅଶ୍ରୁଳ ଓ ବେଦନାଦାୟକ, ସେହିପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ । ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ମଧ୍ୟରେ ସେ ସଂଗ୍ରାମ ଓ ତ୍ୟାଗର ଇତିହାସ ଆଜି ବିସ୍ମୃତ । କିନ୍ତୁ ଦିନେ ଦେଶର ମୁକ୍ତି ପାଇଁ ବହୁ ଉଚ୍ଚଶିକ୍ଷିତ ନିଜ…

ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ସୂକ୍ତି

ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ୍ ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦଶର୍ମାଙ୍କ ଭାଷା ସମ୍ବନ୍ଧୀୟ ଅମର ଯଥାର୍ଥ ଵିଚାର । ନିମ୍ନରେ ପ୍ରଦତ୍ତ ସମସ୍ତ ସୂକ୍ତି ଶ୍ରୀ ନନ୍ଦଶର୍ମାଙ୍କ “ଓଡି଼ଆ ଶବ୍ଦ ସନ୍ଦର୍ଭ” ପ୍ରବନ୍ଧରୁ ଉଦ୍ଧାର କରାଗଲା ।  ୧. ସଂସ୍କୃତରୁ ଵିକୃତିପ୍ରାପ୍ତ ପ୍ରାକୃତ ଶବ୍ଦାଦି ଓଡ଼ିଆରେ ଯେତେ ଵ୍ଯଵହୃତ, ଅନ୍ଯ…

ଭକ୍ତ ସାଲବେଗ

ଲେଖା: ବନ୍ଧନ ଦଳାଇ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜନମାନସ, ଓଡ଼ିଆ ସଂସ୍କୃତି, ମାଟି, ପାଣି, ପବନ ଏବଂ ସର୍ବୋପରି ଓଡିଶା ଭୂଖଣ୍ଡ ସହ ଓତଃପ୍ରୋତ ଭାବରେ ଜଡିତ! ମଣିମା ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳର ରାଷ୍ଟ୍ରଦେବତା, ସର୍ବଧର୍ମର ସମନ୍ୱୟ । ରଥଯାତ୍ରା ଜାତି ଧର୍ମ ବର୍ଣ ନିର୍ବିଶେଷରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏ ବଡଦାଣ୍ଡରେ…

ଗରିବ ପୁଅ

ସୌରଭିତ ସୃଷ୍ଟି: ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଓଡ଼ିଆ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବତୀଖୁଣ୍ଟ ସଦୃଶ। ଡଃ ମାୟାଧର ମାନସିଂହଙ୍କ ଭାଷାରେ “ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଅନାବାଦୀ ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ…