Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ’ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର…

ସୌରଭିତ ସୃଷ୍ଟି: ବ୍ରଜସୁନ୍ଦର ଦାସ ମୁକୁର, ଓଡ଼ିଆଭାଷାରେ ପ୍ରକାଶିତ ଆଦ୍ୟ ସାହିତ୍ୟ ପତ୍ରିକା ମଧ୍ୟରେ ଅନ୍ୟତମ । ଏହା ଏକ ମାସିକ ପତ୍ରିକା ଥିଲା ଏବଂ ଏହାର ପ୍ରକାଶନ ୧୩୧୩ ଉତ୍କଳୀୟ ଵର୍ଷ ବୈଶାଖ ମାସଠାରୁ ଅର୍ଥାତ୍ ଇଂରାଜୀ ୧୯୦୫ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିଲା । ଏହାର ସମ୍ପାଦକ ଥିଲେ ଵିଶିଷ୍ଟ କଵି…

ଲେଖା: ଅକ୍ଷୟ ଓଝା ଚାଳଘର । ପିଲାଦିନେ ଆଠ ଖୁଣ୍ଟିଆ ଚାଳ ଛପର ଘର ଆମର ଥିଲା । ପିଢ଼ାରେ ବର୍ଷସାରା କିଛି ନା କିଛି ପରିବା ଫସଲ ଲତା ଟିଏ ମାଡ଼ି ଥାଏ ଆମ ଚାଳ ଉପରେ । ଲାଉ, କଖାରୁ, ପୋଇ, ଶିମ ଇତ୍ୟାଦି ଇତ୍ୟାଦି । ବର୍ଷା ଋତୁରେ ବର୍ଷା…

ଗବେଷଣା: ଶିଶିର ସାହୁ ମନୋଜ ଆମ ଢଗଢମାଳି ! ଆମ ଭାଷା ସାହିତ୍ୟର ଅମୁଲ୍ୟ ବିଭବ ! “ଚାନ୍ଦରେ କଳଙ୍କ ସୂରୁଜ ଖୁଣଲୋ ଦରିଅା ପାଣିତ ଲୁଣିଅା କିଏ ଅକଳଙ୍କୀ ରହିଛି ଏଡେଲୋ ହୋଇକି ଅନ୍ଧାରକଣିଅା ।” ଚନ୍ଦ୍ର ଶୀତଳତା ପ୍ରଦାନ କରେ, କିନ୍ତୁ ତା’ ଦେହରେ ଦାଗ। ସୂର୍ଯ୍ୟ ବିନା ଜୀବଜଗତ ତିଷ୍ଟିବା ଅସମ୍ଭବ।…

ତଥ୍ୟ ଓ ଗବେଷଣା: ଶିଶିର ସାହୁ ମନୋଜ ଏ ମାଟିର ଅନେକ ନାମ ତନ୍ମଧ୍ୟରେ କଳିଙ୍ଗ, ଉତ୍କଳ ଓ ଓଡ଼ିଶା ନାମ ସର୍ଵତ୍ର ଲୋକପ୍ରିୟ । ଅଖଣ୍ଡ ଓଡ଼ିଶା ଵା କଳିଙ୍ଗର ଅର୍ଦ୍ଧେକ ଭାଗ ଆଜି ଆଧିକାରିକ ଓଡ଼ିଶା ରାଜ୍ୟ ଭାଵରେ ଜଣାଶୁଣା । ସେଇ କଳିଙ୍ଗର ଆଉ ଏକ ସାହିତ୍ୟିକ—ଵୈଜ୍ଞାନିକ ନାମ ହେଲା ଉତ୍କଳ…

ସୌରଭିତ ସୃଷ୍ଟି: ଉତ୍କଳଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ ଉତ୍କଳ ଜନନୀଙ୍କ ପାଦବନ୍ଦନା କରିବାରେ କେବେ ହେଳା କରିନାହାଁନ୍ତି ଉତ୍କଳୀୟ କବିବୃନ୍ଦ ! କବିସମ୍ରାଟଙ୍କ ଠାରୁ ଗଣକବିଙ୍କ ଯାଏଁ ଜନନୀଙ୍କ ଗାରିମା ଖାଇବାରେ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି ! ତେବେ ‘ଉତ୍କଳ ବନ୍ଦନା’ ଟିଏ ରଚିଛନ୍ତି ଆମର ଉତ୍କଳ ଭାରତୀ ଭାରତ…
ଲେଖା: ଦେଵ ତ୍ରିପାଠୀ “ଶ୍ରୀକ୍ଷେତ୍ର ନବରେ ମହାଐଶ୍ୱର୍ଯ୍ୟରେ ଥିଲେ ହେଁ କମଳାସାଇଁ, ବାଇଶି ପାହାଚ ନ ଉଠିବା ଯାଏଁ ଆନନ୍ଦ ନ ପାଏ କାହିଁ II” ଗଜପତି ବୀରକିଶୋର ଦେବଙ୍କ ଏହି ପଦ କେତୋଟିରେ ହିଁ କୋଟି କୋଟି ଜଗନ୍ନାଥପ୍ରାଣ ଓଡ଼ିଆଙ୍କର ଅନ୍ତରର ସଂଗୁପ୍ତ ବାର୍ତ୍ତା ପ୍ରତିଫଳିତ – ବଡ଼ଦେଉଳର ବାଇଶି ପାହାଚକୁ ନେଇ ।…

ଲେଖା: ଦେବ ତ୍ରିପାଠୀ ନୀଳକନ୍ଦର ବାସୀ ଜଗତର ନାଥଙ୍କୁ ଦର୍ଶନ କରିବା ଅଭିଳାଷରେ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଅସୁମାରୀ ଭକ୍ତ, ଦୁନିଆର କୋଣ ଅନୁକୋଣରୁ । ମାତ୍ର ବଡ଼ଦେଉଳର ଗର୍ଭଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ସୌଭାଗ୍ୟ ସମସ୍ତଙ୍କୁ ମିଳେନା । ଯେଉଁ ଭାବାବେଗୀ ଭକ୍ତମାନେ ନିୟମତଃ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରନ୍ତି ନାହିଁ, ସେମାନେ ଅରୁଣସ୍ତମ୍ଭ ନିକଟରେ…

ଲେଖା: ଦେଵ ତ୍ରିପାଠୀ ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ହସ୍ତପଦପ୍ରକ୍ଷାଳନ କରି ପ୍ରଥମେ ମୁଣ୍ଡିଆ ମାରେ ଅରୁଣସ୍ତମ୍ଭରେ । ଅରୁଣ ସ୍ତମ୍ଭର ସମ୍ମୁଖରେ ଦୃଶ୍ୟମାନ ହୁଏ ସିଂହଦ୍ଵାର, ଏବଂ ତା’ର ଉଭୟ ପାର୍ଶ୍ଵରେ ମନ୍ଦିର ପରିସରକୁ ଘେରିରହିଥିବା ମେଘନାଦ ପାଚେରୀ ଓ କୁର୍ମବେଢ଼ା । ଏହି ସିଂହଦ୍ଵାର ବା ଧର୍ମଦ୍ଵାର ବା ମୋକ୍ଷଦ୍ଵାରର ଦ୍ଵାରପାଳ…

ଲେଖା: ଦେଵ ତ୍ରିପାଠୀ ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ଶରଧାବାଲିକୁ ମୁଣ୍ଡିଆମାରେ, ଧୂଳି କଣିକାଏ ନେଇ ମୁଣ୍ଡରେ ବୋଳେ । ନୀଳକନ୍ଦରବାସୀ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଆଉ କାଳିଆ ସାଆନ୍ତଙ୍କୁ ଦର୍ଶନ ପାଇଁ ମନ ହୁଏ ବ୍ୟାକୁଳ, ବଡ଼ଦେଉଳର ପତିତପାବନ ବାନା ତା’କୁ ହାତଠାରି ଡାକେ । ଭକ୍ତ ତରତର ହୋଇ ଧାଇଁଯାଏ…