Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ଯୋଗନାନୀ

  • adminadmin
  • November 15, 2020
  • ଭାଷା ଓ ସାହିତ୍ୟ

ଲେଖା: ଶିଶିର ସାହୁ ମନୋଜ

ସମୟ ସହ ଗୋଟିଏ ସମାଜ ଓ ତତ୍ ସମ୍ପର୍କିତ ଭାଷାରେ ଅନେକ ଛୋଟବଡ଼ ପରିଵର୍ତ୍ତନ ଦେଖାଦେଇଥାଏ । ମହାଭାରତୀୟ ସମାଜ ତଥା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଗତ ଦୁଇଶତ ଵର୍ଷ ମଧ୍ୟରେ ଅନେକାନେକ ପରିଵର୍ତ୍ତନ ହୋଇଛି । ସମାଜ ଓ ଦେଶ ସହ ସେଠାକାର ଭାଷା ମଧ୍ୟ ଅଙ୍ଗାଙ୍ଗୀ ଭାଵେ ଜଡ଼ିତ ହୋଇଥାଏ ।

ମହାଭାରତୀୟ ସାମାଜରେ ନାନା ପରିଵର୍ତ୍ତନ ଦେଖାଦେଵାରୁ ଏହାର ପ୍ରଭାଵ ଓଡ଼ିଶା ଓ ଏଠାକାର ଵିଭିନ୍ନ ଭାଷାରେ ମଧ୍ୟ ଦେଖାଗଲା । ଫଳରେ ଶହ ଶହ ଵର୍ଷରୁ ଆମଭାଷାରେ ପ୍ରଚଳିତ ଅନେକ ଶବ୍ଦ ମରିହଜିଗଲାଵେଳେ ଅନେକ ନୂଆ ଶବ୍ଦର ମଧ୍ୟ ଆଵିର୍ଭାଵ ହୋଇଛି । ଏହି ସାମୁହିକ ସାମାଜିକ ପରିଵର୍ତ୍ତନ ଯୋଗୁଁ ଆମର ଯେଉଁ କେତେକ ଶବ୍ଦ ସମୟସ୍ରୋତ ଆଗରେ ବଳିପଡି଼ଯାଇଛି ତନ୍ମଧ୍ୟରୁ ଗୋଟିଏ ହେଉଛି ଯୋଗନାନୀ ।

ଆଗକାଳରେ ଶିଶୁମାନଙ୍କ ଦଳ ମଧ୍ଯରେ ଯେଉଁ ବଡ଼ନାନୀମାନେ ମୁରବୀପଣିଆ ବା ବାହାଦୁରୀ ଦେଖାଇ ହେଉଥିଲେ ସେମାନଙ୍କୁ ସେମାନଙ୍କ ସାନ ଭାଇଭଉଣୀମାନେ ଯୋଗନାନୀ କହି ଚିଡା଼ଉଥିଲେ । ସେତେଵେଳେ ଆଜିକାଲିର ପିଲାଙ୍କ ପରି ସେକାଳର ପିଲାଏ ଘର ଭିତରେ ନିଜ ଅତିରିକ୍ତ ସମୟକୁ ଵିଡିଓ ଗେମ୍, ଦୂରଦର୍ଶନ କିଂଵା ମୋବାଇଲ ମଧ୍ୟରେ ସାରି ଦେଉ ନଥିଲେ । ସେତେଵେଳର ପିଲାଏ ବୋହୂଚୋରୀଠାରୁ ବାଟି ଯାଏଁ, ଡାଳୁଆଆଙ୍କୁଡି଼ଠୁଁ ଡାବଲପୁଆ ଯାଏଁ ନାନାପ୍ରକାରର ଖେଳ ଖେଳୁଥିଲେ ।

ତେଵେ ଏ ସମସ୍ତ ଖେଳରେ କେହି ନା କେହି ମୁରବୀ ରହୁଥିଲା ଵା ସେ ମୁରବୀ ବୋଲି ନାନାମତେ ପ୍ରମାଣ କରିଵାକୁ ଚେଷ୍ଟା କରୁଥିଲା । ସାଧାରଣତଃ ପିଲାମାନଙ୍କ ମଧ୍ୟରେ ଯେଉଁମାନେ ଵୟସରେ ବଡ଼ ହେଉଥିଲେ ସେମାନେ ଉକ୍ତ ଶିଶୁଦଳରେ ନିଜର ଆଧିପତ୍ୟ ଦେଖାଉଥିଲେ । କାହାକୁ ସାଥିରେ ଖେଳାଯିଵ କାହାକୁ ଖେଳରୁ ଵାସନ୍ଦ କରାଯିଵ ସେସବୁର ନିଷ୍ପତ୍ତି ବଡ଼ ଭାଇଭଉଣୀମାନେ ନେଉଥିଲେ । ତେଵେ ଵେଳେଵେଳେ ବଡ଼ ନାନୀଭାଈଙ୍କର ଏଭଳି କଟକଣା ଛୋଟ ଭାଇଭଉଣୀମାନଙ୍କ ମନରେ ଵିଦ୍ରୋହର କାରଣ ହୋଇଥିଵ ଏଵଂ  ସେଇଠୁ ଯୋଗନାନୀ ଭଳି ଏକ ନିଆରା ଓଡ଼ିଆ ଶବ୍ଦର ଜନ୍ମ ହୋଇଥିଵ ।

ଏହି ଯୋଗନାନୀ ଶବ୍ଦଟି ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୮୬୮ତମ ପୃଷ୍ଠାରେ ଉଲ୍ଲେଖ ରହିଥିଵା ଦେଖିଵାକୁ ମିଳେ । ଅଭିଧାନକାର ଶ୍ରୀପ୍ରହରାଜଙ୍କ ଉଲ୍ଲେଖ ଅନୁସାରେ ଯୋଗନାନୀ ଶବ୍ଦଟି ଯୋଗ ଓ ନାନୀ ଏଇଭଳି ଦୁଇଗୋଟି ଶବ୍ଦଯୁକ୍ତ ହୋଇ ଗଠିତ ହୋଇଛି ଏଵଂ ଏଠାରେ ଯୋଗ ଶବ୍ଦଟି ଯୋଗ୍ଯ ଶବ୍ଦ ସହ ସମଦ୍ଧୃତ ବୋଲି ସେ ମତପୋଷଣ କରିଛନ୍ତି ।

ଛୋଟପିଲାଙ୍କ ପାଟିରେ ଯୋଗ୍ଯ ଶବ୍ଦଟି ଯୋଗରେ ପରିଵର୍ତ୍ତିତ ହୋଇଯିଵା ସ୍ଵାଭାଵିକ କଥା । ଛୋଟ ଵୟସ୍କ ପିଲାଙ୍କ ପାଇଁ ଏଇଭଳି ପ୍ରତ୍ୟେକ ଭାଷାକୁ ଅନେକ ଶବ୍ଦ ମିଳିଛି ।

ତେଵେ ସମୟ ସହ ଏ ଶବ୍ଦ ଆଜି କେଵଳ ଅଭିଧାନ ମଧ୍ୟରେ ହିଁ ସୀମିତ ରହିଯାଇଛି କାରଣ ପିଲାମାନେ ହିଁ ଏ ଶବ୍ଦର ଵ୍ଯଵହାର କରୁଥିଲେ ଏଵଂ ନବେ ଦଶକ ଵେଳକୁ ଭାରତରେ ଦୂରଦର୍ଶନର ଲୋକପ୍ରିୟତା ବଢି଼ଲା ପରଠାରୁ ଏପରି ଅନେକ ଶବ୍ଦ ସମୟ ସୁଅରେ ହଜିଯାଇଛି, ହଜିଯାଉଛି । ତଥାପି ଅଧୁନା ସାହିତ୍ଯିକ ମାନେ ଏ ଶବ୍ଦ ଵ୍ଯଵହାର କରି ଯଦି ସାହିତ୍ୟ ରଚନା କରିଵେ ହୁଏତ ଯୋଗନାନୀ ଭଳି କେତେକ ଶବ୍ଦ ପୁଣି ବହୁପ୍ରଚଳିତ ନହେଲେ ହେଁ ସଂମ୍ପୂର୍ଣ୍ଣ ମରିନଯାଇ ତାଙ୍କ ସାହିତ୍ଯକୃତି ମଧ୍ୟରେ ଜୀଵିତ ରହିଥିଵେ ।

© ଶବ୍ଦଭେଦ

Spread the love
Previous Post କରି
Next Post ମିଶି

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ବଳଦେବ ରଥ
ରାଣୀ ଶୁକଦେଇ 

Popular Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

August 17, 2026

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

August 16, 2026

ସୀତାବିଞ୍ଜ

August 16, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer