~ ମାତୃଭାଷା ~
ଲେଖା: ଡ. ଜୟଶ୍ରୀ ନନ୍ଦ
ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି ନାହିଁ ଯେ ନିଜ ଭାଷା ଜାଣେ ନାହିଁ ତାହାର ବା ନିଜର ଠିକଣା କାହିଁ । ଏମିତି ଜଣେ ବୁଢୀ ମାଆ ଥରେ କହିଲେ ।
ପ୍ରଥମ ପ୍ରଶ୍ନ ଥିଲା “ତୋର ପିଲାମାନେ ମାତୃଭାଷା ଶିଖିଛନ୍ତି ନା ? କହୁଛନ୍ତି ନା ? ଲେଖି ଜାଣନ୍ତି ନା” ? ଆଶ୍ଚର୍ଯ୍ୟ ଚକିତ ହୋଇ ଭାବୁଥିଲି ଜଣେ ପାଠ ପଢି ନ ଥିବା ଲୋକ ମୁହଁରେ ଏମିତି ପ୍ରଶ୍ନ।
ଯାକୁ ଜଣା ନାହିଁ ସ୍ବଜାତି ଭାଷା
କହିଲେ ହେଁ ହୁଅଇ ଲୋକହସା ।
ଜଡ ମୁଁ ବୋଲି ଅଜ୍ଞାନ ନିର୍ବେଦ
ଷଡଦର୍ଶୀ ତୁଲେ କଲେ ବିବାଦ ।
ଜଗତେ କେବଳ ଜନେ ହସିବେ ।।
ମାତୃଭାଷା କହିବା ବେଳକୁ ହୃଦୟରେ ଏକ ଆତ୍ମୀୟତା ଖେଳିଯାଏ। ମାତୃଭାଷା ମାଆର ଭାଷା। ମାଆ ଯେମିତି ନିଜର ସେତିକି ନିଜର ଏ ଭାଷା। ଆପଣ ମନର କଥା କହିବା ବେଳେ ନିଜ ମାତୃଭାଷାରେ ତାହା ଯେମିତି ବର୍ଣ୍ଣନା କରି ହୁଏ କେବେ ଇଂରାଜୀ ଭାଷାରେ ତାହା ବର୍ଣ୍ଣନା କରିହୁଏ ନାହିଁ। ମାଆର ଭାବନାକୁ ମାଆର ମମତାକୁ ଆମେ କଣ ଆଉ କାହାଠୁ ପାଇ ପାରିବା। ସେହିପରି ମାତୃଭାଷାର ଯେଉଁ ମମତା, ଆତ୍ମୀୟତା ଯେତେ ଭାଷା ଶିଖ କେବେ ବି ଅନ୍ୟ ଭାଷାରୁ ମିଳିବ ନାହିଁ।
ଇଂଲଣ୍ଡରେ ଆମ ଦେଶର ଅନେକ ଲୋକ ରୁହନ୍ତି ଏ କଥା ସମସ୍ତେ ଜାଣିଥିବେ ଯେତେବେଳେ ପିଲାଟିଏ ଜନ୍ମ ହୁଏ ପିଲାକୁ ଦେଖିବା ପାଇଁ ଘରକୁ ନର୍ସ ବା (Midwife) ଆସନ୍ତି। ସେ କହନ୍ତି ତୁମେ ତୁମ ନିଜ ଭାଷାରେ ବା ମାତୃଭାଷାରେ ପିଲାକୁ କଥା ହେବ। ମାତୃଭାଷା ପିଲାମାନେ ପ୍ରଥମ ଶିଖିବା ଜରୁରୀ। ପିଲାମାନେ ଅନେକ ଭାଷା ଏକ ସମୟରେ ଶିଖିପାରିବେ।କିନ୍ତୁ ମାତୃଭାଷାରେ ପ୍ରଥମ ତା ସହ କଥାହେବା ଜରୁରୀ। ପ୍ରତି ଘରୁ ଆରମ୍ଭ ହେଲେ ଆମ ମାତୃଭାଷା ଶିକ୍ଷା ସମସ୍ତେ ଶିଖିବେ। ସମସ୍ତେ କହିବେ।
‘ଚଷା ହୁଡିଲେ ବରଷେ
ଭାଷା ହୁଡିଲେ ପୁରୁଷେ’ ।
ଆଜ୍ଞା ପୁରୁଷେ ନୁହେଁ କେତେ ପୁରୁଷ ହୁଡିଯିବ ଆମର ଏ ଭାଷା। ଭାଷା ଆମର ଗର୍ବ ଆମର ଗୌରବ, ଆମର ପରିଚୟ।
ଆମ ଭାଷା ଆମ ଘରୁ ହିଁ ସୃଷ୍ଟି ହେବା କଥା। ଘରେ ପିଲାଙ୍କୁ କହିବା ଶିଖାଇବା ଲେଖାଇବା ଓ ଆମ ମାତୃଭାଷା କେତେ ଉଚ୍ଚକୋଟୀର ଏ ସବୁ ବିଷୟରେ ଆମ ପିଲାଙ୍କୁ ଜଣାଇବା ଆମର ପ୍ରଥମ କର୍ତ୍ତବ୍ୟ। ନିଜ ଭାଷା ନ ଜାଣି କେହି ପଣ୍ଡିତ ହୋଇପାରେନାହିଁ। ଏ ଓଡ଼ିଆ ଭାଗବତ କଥା ନିଶ୍ଚେ ଶୁଣିଥିବେ ।ଅତିବଡ଼ି ଜଗନ୍ନାଥ ଦାସ ଲେଖିଥିଲେ ଓଡ଼ିଆରେ ତାଙ୍କ ନିଜ ମାଆଙ୍କୁ ବୁଝିବା ପାଇଁ ସୁବିଧା ହେବ ବୋଲି। ଆମେ କ’ଣ ଆମ ପର ପିଢ଼ିକୁ ଆମ ଭାଷା ଶିଖାଇ ପାରିବା ନାହିଁ। ସବୁ ମାଆ ମାନେ ଆଗେଇ ଆସିଲେ ପ୍ରତି ପିଲାଙ୍କୁ ଶିଖାଇଲେ ସମସ୍ତେ ଶିଖି ପାରିବେ ଆମଭାଷା। ଓଡ଼ିଆ ପିଲା ମାନଙ୍କୁ କହନ୍ତୁ ଲେଖାନ୍ତୁ ଶିଖାନ୍ତୁ ଓ ପଢାନ୍ତୁ।ଏହା ଆମର କର୍ତ୍ତବ୍ୟ ବୋଲି ମନରେ ଆଣନ୍ତୁ । ଆମ ଭାଷାର ପ୍ରଚାର ପ୍ରସାର କରିବା ପାଇଁ ଆନ୍ଦୋଳନର ଆବଶ୍ୟକତା ପଡିବ ନାହିଁ। ପ୍ରତି ଦିବସ ହେଉ ମାତୃଭାଷା ଦିବସ ଦିନେ ନୁହେଁ ସବୁଦିନ। ଆମ ଭାଷା ପରା ଆମ ମାଆର ଭାଷା।
ଭାଷା ଶିଖିବା ଶିଖାଇବା ସମସ୍ତଙ୍କର କର୍ତ୍ତବ୍ୟ କିନ୍ତୁ ମାତୃଭାଷା ଶିଖାଇବା ଯଦି ପ୍ରତିଘରେ ପ୍ରତି ମାଆଙ୍କ କର୍ତ୍ତବ୍ୟ ହେବ ତା ହେଲେ ପ୍ରତି ପିଲା ଶିଖିବେ ପରପିଢ଼ି ଶିଖିବେ । ଆମେ ଓଡ଼ିଶାରେ ରହୁ ଅନ୍ୟରାଜ୍ୟରେ ରହୁ ଅବା ଅନ୍ୟ ଦେଶ ମହାଦେଶରେ ରହୁ, ଆମ ଭାଷା ପାଇଁ ଆଉ ଆନ୍ଦୋଳନର ଆବଶ୍ୟକତା ପଡିବ ନାହିଁ।
“ମାତୃଭୂମି ମାତୃ ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ”
ମୁଁ ଗର୍ବିତ ମାତୃଭାଷା ମୋର ଓଡ଼ିଆ, ମାଆର ଭାଷା ମାତୃଭାଷା ଆରମ୍ଭ ହେବ ମାଆଠାରୁ।
“ମାତୃଭାଷା ପରି ଭାଷା ନାହିଁ
ମାଆର ଭାଷାଟି ମାଆ ଠାରୁ ମିଳେ
ପିଲାଟି ଶିଖଇ କଥାକହି।
ମାତୃ ଭାଷା ପରି ଭାଷା ନାହିଁ”।
© Dr. Jayashree Nanda
Matrubhasha Odia Bhasha
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago