~ ସର୍ପେଶ୍ୱର ମହାଦେବ ~
ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ
ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର ଗ୍ରାମପଞ୍ଚାୟତ ଅଧୀନ କଟିକିଆ ସାହି ବିଜେ ଶ୍ରୀ ଶ୍ରୀ ସର୍ପେଶ୍ୱର ମହାଦେବ ଦ୍ଵାପର ଯୁଗର ଦିଅଁ l ଚନ୍ଦ୍ରବଂଶୀୟ ରାଜା ନହୁଷଙ୍କୁ ଅଭିଶପ୍ତ ସର୍ପ ଯୋନିରୁ ମୁକ୍ତି ଦେବା ଅଭିପ୍ରାୟରେ ମହାଭାରତ ଯୁଗରେ ଧର୍ମରାଜ ଯୁଧିଷ୍ଠିରଙ୍କ ଦ୍ଵାରା ଏହି ଦିଅଁ ପ୍ରତିଷ୍ଠିତ l ପାଣ୍ଡବମାନେ ବାରବର୍ଷ ବନବାସ ସମୟରେ ଏହି ଅଞ୍ଚଳକୁ ଆସି ବହୁବର୍ଷ ଧରି ଅଭିଶାପ ଭୋଗ କରୁଥିବା ନହୁଷଙ୍କୁ ଅଭିଶାପରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଦେବାଧିଦେବ ଶିବଙ୍କୁ ସର୍ପେଶ୍ୱର ନାମରେ ଅର୍ଚ୍ଚନା କରିଥିଲେ l ସର୍ପେଶ୍ଵରଙ୍କ ଲିଙ୍ଗଧୌତ ପାଇଁ ଦେବୀ ଗଙ୍ଗା ପ୍ରକଟ ହୋଇଥିଲେ ଯାହା ସର୍ପେଶ୍ୱରୀ ଗୁପ୍ତଗଙ୍ଗା ନାମରେ ପରିଚିତ l ଅଧୁନା ଏହା ସାପୁଆ ନଦୀ ଭାବରେ ଆଠଗଡ଼ ଅଞ୍ଚଳର ପ୍ରସିଦ୍ଧ l କବିବର ରାଧାନାଥ ରାୟ ସ୍ଵୀୟ ନନ୍ଦିକେଶ୍ୱରୀ କାବ୍ୟରେ ପୁରାଣ ପ୍ରସିଦ୍ଧ ଏହି ସର୍ପେଶ୍ୱରୀ ନଦୀର କାବ୍ୟିକ ଚିତ୍ର ପ୍ରଦାନ କରିଛନ୍ତି
“ଉତ୍ତରେ ବିରାଜେ ଶୈଳ ସର୍ପେଶ୍ୱର
ସର୍ପେଶ୍ୱରୀ ଯାର ଧୁଅଇ ପୟର” l
ଦ୍ଵାପର ଯୁଗୀୟ ଏହି ଦିଅଁ ଦୀର୍ଘ ସମୟ ଧରି ଖୋଲା ଆକାଶ ତଳେ ପୂଜା ପାଇବା ପରେ ଆଠଗଡ଼ ଗଡ଼ଜାତର ଚତୁର୍ଥ ରାଜା ଶ୍ରୀ କରଣ ଗୋପୀନାଥ ବେବର୍ତ୍ତା ପଟ୍ଟନାୟକଙ୍କ ଦ୍ବାରା ମନ୍ଦିର ନିର୍ମାଣ ହୋଇଥିଲା l ମନ୍ଦିରଟି ଜୀର୍ଣ୍ଣ ହେବାରୁ ବର୍ତ୍ତମାନର ମନ୍ଦିର ଆଠଗଡ଼ ରାଜବଂଶଙ୍କ ଦ୍ବାରା ନିର୍ମିତ ହୋଇଥିଲା l ଆଠଗଡ଼ ଅଞ୍ଚଳରେ ପ୍ରସିଦ୍ଧ ଅଷ୍ଟଶମ୍ଭୁଙ୍କ ମଧ୍ୟରେ ସର୍ପେଶ୍ୱରଙ୍କ ସ୍ଥାନ ଦ୍ବିତୀୟ l ଏହି ଦିଅଁ ପ୍ରତ୍ୟକ୍ଷ ଏହାଙ୍କ ନାମରେ ଶପଥ କରି ମିଥ୍ୟା କହିଲେ ସର୍ପ ଦଂଶନରେ ମୃତ୍ୟୁ ହୁଏ ବୋଲି ଦୃଢ଼ ଲୋକବିଶ୍ୱାସ ରହିଛି l
ଆସ୍ଥା ବିଶ୍ୱାସର ଜାଗ୍ରତ ଉତ୍ସ ବାବା ସର୍ପେଶ୍ୱରଙ୍କ ନୀତିକାନ୍ତିର ସୁପରିଚାଳନା ନିମନ୍ତେ ଆଠଗଡ଼ ରାଜବଂଶଙ୍କ ଦ୍ବାରା ବିପୁଳ ଭୂସମ୍ପତ୍ତି ଖଞ୍ଜା ହୋଇଥିଲା l ଦିଅଁଙ୍କ ସେବା ପାଇଁ ବ୍ରାହ୍ମଣ, ମାଳି, ଆଦିଙ୍କୁ ନିଯୁକ୍ତ କରାଯାଇ ସେମାନଙ୍କୁ ବିପୁଳ ପରିମାଣରେ ଭୂସମ୍ପତ୍ତି ଆଠଗଡ଼ ରାଜାଙ୍କ ଦ୍ଵାରା ଦାନ କରାଯାଇଥିଲା l ମୋର ପିତୃବଂଶଙ୍କ ପୂର୍ବଜଙ୍କୁ ଆଠଗଡ଼ ରାଜା ଏହି ଦିଅଁଙ୍କ ସେବାରେ ନିଯୁକ୍ତ କରିଥିଲେ l

Ayusman Arya Sarpeswar Mahadev Ayushman Arya Athagada Athagarh

Spread the love
Antaranga Kalinga

Share
Published by
Antaranga Kalinga

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago