~ ଶାମ୍ବ ଦଶମୀ ~

ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ

ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର ହେଉଛି ପବିତ୍ର ଶାମ୍ବ ଦଶମୀ l ଅତି ପ୍ରାଚୀନ ସମୟରୁ ପୁଣ୍ୟଭୂମି ଉତ୍କଳ ଭୂଖଣ୍ଡ ପଞ୍ଚଦେବ ଉପାସନାର କ୍ଷେତ୍ର ରୂପେ ମହିମାମଣ୍ଡିତ l ପୁରାଣପ୍ରସିଦ୍ଧ ମୈତ୍ରେୟ ବନ ଭଗବାନ ସୂର୍ଯ୍ୟନାରାୟଣଙ୍କ ପ୍ରିୟସ୍ଥାନ ଥିଲା l

ପୁଣ୍ୟସଲିଳା ଚନ୍ଦ୍ରଭାଗା ନଦୀ ନିକଟରେ ଥିବା ପୁରାଣପ୍ରସିଦ୍ଧ ମୈତ୍ରେୟ ବନରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଭଗବାନ ସୂର୍ଯ୍ୟନାରାୟଣଙ୍କୁ କଠୋର ତପରେ ପ୍ରୀତ କରି ପିତୃଦତ୍ତ ଅଭିଶାପ ମାରାତ୍ମକ କୁଷ୍ଠ ବ୍ୟାଧିରୁ ଆରୋଗ୍ୟ ଲାଭ କରିଥିଲେ l
ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ଭଗବାନ ସୂର୍ଯ୍ୟନାରାୟଣଙ୍କ ଏକ ମଣିବିଗ୍ରହ ପ୍ରାପ୍ତ ହୋଇ ମନ୍ଦିର ଗଢ଼ାଇ ଶାକଦ୍ବୀପରୁ (ଆଧୁନିକ ଇରାନ)  ମଗ ବ୍ରାହ୍ମଣମାନଙ୍କୁ ଅଣାଇ ସେମାନଙ୍କ ଦ୍ୱାରା ସୂର୍ଯ୍ୟନାରାୟଣଙ୍କ ସେବାପୂଜାର ବନ୍ଦୋବସ୍ତ କଲେ l ତେଣୁ ଦ୍ୱାପର ଯୁଗ ସମୟରୁ ଉତ୍କଳର ମୈତ୍ରେୟ ବନ ସୂର୍ଯ୍ୟଉପାସନାର କ୍ଷେତ୍ର ରୂପେ ଥିଲା ଜନାଦୃତ l
କାଳର କରାଳଗତିରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟନାରାୟଣଙ୍କ ମନ୍ଦିର ଜୀର୍ଣ୍ଣ ହେବାରୁ କେଶରୀ ବଂଶର ଶାସକ ପୁରନ୍ଦର କେଶରୀ ପୁନର୍ବାର ମନ୍ଦିର ନିର୍ମାଣ କରାଇଥିଲେ ବୋଲି ମାଦଳlପାଞ୍ଜିରେ ଉଲ୍ଲେଖ ଅଛି l କେଶରୀ କାଳୀନ ମନ୍ଦିର ପୁନର୍ବାର ଜୀର୍ଣ୍ଣ ହେବାରୁ ଗଙ୍ଗସମ୍ରାଟ ଲାଙ୍ଗୁଡ଼l ନରସିଂହ ଦେବ ଭବ୍ୟ ତଥା ବିଶାଳ ସୂର୍ଯ୍ୟମନ୍ଦିର ନିର୍ମାଣ କରି ମୈତ୍ରେୟ ବନର ଶ୍ରୀବୃଦ୍ଧି କଲେ l କୋଣାର୍କରେ ସୂର୍ଯ୍ୟମନ୍ଦିର ତିନି ଥର ନିର୍ମାଣ ହୋଇଛି l ଗଙ୍ଗକାଳୀନ ସୂର୍ଯ୍ୟମନ୍ଦିର ତୃତୀୟ ଥର ନିର୍ମିତ ହୋଇଥିବା ଦେଉଳ ଅଟେ l ଏହି ମନୋରମ କାରୁକାର୍ଯ୍ୟପୂର୍ଣ୍ଣ ଭବ୍ୟ ଦେଉଳଟି ଧ୍ବଂସ ହୋଇଯାଇଛି କେବଳ ମାତ୍ର ଜଗମୋହନଟି ଉତ୍କଳୀୟ କଳା ଭାସ୍କର୍ଯ୍ୟର ଉଦଘୋଷଣା କରୁଛି l
ଚନ୍ଦ୍ରଭାଗା ନଦୀ ନିକଟସ୍ଥ ମୈତ୍ରେୟ ବନ ବା ଆଧୁନିକ କୋଣାର୍କ ସୂର୍ଯ୍ୟ ଉପାସନାର ଆଦି କ୍ଷେତ୍ର l ପରବର୍ତ୍ତୀ ସମୟରେ ଭଦ୍ରକ ଅନ୍ତର୍ଗତ ପାଳିଆର ବିରଞ୍ଚି ନାରାୟଣ ମନ୍ଦିର, ଗଞ୍ଜାମ ଅନ୍ତର୍ଗତ ବୁଗୁଡ଼ାର କାଷ୍ଠନିର୍ମିତ ବିରଞ୍ଚିନାରାୟଣ ମନ୍ଦିର ଉତ୍କଳରେ ସୂର୍ଯ୍ୟ ଉପାସନାର ଅନ୍ୟ ଦୁଇଟି ପ୍ରସିଦ୍ଧ ପୀଠ l
ସନ୍ତାନମାନଙ୍କ ସୁଖପୂର୍ଣ୍ଣ ତଥା ନିରୋଗ ଜୀବନର କାମନା କରି ଉତ୍କଳର ଘରେ ଘରେ ମାଆମାନେ ବିଭିନ୍ନ ପିଠାପଣାର ସମ୍ଭାର ଘେନି ଶାମ୍ବ ଦଶମୀ ପୂଜା କରିଥାନ୍ତି l
Samba Dashami
Spread the love
Antaranga Kalinga

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago