All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ଯୋଗନାନୀ

ଲେଖା: ଶିଶିର ସାହୁ ମନୋଜ

ସମୟ ସହ ଗୋଟିଏ ସମାଜ ଓ ତତ୍ ସମ୍ପର୍କିତ ଭାଷାରେ ଅନେକ ଛୋଟବଡ଼ ପରିଵର୍ତ୍ତନ ଦେଖାଦେଇଥାଏ । ମହାଭାରତୀୟ ସମାଜ ତଥା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଗତ ଦୁଇଶତ ଵର୍ଷ ମଧ୍ୟରେ ଅନେକାନେକ ପରିଵର୍ତ୍ତନ ହୋଇଛି । ସମାଜ ଓ ଦେଶ ସହ ସେଠାକାର ଭାଷା ମଧ୍ୟ ଅଙ୍ଗାଙ୍ଗୀ ଭାଵେ ଜଡ଼ିତ ହୋଇଥାଏ ।

ମହାଭାରତୀୟ ସାମାଜରେ ନାନା ପରିଵର୍ତ୍ତନ ଦେଖାଦେଵାରୁ ଏହାର ପ୍ରଭାଵ ଓଡ଼ିଶା ଓ ଏଠାକାର ଵିଭିନ୍ନ ଭାଷାରେ ମଧ୍ୟ ଦେଖାଗଲା । ଫଳରେ ଶହ ଶହ ଵର୍ଷରୁ ଆମଭାଷାରେ ପ୍ରଚଳିତ ଅନେକ ଶବ୍ଦ ମରିହଜିଗଲାଵେଳେ ଅନେକ ନୂଆ ଶବ୍ଦର ମଧ୍ୟ ଆଵିର୍ଭାଵ ହୋଇଛି । ଏହି ସାମୁହିକ ସାମାଜିକ ପରିଵର୍ତ୍ତନ ଯୋଗୁଁ ଆମର ଯେଉଁ କେତେକ ଶବ୍ଦ ସମୟସ୍ରୋତ ଆଗରେ ବଳିପଡି଼ଯାଇଛି ତନ୍ମଧ୍ୟରୁ ଗୋଟିଏ ହେଉଛି ଯୋଗନାନୀ ।

ଆଗକାଳରେ ଶିଶୁମାନଙ୍କ ଦଳ ମଧ୍ଯରେ ଯେଉଁ ବଡ଼ନାନୀମାନେ ମୁରବୀପଣିଆ ବା ବାହାଦୁରୀ ଦେଖାଇ ହେଉଥିଲେ ସେମାନଙ୍କୁ ସେମାନଙ୍କ ସାନ ଭାଇଭଉଣୀମାନେ ଯୋଗନାନୀ କହି ଚିଡା଼ଉଥିଲେ । ସେତେଵେଳେ ଆଜିକାଲିର ପିଲାଙ୍କ ପରି ସେକାଳର ପିଲାଏ ଘର ଭିତରେ ନିଜ ଅତିରିକ୍ତ ସମୟକୁ ଵିଡିଓ ଗେମ୍, ଦୂରଦର୍ଶନ କିଂଵା ମୋବାଇଲ ମଧ୍ୟରେ ସାରି ଦେଉ ନଥିଲେ । ସେତେଵେଳର ପିଲାଏ ବୋହୂଚୋରୀଠାରୁ ବାଟି ଯାଏଁ, ଡାଳୁଆଆଙ୍କୁଡି଼ଠୁଁ ଡାବଲପୁଆ ଯାଏଁ ନାନାପ୍ରକାରର ଖେଳ ଖେଳୁଥିଲେ ।

ତେଵେ ଏ ସମସ୍ତ ଖେଳରେ କେହି ନା କେହି ମୁରବୀ ରହୁଥିଲା ଵା ସେ ମୁରବୀ ବୋଲି ନାନାମତେ ପ୍ରମାଣ କରିଵାକୁ ଚେଷ୍ଟା କରୁଥିଲା । ସାଧାରଣତଃ ପିଲାମାନଙ୍କ ମଧ୍ୟରେ ଯେଉଁମାନେ ଵୟସରେ ବଡ଼ ହେଉଥିଲେ ସେମାନେ ଉକ୍ତ ଶିଶୁଦଳରେ ନିଜର ଆଧିପତ୍ୟ ଦେଖାଉଥିଲେ । କାହାକୁ ସାଥିରେ ଖେଳାଯିଵ କାହାକୁ ଖେଳରୁ ଵାସନ୍ଦ କରାଯିଵ ସେସବୁର ନିଷ୍ପତ୍ତି ବଡ଼ ଭାଇଭଉଣୀମାନେ ନେଉଥିଲେ । ତେଵେ ଵେଳେଵେଳେ ବଡ଼ ନାନୀଭାଈଙ୍କର ଏଭଳି କଟକଣା ଛୋଟ ଭାଇଭଉଣୀମାନଙ୍କ ମନରେ ଵିଦ୍ରୋହର କାରଣ ହୋଇଥିଵ ଏଵଂ  ସେଇଠୁ ଯୋଗନାନୀ ଭଳି ଏକ ନିଆରା ଓଡ଼ିଆ ଶବ୍ଦର ଜନ୍ମ ହୋଇଥିଵ ।

ଏହି ଯୋଗନାନୀ ଶବ୍ଦଟି ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୮୬୮ତମ ପୃଷ୍ଠାରେ ଉଲ୍ଲେଖ ରହିଥିଵା ଦେଖିଵାକୁ ମିଳେ । ଅଭିଧାନକାର ଶ୍ରୀପ୍ରହରାଜଙ୍କ ଉଲ୍ଲେଖ ଅନୁସାରେ ଯୋଗନାନୀ ଶବ୍ଦଟି ଯୋଗ ଓ ନାନୀ ଏଇଭଳି ଦୁଇଗୋଟି ଶବ୍ଦଯୁକ୍ତ ହୋଇ ଗଠିତ ହୋଇଛି ଏଵଂ ଏଠାରେ ଯୋଗ ଶବ୍ଦଟି ଯୋଗ୍ଯ ଶବ୍ଦ ସହ ସମଦ୍ଧୃତ ବୋଲି ସେ ମତପୋଷଣ କରିଛନ୍ତି ।

ଛୋଟପିଲାଙ୍କ ପାଟିରେ ଯୋଗ୍ଯ ଶବ୍ଦଟି ଯୋଗରେ ପରିଵର୍ତ୍ତିତ ହୋଇଯିଵା ସ୍ଵାଭାଵିକ କଥା । ଛୋଟ ଵୟସ୍କ ପିଲାଙ୍କ ପାଇଁ ଏଇଭଳି ପ୍ରତ୍ୟେକ ଭାଷାକୁ ଅନେକ ଶବ୍ଦ ମିଳିଛି ।

ତେଵେ ସମୟ ସହ ଏ ଶବ୍ଦ ଆଜି କେଵଳ ଅଭିଧାନ ମଧ୍ୟରେ ହିଁ ସୀମିତ ରହିଯାଇଛି କାରଣ ପିଲାମାନେ ହିଁ ଏ ଶବ୍ଦର ଵ୍ଯଵହାର କରୁଥିଲେ ଏଵଂ ନବେ ଦଶକ ଵେଳକୁ ଭାରତରେ ଦୂରଦର୍ଶନର ଲୋକପ୍ରିୟତା ବଢି଼ଲା ପରଠାରୁ ଏପରି ଅନେକ ଶବ୍ଦ ସମୟ ସୁଅରେ ହଜିଯାଇଛି, ହଜିଯାଉଛି । ତଥାପି ଅଧୁନା ସାହିତ୍ଯିକ ମାନେ ଏ ଶବ୍ଦ ଵ୍ଯଵହାର କରି ଯଦି ସାହିତ୍ୟ ରଚନା କରିଵେ ହୁଏତ ଯୋଗନାନୀ ଭଳି କେତେକ ଶବ୍ଦ ପୁଣି ବହୁପ୍ରଚଳିତ ନହେଲେ ହେଁ ସଂମ୍ପୂର୍ଣ୍ଣ ମରିନଯାଇ ତାଙ୍କ ସାହିତ୍ଯକୃତି ମଧ୍ୟରେ ଜୀଵିତ ରହିଥିଵେ ।

© ଶବ୍ଦଭେଦ

Spread the love
admin

Next ମିଶି »
Previous « କରି
Leave a Comment
Share
Published by
admin
Tags: ଡାଳୁଆଆଙ୍କୁଡି଼ବୋହୂଚୋରୀଯୋଗନାନୀ
5 years ago

    Related Post

  • ବୈଷ୍ଣବ ଚରଣ ମହାନ୍ତି
  • ମାତୃଭାଷା
  • ଗୁରୁ

Recent Posts

  • ଇତିହାସ

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago
  • ମହାମନିଷୀଗଣ

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago
  • ମହାମନିଷୀଗଣ

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago
  • ପର୍ଯ୍ୟଟନ କ୍ଷେତ୍ର

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago
  • ଶ୍ରୀଜଗନ୍ନାଥ

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago
  • ଶ୍ରୀଜଗନ୍ନାଥ

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago
All Rights ReservedView Non-AMP Version
  • L