ଲୁପ୍ତପ୍ରାୟ ପ୍ରହ୍ଲାଦନାଟକ ବିଭିନ୍ନ ଅଞ୍ଚଳରେ ରଜାନାଟ, ନୃସିଂହ ଅବତାର, ସ୍ତମ୍ଭ ଅବତାର, ନୃସିଂହଭେଟ, ହିରଣ୍ୟାସୁର ବଧ ଇତ୍ୟାଦି ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲା। ତେବେ ଭିନ୍ନ ଭିନ୍ନ ସମୟରେ ଏକାଧିକ ସ୍ରଷ୍ଟା ଏହି ନାଟକର ରଚନା କରିଥିବା ବିଷୟରେ ଐତିହାସିକ ଓ ଗବେଷକମାନେ ମତ ପୋଷଣ କରିଥାନ୍ତି, କେହି କେହି ଗବେଷକ କବିସୂର୍ଯ୍ୟ ବଳଦେବ ରଥଙ୍କ ନାମ ଉଲ୍ଲେଖ କରୁଥିଲେ ମଧ୍ୟ ୧୯୩୮ ମସିହାରେ ତତ୍କାଳୀନ ମାଡ୍ରାସସ୍ଥିତ ପ୍ରାଚ୍ୟପୋଥି ଗ୍ରନ୍ଥାଗାରରୁ ଆବିଷ୍କୃତ ହୋଇଥିବା ତଥା ଜଳନ୍ତର ରାଜଦରବାରର ସଙ୍ଗୀତଜ୍ଞ ଓ ନାଟ୍ୟକାର ୰ଗୌରହରି ପରିଛାଙ୍କ ଦ୍ଵାରା ରଚିତ ପୋଥିକୁ ଶେଷ ନାଟକର ମାନ୍ୟତାପୂର୍ବକ ଓଡ଼ିଶା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ କରାଯାଇଛି । ତେବେ କବୀରଦାସ ପରି ଜଣେ କବିଙ୍କ ନାମରେ ଅନ୍ୟ ଏକ ନାଟକ ଆବିଷ୍କାର ହୋଇଥିଲେ ମଧ୍ୟ ତାହା ଗବେଷକମାନଙ୍କ ଧ୍ୟାନ ଆକର୍ଷଣ କରିବାରେ ବିଫଳ ହୋଇଛି ।
ସତ୍ୟଯୁଗର ପୃଷ୍ଠଭୂମିକୁ ନେଇ ଚଉପଦୀ ଶୈଳୀରେ ରଚିତ ଏହି ନାଟକର ଅଭିନୟରେ ମୁଖପ୍ରଲେପ ଓ ବେଶଭୂଷା ଆଧାର ରେ ଏହା ଅନ୍ୟ ପ୍ରଦେଶର ନାଟକଠାରୁ ସ୍ବାତନ୍ତ୍ର୍ୟ ବଜାୟ ରଖେ । ସମପ୍ରକାରର ପାରମ୍ପରିକ ନାଟକ ମଧ୍ୟରୁ ଉତ୍ତରଭାରତର ରାମଲୀଳା, କେରଳର କୃଷ୍ଣନାଟ୍ୟମ୍ ଓ ମୁଡିଏଟ୍ଟୁ, କର୍ଣ୍ଣାଟକର କୃଷ୍ଣପାରିଜାତ ଓ ସାଜ୍ଞବାଲ୍ୟ, ଗୋଆର ଦଶାବତାର ଅନ୍ୟତମ । ତେବେ ଆମ ଗଞ୍ଜାମର ପ୍ରହ୍ଲାଦ ନାଟକ ଓ କେରଳର ମୁଡିଏଟ୍ଟୁ ମଧ୍ୟରେ ରହିଛି ଅନେକ ସାମଞ୍ଜସ୍ୟ । ଉଭୟ ନାଟକରେ ପୁରୁଷ କଳାକାର ଭାରି ମୁକୁଟ ଓ ମୁଖପ୍ରଲେପ ବ୍ୟବହାର କରିଥା’ନ୍ତି । ମହିଳାମାନେ ହାଲୁକା ପୋଷାକ ପରିଧାନ କରିଥାନ୍ତି । ନୃସିଂହମୁଖା ମଧ୍ୟ ଅନ୍ୟ ଏକ ସାମଞ୍ଜସ୍ୟ । ତେବେ ସଙ୍ଗୀତ ଓ ମଞ୍ଚସଜ୍ଜା ସମ୍ପୂର୍ଣ୍ଣ ପୃଥକ ।
ବ୍ରାଉନ ବିଶ୍ୱବିଦ୍ୟାଳୟର ଥିଏଟର ବିଭାଗର ପ୍ରଫେସର ଜନ ଏମୀ ଓ ରାଜ୍ୟ ସଂସ୍କୃତି ବିଭାଗ ଦ୍ଵାରା ହିଁ ଦୁଇ ଦଶନ୍ଧି ତଳେ ଏସବୁ ତଥ୍ୟ ଲୋକଲୋଚନକୁ ଆସିଥିଲା । ଏପରିକି ଗଞ୍ଜାମର ତେଲୁଗୁ ଭାଷାଭାଷୀ ଜନସାଧାରଣଙ୍କୁ ଧ୍ୟାନରେ ରଖି ଗୁରୁ କେ ନରସିଂହାଲୁ ଏହି ନାଟକର କରିଥିଲେ ତେଲୁଗୁ ଅନୁବାଦ । ପରବର୍ତ୍ତୀ ସମୟରେ ଏହି ଅନୁଦିତ ସଂସ୍କରଣ ପରିବ୍ୟାପ୍ତ ହୋଇଥିଲା ପଡୋଶୀ ରାଜ୍ୟରେ ।
କଟକର ଏକ କ୍ୟାସେଟ କମ୍ପାନୀ ଏ ନାଟକର ପ୍ରଚାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେଠାକାର ଜଣେ ଗୁଣୀ ଚିତ୍ରନିର୍ମାତା ମଧ୍ୟ ନିର୍ମାଣ କରିଥିଲେ ଏକ ବୃତ୍ତଚିତ୍ର । ଏହି ଲୋକନାଟକ ବହୁଳାଂଶରେ ହାସଲ କରିଥିଲା ଆନ୍ତର୍ଜାତିକ ପ୍ରସିଦ୍ଧି ଓ ପରିଚିତି । ତେବେ ବିଭିନ୍ନ କାରଣରୁ ଏ ମହାନ ଲୋକନୃତ୍ୟ ପରିବର୍ତ୍ତିତ ସମୟ ଓ ଅବାଞ୍ଛିତ ଖଳନାୟକମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ନ ପାରି ପ୍ରାୟତଃ ଉଭେଇ ଯାଇଛି ଗଞ୍ଜାମ ଓ ଆନ୍ଧ୍ରର କଳାଜଗତରୁ, ଜନମାନସରୁ . .
ମୂଳ ଲେଖା: ସଚିତ୍ର ବିଜୟା
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…