Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ କଟକ ଜିଲ୍ଲାର କେତୋଟି ଗଡ଼ଜାତ ଅଞ୍ଚଳ ମଧ୍ୟରେ ନରସିଂହପୁର ଗଡ଼ଜାତ ହେଉଛି ଅନ୍ୟତମ l ପାହାଡ଼, ପର୍ବତ, ଝରଣା, ଅରଣ୍ୟ, ପ୍ରାଚୀନ ମନ୍ଦିର ଓ ବୌଦ୍ଧ କିର୍ତ୍ତୀରାଜି ପାଇଁ ଏହି ଅଞ୍ଚଳ ସୁପରିଚ l କଟକ ଜିଲ୍ଲାର ପ୍ରସିଦ୍ଧ ଦେଓଝର ଓ ଡାବରଖୋଲ ଜଳପ୍ରପାତ ଏହି ଅଞ୍ଚଳରେ ଅବସ୍ଥିତ l ଦେବଭୂମି…

ଓଡ଼ିଆ ଘରେ ପିଲାଠୁ ବୁଢ଼ା ଯାଏଁ ବୟସ ନିର୍ବିଶେଷରେ ଅଧିକାଂଶ ପାନ ଖାଇବାରେ ଅଭ୍ୟସ୍ତ । ପାନ ପାଖରେ ଉଚ୍ଚନୀଚ୍ଚ, ବଡ଼ସାନ, ସ୍ତ୍ରୀ ପୁରୁଷର ଭେଦ ନ ଥାଏ ! ରଜାଠୁ ରଙ୍କ ସଭିଙ୍କର ଥାଏ ପାନ ପ୍ରତି ଦୁର୍ବଳତା ! ଓଡ଼ିଆ ର ଭୋଜିଭାତରେ ଶେଷରେ ପାନର ବ୍ୟବସ୍ଥା ନ ଥିଲେ ସେଠି ଯେମିତି ଭୋଜନର ପୂର୍ଣ୍ଣତା ଆସେନା ! ଏମିତିକି ପାନରେ ଅଭ୍ୟସ୍ତ ନ ଥିବା ଲୋକେ ବି ଭୋଜି ଶେଷରେ ପାନ ଖଣ୍ଡେ ପାଟିରେ ପୁରାଇବାକୁ ହେଳା କରେନି . .

ଉତ୍ତରପ୍ରଦେଶ ରାଜ୍ୟର ବହୁଳାଂଶ ଓ ବିହାର ପ୍ରଦେଶର କେତେକାଂଶରେ ଅନ୍ୟ ରାଜ୍ୟର ପାନ ତୁଳନାରେ ଲୋକପ୍ରିୟତା ହାସଲ କରିପାରିଥିଲା ଆମ ହିଞ୍ଜିଳିକାଟୁ ତଥା ଆଖପାଖ ଅଞ୍ଚଳର ପାନ ! ବନାରସୀ ପାନ ବୋଲି ଯେଉଁ ନାମ ଡ଼ାକ, ସେଇ ପାନ କହିଲେ ମୁଖ୍ୟତଃ ଗଞ୍ଜାମର ପାନପତ୍ରକୁ ହିଁ ବୁଝାଇଥାଏ, ପାନର ମସଲା ଅବଶ୍ୟ ଭିନ୍ନ . .

କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .

ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ 'ବରଜ'କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ . .

ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା'ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି' ଖଣ୍ଡ ଭାଙ୍ଗିନେବେ . .

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ ବଳଦେବ ଉପାସନା ସହ ଉତ୍କଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ମହନୀୟ ଉପାସନା ଆଦୃତ l ଓଡ଼ିଶାର ପ୍ରାଚୀନ ବଳଦେବ ବିଗ୍ରହଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉ, ଢେଙ୍କାନାଳର ଅଧିଷ୍ଠାତା…

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି । ଏହି ପର୍ବରେ ଅନେକ ପ୍ରକାରର ରଙ୍ଗକୁ ନେଇ ଜାତି, ଧର୍ମ, ସବୁ ଭୁଲି ଆମେ ସମସ୍ତେ ଏହି ପର୍ବକୁ ପାଳନ କରିଥାଉ, ସମସ୍ତ ଶତ୍ରୁତାକୁ ଭୁଲି ଭାଇଚାରର ସମ୍ପର୍କ ଆମେ ସୃଷ୍ଟି କରିଥାଉ…

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ l ଅଞ୍ଚଳ ଭିତ୍ତିରେ ଉକ୍ତ ପର୍ବପର୍ବାଣୀ ସ୍ଥାନୀୟ ଲୋକାଚାର ପରମ୍ପରାକୁ ନେଇ ସମୃଦ୍ଧ l ସେପରି ଏକ ଅନନ୍ୟ ପରମ୍ପରା ହେଉଛି ଭାଦ୍ରବ ମାସ ଖୁଦୁରୁକୁଣୀ ସମୟରେ…

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା।। ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ଭାଦ୍ରବ ଶୁକ୍ଳ ଚତୁର୍ଥୀଦିନ ଗଣେଶ ପୂଜା କରାଯାଇଥାଏ। ଏହିଦିନ ଶ୍ରୀମନ୍ଦିରର ବଟଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନକରାଯାଏ। ଏହିଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ…