ଲେଖା: ଦେବରଞ୍ଜନ ସାମଲ
~ ରଜପର୍ବର ମାହାତ୍ମ୍ୟ ~
ଆଷାଢ଼ ମାସର ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନରେ ମାଟି ମା ହୁଏ ରଜସ୍ୱଳା। ପ୍ରଜନନକ୍ଷମ ହେବାକୁ ଯାଉଥିବାରୁ ତିନି ଦିନ ବିଶ୍ରାମ ଦିଆଯାଏ ଧରିତ୍ରୀ ମା’କୁ। ରଜସ୍ୱଳା ତିନି ଦିନ ଯଥା: ୧. #ଚାଣ୍ଡାଳି, ୨. #ବ୍ରହ୍ମଘାତିନି ୩. #ରଜକୀ କୁହାଯାଏ।
ରଜପର୍ବର ମାହାତ୍ମ୍ୟ ବୁଝିବାକୁ ହେଲେ ଆମେ ନେବା ଆମ ଲୋକଗୀତରୁ ପଦେ . .
#ବନସ୍ତେ ଡାକିଲା ଗଜ . .
ବରଷକେ ଆଜି ଲୋ, ଆସିଛି ରଜ,
ଆସିଛି ରଜଲୋ . . ଘେନି ନୂଆ ସଜବାଜ ।
ଆମ ସଂସ୍କୃତି ଓ ପରମ୍ପରା ଆମ ପାଇଁ ଗର୍ବ ଓ ଗୌରବ । ଆମର ବାରମାସେ ତେର ପର୍ବ ମଧ୍ୟରୁ ରଜପର୍ବ ସ୍ୱତନ୍ତ୍ର ସ୍ଥାନ ମଧ୍ୟରେ । ଏହି ପର୍ବ ପାଞ୍ଚଦିନ ପାଳନ ହୁଏ ସଜବାଜ, ପ୍ରଥମ ରଜ, ରଜସଂକ୍ରାନ୍ତି, ଶେଷରଜ, #ଭୂମିସ୍ନାନ । ଅବଶ୍ୟ ତିନିଦିନ ଅଧିକ ଜାଣିହୁଏ ଏ ପର୍ବ ଲୋକଲୋଚନରେ ଓ ସହରାଞ୍ଚଳରେ।
#ରଜହାଟ: ଆଜ୍ଞା ହଁ ରଜପାଇଁ ସ୍ୱତନ୍ତ୍ର ହାଟ ହୁଏ । ମୋ ପିଲାବେଳ ଦେଖିଆସିଛି ରାଜପାଇଁ ସ୍ୱତନ୍ତ୍ର ହାଟ । ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ରଜହାଟ ବସେ । ପ୍ରାୟତଃ ସବୁ ଅଞ୍ଚଳରେ ପନିପରିବା ସଉଦା ପାଇଁ ହାଟ ବସିଥାଏ ତେଣୁ ସଜବାଜର ଆଗ ଦିନ ହାଟବାରି ନଥିଲେ ସେହି ହାଟକୁ ସଜବାଜର ଆଗଦିନ ବସେଇବାକୁ ହୁଏ ।
#ସଜବାଜ: ଏ ସଜବାଜ ଅନେକ ଅଧିକା । ଆମର ଅଧିକାଂଶ ପର୍ବ ପର୍ବାଣୀ କେବଳ କୁଆଁରୀ ମାନଙ୍କ ଉପରେ ନିର୍ଭର କରେ । କୁଆଁରୀ ମାନେ ଏହି ଦିନ ମୁଣ୍ଡ ପଖାଳିବା, ହଳଦୀ ହେବା, #ମେଞ୍ଜୁଆତି ପତ୍ର ବା ହରଗୋରୀୟ ଫୁଲକୁ ବାଟିକରି ହାତ ପାପୁଲିରେ ଚିତା ଆଙ୍କିବା, ଅଳତା ଲଗେଇବା . . ।
ଏହା ସହ ମୁଖ୍ୟ ସଜବାଜ ହେଲା ତିନିଦିନ ପାଇଁ ପିଠାପଣା ଅବଶ୍ୟ ବର୍ତ୍ତମାନ ପାଣିପାଗରେ ତିନିଦିନ ପିଠାପଣା ରହିବା ଅସମ୍ଭବ । #ପୋଡ଼ପିଠା, #ପାଣିମଣ୍ଡା, #ଭଜାମଣ୍ଡା, #କାକରା, #ବୁଢ଼ାଚକୁଳି, ଖିରିପିଠା, ଖିରି ସହ ବଡ଼ ହାଣ୍ଡିଏ ପଖାଳ ମଧ୍ୟ । ତା ସହ ଅନେକ ପ୍ରକାରର ତୁଣ ଏହି ସଜବାଜ ଦିନ ପ୍ରସ୍ତୁତ କରାଯାଏ । ଏଭଳି ଛଅ ପିଠାକୁ ନଅ ତିଅଣର ତିଆରି ସନ୍ଧ୍ୟାରୁ ଆରମ୍ଭ କରାଯାଇ ଭୋର ମଧ୍ୟ ହେଇଯାଉଥିଲା ।
#ପ୍ରଥମରଜ: ଘରର ବୋହୁ ଓ ଝିଅମାନେ ସୂର୍ଯ୍ୟଉଦୟ ପୂର୍ବରୁ, ଠାକୁର ପୂଜା ସହ ଚୁଲିପୂଜା ସାରିବାକୁ ହୁଏ । କାରଣ ପ୍ରଥମ ରଜ ଦିନ ଚୁଲି ଲାଗିବ ନାହିଁ । ଆଉ କୁଆଁରୀମାନେ କିଏ କାହାଠାରୁ ଅଧିକା ସୁନ୍ଦରୀ ଲାଗିବେ ତାଙ୍କ ନିଜ ଇଚ୍ଛାରେ ପ୍ରତିଯୋଗିତାରେ ଥାଆନ୍ତି । ଘରର ଛୋଟ ବଡ଼ ସଭିଏଁଙ୍କ ପାଇଁ ଘରର କର୍ତା ମାନେ ନୂଆ ପୋଷାକ ଖଣ୍ଡେ ଅଧେ ନିହାତି ଆଣିଥାନ୍ତି ।ଏହି ରଜରେ ବନ୍ଧୁବାନ୍ଧବ ମଧ୍ୟରେ ଗୋଟିଏ ସୁନ୍ଦର ଭାବ ଆଦାନପ୍ରଦାନ ହୁଏ । ସମସ୍ତଙ୍କ ଦୁଆର ପିଣ୍ଡାରେ ଗୋଟିଏ ରଜଦୋଳି । ପିଲାମାନଙ୍କ କିଏ କାହା ଘରେ ଖାଆନ୍ତି ତାହା ମଧ୍ୟ ଜାଣିହୁଏନି । ଏହି ଦିନ ବୋଧେ ସବୁ ଖେଳକୁଦ ମନେ ପଡ଼େ ।#ବାଗୁଡି, #ବୋହୁବାଗୁଡ଼ି, #କିତିକିତି, #କାଚକଉଡ଼ି, #ବାଘଛେଳି, #ପୁଚି, ଲୁଡୁ, ତାସ, ପଟାଦୋଳି, ଛକିଶୁନ . . . ଅନେକ। (ବିଦ୍ର: ନୂଆବୋହୁ ଓ ଝିଅମାନେ କୌଣସି କାମ କରନ୍ତି ନାହିଁ, ଚପଲ ମଧ୍ୟ ପିନ୍ଧନ୍ତି ନାହିଁ ତେଣୁ କଦଳୀ ପାଟୁଆରେ ସ୍ଵତନ୍ତ୍ର ଚପଲ ପିନ୍ଧୁଥିଲେ ।)
କୌତୁହଳର ବିଷୟ ମଧ୍ୟ ଅଛି ଯେଉଁ ନୂଆ ବୋହୁଟିଏ ଆସିଥାଏ ଗାଁକୁ ସେ ସେଠାର ସବୁ କୁଆଁରୀଙ୍କୁ ସଜ କରିବାର ଆତ୍ମୀୟ ପ୍ରଥା ମଧ୍ୟ ଥିଲା ଓ ଅଳ୍ପ ଅଞ୍ଚଳରେ ଅଛି ମଧ୍ୟ । ଲୁଡୁ ତାସ ମଧ୍ୟ ରଜ ପାଇଁ ସେହିଠାରୁ ଖୋଜାହୁଏ ।
#ରଜସଂକ୍ରାନ୍ତି: ଠିକ ସେହିଭଳି ସମ୍ପର୍କର ଭାବ ଆଦାନ ପ୍ରଦାନ । ବାସି ପିଠାପଣାର ମହକର ସାଥେ ଭିନ୍ନ ସ୍ୱାଦରେ ବନ୍ଧୁ ଓ ବାନ୍ଧବ । ରଜପାନ ଖାଇ ଓଠ ନାଲି କରିବାର ମିଠାପାନର ମଧୁରତା ଏବେ ଖୋଜିଲେ ମିଳିବା ଅସମ୍ଭବ । ସମସ୍ତଙ୍କ ଘରେ ଆଗରୁ ପ୍ରାୟତଃ ପାନପାଛିଆ ଗୋଟେ ଥାଏ । କିନ୍ତୁ ସେ #ପାନପାଛିଆ ଏ ରଜ ପାଇଁ ମଧ୍ୟ ସଜ ହୋଇ ଥାଏ । ବିଭିନ୍ନ ମିଠା ମସଲାରେ ଭରପୁର ଥାଏ । ବୁଢ଼ୀମା’ ଯାହା ଘରେ ଥାଏ ସେ ନାତିନାତୁଣୀଙ୍କର ଖୁସି କହିଲେ ନସରେ । କାରଣ ତାଙ୍କ ପାଇଁ #ପାନ ଭାଙ୍ଗି ଖୋଜି ବୁଲୁଥିବା ବୁଢ଼ୀମା’ର ଖୁସି କହିଲେ ନସରେ ।
#ଶେଷରଜ: ଯେପରି ଟିକେ ଭିଡ଼ କମିଯାଏ, କିନ୍ତୁ ଏ ଭିଡ଼ କମିଲେ ମଧ୍ୟ ଅନେକ ଆନନ୍ଦଥାଏ । ଏହି ରଜରେ ଯେଉଁମାନେ ସଭିଏଁ ବନ୍ଧୁବାନ୍ଧବଙ୍କ ଘରକୁ ଯାଇଥାନ୍ତି ଫେରିବା ହୁଅନ୍ତି । ଏ ଫେରିବାରେ ସେଠାରୁ ଆସିଥିବା ଅନେକ ଗୁଡିଏ ଭଲପାଇବା ପରିବାର ପାଇଁ ଭରିକି ଥାଏ । ଲେଉଟାଣି ରଜ କହିଲେ ଅତ୍ୟୁକ୍ତି ହେବନାହିଁ । ଆମ୍ବ, ପଣସ, ମିଠା, ଗଜା, ଖଜା ପୁଣି ଥରେ ଭରିଯାଏ ଘରେ । ମାମୁଁଘର କେମିତି ପୋଷାକ ଦେଇଛନ୍ତି ସେ ମିଠାଭରା ପ୍ରତିଯୋଗିତା ପିଲାଙ୍କ ଭିତରେ ହୁଏ । ସେଦିନ ଘର ନୂଆପୋଷାକ ମାମୁଁଘର ପୋଷାକ ଭିତରେ ବଦଳାଯାଏ, ସେ ଖୁସି ଅନେକ ଥାଏ ।
#ବସୁମତୀ ସ୍ନାନ: ରଜପର୍ବ ସହ ଚାଷୀଭାଇଙ୍କ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିବସ । ମାଆ ବସୁଧା କୋଳରେ ପିଢ଼ା ରଖି ଶୀଳପୁଆକୁ ଶୁଆଇ କଜଳପାତି, ସୋରିଷ, ହଳଦୀ, ସିନ୍ଦୁରରେ ସଜେଇ ବସୁଧା ମାଆକୁ । ତା କୋଳରେ ଏ ଧରା ହସି ଉଠିବାର ନୂଆ ଏକ ସ୍ୱପ୍ନ ନେଇ ରଜପର୍ବକୁ ବିଦାୟ ଦେବାହେଉ ।
ହଜିବାକୁ ବସିଲାଣି ନାଁ ସେ #ଢ଼ିଙ୍କିରେ ଚୁନା କୁଟିବାର ଶବ୍ଦ ଆଉ ଶୁଭୁନାହିଁ । ସେ ଆମ୍ବ ପଣସର ମହକ ମିଳୁନାହିଁ । ସେ ଛଅ ପିଠା ନଅ ତିଅଣର ଭାବର ଆଦାନ ପ୍ରଦାନ ଆଉ ମିଳୁନାହିଁ । ଆମିଷ ପାଇଁ ବାଡ଼ିପଟ ଉଠାଚୁଲିରେ ପୁରୁଷ ରୋଷେୟା ସହ ବାଡ଼ି କଦଳୀପତ୍ରରେ ଖାଇବା ଲୋପ ପାଇଲାଣି । ମିଠାଗଜା ଖଜାଫେଣିକୁ ଆମେ ଭୁଲିଗଲେଣି । ପାଶ୍ଚାତ୍ୟ ଲୋଭି ହୋଇ ଆମ ନିଜ ସଂସ୍କୃତିକୁ ଆମେ ବଳି ପକେଇ ଦେଉଛନ୍ତି । ଆମ ପାଇଁ ରଜପର୍ବର ମାହାତ୍ମ୍ୟ ଯେମିତି ଆଜି ଅବୁଝା ହୋଇଯାଇଛି ।
ଏ ଯେଉଁ ଓଡ଼ିଶାରେ ଅନେକ ପାର୍ବଣ ଅଛି କେବଳ ମହିଳାମାନଙ୍କ ପାଇଁ । ସେ #ଖୁଦୁରୁକୁଣୀ ହେଉ ବା #ଅଗିରାପୁନେଇ, କୁମାରପୂର୍ଣ୍ଣିମା ହେଉ ଅବା ରଜପର୍ବ ଆମ ପରମ୍ପରା ପର୍ବପାର୍ବଣ ସେମାନଙ୍କ ପାଖେ ବନ୍ଧାପଡିଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago