ଉପସ୍ଥାପନା: ସୁକାନ୍ତି ସାହୁ

ସନ୍ଥକବି ଭୀମଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ ଓଡ଼ିଆ ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି। ଈଶ୍ୱର ବିଶ୍ବାସୀ, ଶୂନ୍ୟ ସିଦ୍ଧାନ୍ତ ତଥା ମହିମା ଧର୍ମର ପ୍ରାଣପ୍ରତିଷ୍ଠାତା ଭୀମଭୋଇଙ୍କ ଭକ୍ତିରସାତ୍ମକ ଭଜନ, ଜଣାଣ ଗୁଡ଼ିକ ଯେତିକି ଭାବପୂର୍ଣ୍ଣ ସେତିକି ଦାର୍ଶନିକ ଚିନ୍ତା ଓ ଚେତନାର ପରିପ୍ରକାଶ। ଈଶ୍ବରଙ୍କ ପାଦପଦ୍ମରେ ନିଜକୁ ସମର୍ପିତ କରି ସେ ଉଦ୍ଦାମ କଣ୍ଠରେ ଗାଇଛନ୍ତି ମହିମା ଗୋସାଇଁଙ୍କ ନାମ। ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଭକ୍ତିଭାବରେ ଏକ ସ୍ଵତନ୍ତ୍ର ଧାରା ସୃଷ୍ଟି କରିବାରେ ତାଙ୍କର କୃତିଗୁଡିକ ସାର୍ଥକ ହୋଇଛି।

ଜଗତ ଉଦ୍ଧାର ପାଇଁ ନିଜକୁ ନରକରେ ପକାଇବାକୁ ପଛେଇ ନଥିବା କବି ଭୀମଭୋଇଙ୍କ ‘ସ୍ତୁତି’ ସେହି ଭାବରେ ଅଭିମନ୍ତ୍ରିତ।

~ ସ୍ତୁତି ଚିନ୍ତାମଣି ~

ଭରସା କରିଛି ନ ଜାଣଇ କିଛି ମୁହିଁ ବଡ଼ ଅପରାଧୀ
ଦୟାକରି ମୋତେ ଉଦ୍ଧରି ଧରିବେ ପ୍ରଭୁ କରୁଣାବାରିଧି।
ଅନ୍ୟେ ନାହିଁ ଚିତ୍ତ ନାମବ୍ରହ୍ମେ ରତ ଦର୍ଶନ ମାତ୍ର କରିଛି
ସ୍ଵାମୀ ରଖ ସ୍ଵାମୀ ରଖ ବୋଲି ମୁଁ ଯେ ଦିବାନିଶି ଡାକୁଅଛି।
ଘନେ ଚାହିଁ ଆଶା ଶୂନ୍ୟରେ ଭରସା ଯେସନ ଚାତକ ପକ୍ଷୀ
ମନେ ଯାହା ପାଞ୍ଚେ ଡାକି ଡାକି ଉଚ୍ଚେ କଣ୍ଠ ଯାଉଅଛି ଶୁଖି।
ପବନକୁ ବାନ୍ଧି ପ୍ରକୃତିକୁ ଛନ୍ଦି ଅନୁକ୍ଷଣେ ଧ୍ୟାନ ଯୋଗ
ଅନାଥର ନାଥ କରୁଣା କଲେ ମୁଁ ଲଭିବଇ ସୁଖ ଭୋଗ।
ଅନ୍ତର ବେଦନା ଅଛି କି ନ ଜଣା ବୁଝାଇ କହିବି କାହା
ନିରେଖ ପ୍ରାଣୀକି ନିରାପକ୍ଷ କଲେ କେ ହୋଇବ ପ୍ରଭୁ ସାହା।
* ** * *
ଗୁରୁ ନାରାୟଣ ସୁଜ୍ଞ ସାଧୁଜନ ଅନୁଗ୍ରହ କର ମୋତେ
ପଞ୍ଚମୁଖେ ହରି ଅଛି ବିଜେ କରି ଶରଣ ମାଗୁଛି ଏତେ।
ଯେଉଁ ପଦ୍ମପାଦ ଜ୍ଞାନିଜନେ ଚିନ୍ତି ଭଜୁଛନ୍ତି ଆଶ୍ରେ କରି
ସେ ଚରଣ ଧ୍ୟାୟି ଭୀମ ଅରକ୍ଷିତ ହେଉଅଛି ଏତେ ସରି।।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago