ଉପସ୍ଥାପନା: ସୁକାନ୍ତି ସାହୁ

ସନ୍ଥକବି ଭୀମଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ ଓଡ଼ିଆ ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି। ଈଶ୍ୱର ବିଶ୍ବାସୀ, ଶୂନ୍ୟ ସିଦ୍ଧାନ୍ତ ତଥା ମହିମା ଧର୍ମର ପ୍ରାଣପ୍ରତିଷ୍ଠାତା ଭୀମଭୋଇଙ୍କ ଭକ୍ତିରସାତ୍ମକ ଭଜନ, ଜଣାଣ ଗୁଡ଼ିକ ଯେତିକି ଭାବପୂର୍ଣ୍ଣ ସେତିକି ଦାର୍ଶନିକ ଚିନ୍ତା ଓ ଚେତନାର ପରିପ୍ରକାଶ। ଈଶ୍ବରଙ୍କ ପାଦପଦ୍ମରେ ନିଜକୁ ସମର୍ପିତ କରି ସେ ଉଦ୍ଦାମ କଣ୍ଠରେ ଗାଇଛନ୍ତି ମହିମା ଗୋସାଇଁଙ୍କ ନାମ। ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଭକ୍ତିଭାବରେ ଏକ ସ୍ଵତନ୍ତ୍ର ଧାରା ସୃଷ୍ଟି କରିବାରେ ତାଙ୍କର କୃତିଗୁଡିକ ସାର୍ଥକ ହୋଇଛି।

ଜଗତ ଉଦ୍ଧାର ପାଇଁ ନିଜକୁ ନରକରେ ପକାଇବାକୁ ପଛେଇ ନଥିବା କବି ଭୀମଭୋଇଙ୍କ ‘ସ୍ତୁତି’ ସେହି ଭାବରେ ଅଭିମନ୍ତ୍ରିତ।

~ ସ୍ତୁତି ଚିନ୍ତାମଣି ~

ଭରସା କରିଛି ନ ଜାଣଇ କିଛି ମୁହିଁ ବଡ଼ ଅପରାଧୀ
ଦୟାକରି ମୋତେ ଉଦ୍ଧରି ଧରିବେ ପ୍ରଭୁ କରୁଣାବାରିଧି।
ଅନ୍ୟେ ନାହିଁ ଚିତ୍ତ ନାମବ୍ରହ୍ମେ ରତ ଦର୍ଶନ ମାତ୍ର କରିଛି
ସ୍ଵାମୀ ରଖ ସ୍ଵାମୀ ରଖ ବୋଲି ମୁଁ ଯେ ଦିବାନିଶି ଡାକୁଅଛି।
ଘନେ ଚାହିଁ ଆଶା ଶୂନ୍ୟରେ ଭରସା ଯେସନ ଚାତକ ପକ୍ଷୀ
ମନେ ଯାହା ପାଞ୍ଚେ ଡାକି ଡାକି ଉଚ୍ଚେ କଣ୍ଠ ଯାଉଅଛି ଶୁଖି।
ପବନକୁ ବାନ୍ଧି ପ୍ରକୃତିକୁ ଛନ୍ଦି ଅନୁକ୍ଷଣେ ଧ୍ୟାନ ଯୋଗ
ଅନାଥର ନାଥ କରୁଣା କଲେ ମୁଁ ଲଭିବଇ ସୁଖ ଭୋଗ।
ଅନ୍ତର ବେଦନା ଅଛି କି ନ ଜଣା ବୁଝାଇ କହିବି କାହା
ନିରେଖ ପ୍ରାଣୀକି ନିରାପକ୍ଷ କଲେ କେ ହୋଇବ ପ୍ରଭୁ ସାହା।
* ** * *
ଗୁରୁ ନାରାୟଣ ସୁଜ୍ଞ ସାଧୁଜନ ଅନୁଗ୍ରହ କର ମୋତେ
ପଞ୍ଚମୁଖେ ହରି ଅଛି ବିଜେ କରି ଶରଣ ମାଗୁଛି ଏତେ।
ଯେଉଁ ପଦ୍ମପାଦ ଜ୍ଞାନିଜନେ ଚିନ୍ତି ଭଜୁଛନ୍ତି ଆଶ୍ରେ କରି
ସେ ଚରଣ ଧ୍ୟାୟି ଭୀମ ଅରକ୍ଷିତ ହେଉଅଛି ଏତେ ସରି।।

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago