ଶ୍ରୀଜଗନ୍ନାଥ

ଶ୍ରୀକ୍ଷେତ୍ରର ନୃସିଂହ ମୂର୍ତ୍ତି

ଲେଖା: ତେଜସ୍ୱ ତ୍ରିପାଠୀ

~ ଶ୍ରୀକ୍ଷେତ୍ରର ନୃସିଂହ ମୂର୍ତ୍ତି ~
ଉତ୍କୃଷ୍ଟ କଳାର ଦେଶ ଉତ୍କଳ l ଉତ୍କଳର କଳା କାରିଗରୀ ଶିଳ୍ପ ଚାତୁରୀ ସ୍ୱତନ୍ତ୍ର ଓ ସର୍ବଶ୍ରେଷ୍ଠ l l କାଳକ୍ରମେ ଉତ୍କଳୀୟ ଭୂଖଣ୍ଡରେ ନାନା ମତବାଦର ପ୍ରଚାର ଓ ପ୍ରଚାର ହୋଇଛି l ଉତ୍କଳୀୟ ସଂକୃତିର ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀପୁରୁଷୋତ୍ତମ ଧାମ l ନିଜର କଳାକୃତି, ଇତିହାସ ଓ କିମ୍ବଦନ୍ତୀ ପାଇଁ ଏହା ବିଶ୍ୱ ପ୍ରସିଦ୍ଧ l ଏଠାରେ ବିଭିନ୍ନ ମତବାଦର ସମିଶ୍ରଣ ଦେଖିବାକୁ ମିଳେ l ତେବେ ଆମେ ଆଜି ଆଲୋଚନା କରିବା ଶ୍ରୀକ୍ଷେତ୍ରର ନୃସିଂହ ମୂର୍ତ୍ତି ଏବଂ ସେମାନଙ୍କର କଳାକୃତି ବିଷୟରେ l
ସମୁଦାୟ ଶ୍ରୀକ୍ଷେତ୍ରରେ ଶତାଧିକ ନୃସିଂହ ମୂର୍ତ୍ତି ପୂଜା ପାଉଥିବାର ଦେଖାଯାଏ l ମାତ୍ର ତନ୍ମଧ୍ୟରୁ ମାତ୍ର ତିନୋଟି ମୂର୍ତ୍ତିର କଳାକୃତି ବିଶ୍ୱରେ ବିରଳ, ପ୍ରଥମଟି ପଣ୍ଡୁ ନୃସିଂହ, ଦ୍ୱିତୀୟଟି ହେଉଛି ସିଙ୍ଗଡ଼ା ନୃସିଂହ ଓ ତୃତୀୟଟି ବାଇଶି ହାତ ନୃସିଂହ l
ପଣ୍ଡୁ ନୃସିଂହ: ଗୌଡ଼ବାଡ଼ ସାହି ଓ ହରଚଣ୍ଡୀ ସାହି ମଧ୍ୟଭାଗରେ ଏହି ମନ୍ଦିର ଦେଖାଯାଏ l ପଣ୍ଡୁ ଋଷିଙ୍କ ଇଷ୍ଟଦେବ ହୋଇଥିବାରୁ ଏହାଙ୍କ ଏପରି ନାମ କରଣ କରାଯାଇଛି l ଏହି ନୃସିଂହ ମୂର୍ତ୍ତି ୮ ହାତ ବିଶିଷ୍ଟ l ଉର୍ଦ୍ଧ ହାତରେ ହିରଣ୍ୟ କଶ୍ୟପର ଅନ୍ତଃନଳୀକୁ ଧାରଣ କରିଛନ୍ତି, ନିମ୍ନ ଚାରିଟି ହାତରୁ ୨ଟି ହାତ ଦୈତ୍ୟକୁ ମାଡି ଧରିଛନ୍ତି ଏବଂ ଅନ୍ୟ ୨ ହାତରେ ବକ୍ଷ ବିଦାରଣ କରିଛନ୍ତି, ବାକି ୨ ହାତରେ ଶଙ୍ଖ ଓ ଚକ୍ର ଧାରଣ କରିଛନ୍ତି l ଯେତେ ନୃସିଂହ ବିଗ୍ରହ ଆମେ ଦେଖୁ ସବୁଠି ହିରଣ୍ୟକଶ୍ୟପକୁ ନୃସିଂହ ନିଜ ଜାନୁ ଉପରେ ରଖି ବିଦାରଣ କରିଥିବା ବେଳେ ଏ ବିଗ୍ରହରେ ଗରୁଡ଼ ମୁଣ୍ଡ ଉପରେ ରଖି ବିଦାରଣ କରିଥିବା ଦେଖିବାକୁ ମିଳେ l ଯାହା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳେ ନାହିଁ l
ବାଇଶି ହାତ ନୃସିଂହ: ସିଂହଦ୍ଵାରା ଗୁମୁଟର ଦକ୍ଷିଣ ପଟ କାନ୍ଥରେ ଏହି ପ୍ରତିମାଙ୍କୁ ଦେଖିବାକୁ ମିଳେ ପୁରୀ ଲୋକ କଥା ଅନୁସାରେ “ହାତେ ଦେଉଳରେ ବାଇଶି ହାତ ଦିଅଁ” ଏହି ନୃସିଂହଙ୍କ ଅବିକଳ ପ୍ରତିମାଙ୍କୁ ରଥଯାତ୍ରା ସମୟରେ ନନ୍ଦିଘୋଷ ରଥର ପାର୍ଶ୍ୱଦେବତା ରୂପରେ ଦେଖିବାକୁ ପାଉ l ଏପରି ବିଗ୍ରହ ଅନ୍ୟତ୍ର ଦେଖିବାକୁ ମିଳେନାହିଁ l
ସିଙ୍ଗଡ଼ା ନୃସିଂହ: ହରଚଣ୍ଡୀ ସାହିରେ ଖୁଣ୍ଟିଆ ନିଯୋଗରେ ସିଙ୍ଗଡ଼ାତୋଟାସ୍ଥିତ ଉପସିତ ବିଗ୍ରହ l ଏ ବିଗ୍ରହଙ୍କ ଉପରେ ବଡଠାକୁର ବଳଭଦ୍ରଙ୍କ ପ୍ରତିମା ଥିବାର ଦେଖାଏ l ଏ ମୂର୍ତ୍ତି ସାରା ବିଶ୍ୱରେ ବିରଳ l
ଉପରୋକ୍ତ ଶ୍ରୀକ୍ଷେତ୍ରର ନୃସିଂହ ମୂର୍ତ୍ତି ତିନୋଟି କଳିଙ୍ଗ ସ୍ଥାପତ୍ୟର ବିଚିତ୍ର ନମୁନା ଏଥିରେ ସନ୍ଦେହ ନାହିଁ l
© ତେଜସ୍ୱ ତ୍ରିପାଠୀ
Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

23 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago