ଉପସ୍ଥାପନା: ଅନ୍ନପୂର୍ଣ୍ଣା ସାହୁ

ନିଜର ବାଲ୍ୟଜୀବନରେ ବହୁ ଘାତପ୍ରତିଘାତ ମଧ୍ୟରେ ଜୀବନ ଜିଇଁଥିଲେ ଗଙ୍ଗାଧର ମେହେର। ନିଜେ ଲେଖିଛନ୍ତି “ମୁଁ ସ୍କୁଲରେ ଶିକ୍ଷା ଶେଷ କରିବା ପର୍ଯ୍ୟନ୍ତ ସାମାନ୍ୟ କୁରୁତା ଖଣ୍ଡେ କରି ପାରିନଥିଲି। ଖଣ୍ଡେ ଶାନ୍ତିପୁରୀ ଚାଦର ଅତ୍ୟନ୍ତ ମ୍ଳାନ ହେବା ପର୍ଯ୍ୟନ୍ତ ବ୍ୟବହାର କରିବାକୁ ପଡ଼ୁଥିଲା। ହାକିମ ଆସିବା ଦିନ ସମସ୍ତେ କୁରୁତା ଲଗାଉଥିଲେ। ମୋ ଭାଗ୍ୟରେ ତାହା କେବେ ଘଟି ନଥିଲା।”

ତଥାପି ସକଳ ପ୍ରତିକୂଳତା ସତ୍ତ୍ୱେ ସେ ଥିଲେ ଓଡ଼ିଆ ସାହିତ୍ୟରେ ଯଥାର୍ଥରେ ଏକ ବିସ୍ମୟ। ଦାରିଦ୍ର୍ୟ, ଅର୍ଦ୍ଧଶିକ୍ଷା ଓ କଚେରିର ଚାକିରିଆ ଜୀବନ ତାଙ୍କ ସାହିତ୍ୟ ସାଧନାରେ କଦାପି ବାଧକ ହୋଇନଥିଲା। ନିଜର କଠୋର ପରିଶ୍ରମ ଏବଂ ଈଶ୍ୱର ଆଶୀର୍ବାଦ ବଳରେ ସେ ହେଲେ ଜଣେ ମହାନ୍ ସ୍ରଷ୍ଟା, ଯେ କି ଉତ୍କଳର ଘରେ ଘରେ ପରିଚିତ।

ଅପୂର୍ବ ସାହିତ୍ୟ କୃତି ପାଇଁ ଶ୍ରଦ୍ଧାଭାଜନ କବି ମଣିଷ ସେ, ସମସ୍ତଙ୍କ ପାଖରେ। ପଲ୍ଲୀକବି ନନ୍ଦକିଶୋରଙ୍କ ଭକ୍ତି ଅର୍ଘ୍ୟ ଏ ସମ୍ପର୍କରେ ଏକ ସ୍ମରଣୀୟ ଉଦାହରଣ —

“ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ ମଣ୍ଡିତ
କାଳବଳେ ହେବେ ସର୍ବେ ଭବୁ ଅନ୍ତର୍ହିତ,
କିନ୍ତୁ ତୁମେ ଦୀନକବି ରହିବ ଜୀବିତ
ଯେତେ ଦିନ ଭବେ ଥିବ ଓଡ଼ିଆ ସାହିତ୍ୟ।”

ସ୍ମରଣୀୟ ଗଙ୍ଗାଧର ମେହେରଙ୍କ କବିତାର ମୂଲ୍ୟ ନିର୍ଦ୍ଧାରଣ କରିବା ଦୁଃରୂହ। ଏହି ଅବସରରେ ‘ଅନ୍ତରଙ୍ଗ କଳିଙ୍ଗ’ର ସ୍ଵତନ୍ତ୍ର ଉପସ୍ଥାପନାରେ ଓଡିଆ ସାହିତ୍ୟର ବିସ୍ମୟ ଗଙ୍ଗାଧରଙ୍କ ରଚିତ କବିତା ‘ଅମୃତମୟ‘ ।

~ ଅମୃତମୟ ~

ନବ ବିକଶିତ ଫୁଲ ଗନ୍ଧ
ନବ ସରସ କବିତା ଛନ୍ଦ
ବନ ବିହଗ ମଧୁର ତାନ
ଶିଶୁ ସରଳ ତରଳ ଗାନ
ନବ ପ୍ରଫୁଲ୍ଲ କମଳ କାନନ
ନବ ସୁକୁମାର ଶିଶୁ ଆନନ
ଅମୃତୟ ଅମୃତମୟ
ଭସାଇ ନେଉଛି ଜୀବନ।୧।

ଧୀର ଚଳିତ ଶୀତଳ ବାତ
ଚିର ଲଳିତ କୁମୁଦ ନାତ
କ୍ଷୀର ଧବଳ ଚନ୍ଦ୍ରିକା ଜାଳ
ନୀରଦାନଦକ୍ଷ ଘନମାଳ
ମୃଦୁ ମଧୁର ଆଲୋକ ଉଷାର
ନବ ପଲ୍ଲବ ପତିତ ତୁଷାର
ଅମୃତମୟ ଅମୃତରୟ
ମଜାଇ ଦେଉଛି ସଂସାର।୨।

ମିଟିମିଟି ଜକ ଜକ ତାରା
ଟପ ଟପ ଜଳଧର ଧାରା
ତମ ନାଶନେ ଧାବିତ ଧଷ୍ଣି
ତମ ମୁକତ ଅବନୀ ହୃଷ୍ଟ
ଗିରି ଗରଭ ପ୍ରସୂତ ନିର୍ଝର
ଦୂର ଲମ୍ପିତ ପ୍ରପାତ ଝର୍ଝର
ଅମୃତମୟ  ଅମୃତରୟ
ଜୀବନ କରୁଛି ଜର୍ଜର।୩।

ମୁଁ ତ ଅମୃତ ସାଗର ବିନ୍ଦୁ
ନଭେ ଉଠିଥିଲି ତେଜି ସିନ୍ଧୁ
ଖସି ମିଶିଛି ଅମୃତ ଧାରେ
ଗତି କରୁଛି ସେ ଅକୂପାରେ
ପଥେ ଶୁଖି ଗଲେ ପାପ ତାପରେ
ହୋଇ ଶିଶିର ଖସିବି ତା’ପରେ
ଅମୃତମୟ ଅମୃତରୟ
ସହିତ ମିଶିବି ସାଗରେ।୪।

ସେହି ମହାନ କବିଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଏ ଜାତିର ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago