~ ଲଙ୍କାପୋଡ଼ି ଯାତ୍ରା ~

ଉପସ୍ଥାପନା: ଦେଵ ତ୍ରିପାଠୀ

ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ ଗଞ୍ଜାମ)ର ବିଶିପଡ଼ା । ୧୮୩୨ ମସିହାରେ ବିଷୋୟୀପଡ଼ାର ସମ୍ଭାବ୍ୟ ଅପଭ୍ରଂଶରୁ ସୃଷ୍ଟି ହୋଇଥିବା ଏହି ଗ୍ରାମର ବିଶୋୟୀମାନଙ୍କ ବିଦ୍ରୋହରେ ଅତିଷ୍ଠ ବ୍ରିଟିଶ ସରକାର ଦିନେ ମୁଣ୍ଡ ନୁଆଇଁଥିଲା ଏହାର ଦାୟାଦ ସଂଗ୍ରାମୀ ନବଘନ କହଁର, ଚକରା ବିଷୋୟୀ ଏବଂ ସାଥୀମାନଙ୍କ ପାଖରେ । ସେହି ବଂଶର ଐତିହ୍ୟଭାବେ ପ୍ରଚାରିତ ବିଶିପଡ଼ାର ‘ଲଙ୍କାପୋଡ଼ି ଯାତ୍ରା’ ।

ଅଗମ୍ୟ ଏହି ବନ୍ୟ ସଂସ୍କୃତିରେ ବ୍ରିଟିଶ ସରକାରଙ୍କ ‘ଏଜେଣ୍ଟ’ ଭାବେ ତହସିଲଦାର ହୋଇ ଧସେଇ ପଶନ୍ତି ଦୀନବନ୍ଧୁ ପଟ୍ଟନାୟକ । ବ୍ରିଟିଶ ସରକାରଙ୍କ ପ୍ରିୟଭାଜନ ହେବା ପାଇଁ ଏବଂ ସଂଗ୍ରାମକୁ ଦମନ କରିବା ପାଇଁ ‘ଡିଭାଇଡ୍ ଆଣ୍ଡ ରୁଲ୍’ ନୀତି ସହ ତାଳ ମିଳାଇ ଧୂର୍ତ୍ତ ଚାମଚା ପଟ୍ଟନାୟକ ମଧ୍ୟ ଆରମ୍ଭ କରେ ନିଜସ୍ବ ନୀତି । ଧର୍ମପ୍ରାଣ ବିଶିପଡ଼ାବାସୀଙ୍କ ଚେତନାରେ ‘ରାମ’ନାମକୁ ପ୍ରତିହତ କରି ‘ରାବଣ’ନାମକୁ ବ୍ୟାପ୍ତ କରିବାର କୁତ୍ସିତ ଉଦ୍ଦେଶ୍ୟରେ ପ୍ରଚଳିତ “ରାମଲୀଳା”ରେ ପରିବର୍ତ୍ତନ ଆଣି ନୂତନ ଲୋକନୃତ୍ୟଟିଏ ପ୍ରଚଳନ କରିଥିଲା ମନ୍ଦବୁଦ୍ଧି ପଟ୍ଟନାୟକ । ରାମଲୀଳାର ସେହି ପରିବର୍ତ୍ତିତ ସଂସ୍କରଣ ଥିଲା “ଲଙ୍କାପୋଡ଼ି ଯାତ୍ରା” ।

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମହିମାରେ ବିଭାସିତ ବିଶିପଡ଼ାବାସୀଙ୍କ ଧାର୍ମିକ ମେରୁଦଣ୍ଡକୁ ଭାଙ୍ଗି ପାରି ନ ଥିଲା ପଟ୍ଟନାୟକ । ବରଂ ନୂତନ ଉତ୍ସାହ ଓ ଉଦ୍ଦୀପନାର ସହିତ ଆଗେଇ ଚାଲିଲା ସେଇ ମହାର୍ଘ ଲଙ୍କାପୋଡ଼ି ଯାତ୍ରା, ଉଭୟ ବ୍ରିଟିଶ ସରକାର ଓ ପଟ୍ଟନାୟକର ଧୈର୍ଯ୍ୟବଳ ଭାଙ୍ଗି, ରାମପ୍ରେମୀ ଜନତାଙ୍କ ହୃଦୟରେ ରାମଙ୍କ ମହିମାର ଗାଥା ଗାଇ, ଏକତା ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଜଣାଇ, ସଂଗ୍ରାମର ପ୍ରେରଣା ଜଗାଇ ।

(Image Courtesy: https://lankapodijatra.blogspot.com/)

ଫୁଲବାଣୀ ଅବା ଗଞ୍ଜାମର ସୀମାସରହଦ ପାରହୋଇ ଏଇ ଲଙ୍କାପୋଡ଼ି ଯାତ୍ରା ନୟାଗଡ଼ ଜିଲ୍ଲାରେ ଲୋକପ୍ରିୟତା ହାସଲ କରି ଦୃଷ୍ଟି ଆକର୍ଷଣ କରିପାରିଲା ବିଦେଶୀ ଗବେଷକମାନଙ୍କର । ଯୁକ୍ତରାଷ୍ଟ୍ରରୁ ଯୁକ୍ତରାଜ୍ୟ ପର୍ଯ୍ୟନ୍ତ ପରିଚିତ, ପ୍ରସିଦ୍ଧ ଓ ପରିବ୍ୟାପ୍ତ ଏହି ଉତ୍କଳୀୟ ଲୋକନୃତ୍ୟର ପ୍ରଭାବରେ ଅନ୍ୟତମ ସଂସ୍କୃତିସମ୍ପନ୍ନ ରାମପ୍ରେମୀ ହିନ୍ଦୁରାଷ୍ଟ୍ର ଇଣ୍ଡୋନେସିଆରେ ସୃଷ୍ଟି ହେଲା ଏକ ଅନବଦ୍ୟ ଲୋକନୃତ୍ୟ – COCKWIN ନାମରେ । ତେବେ ମନ୍ଦ ଉଦ୍ଦେଶ୍ୟ ନେଇ ଆରମ୍ଭ କରିଥିଲେ ମଧ୍ୟ ଏପରି ସ୍ବତନ୍ତ୍ର ଲୋକନୃତ୍ୟ ଲଙ୍କାପୋଡ଼ି ଯାତ୍ରାର ସ୍ଥାପନା ପାଇଁ ଧୂର୍ତ୍ତ ପଟ୍ଟନାୟକକୁ ସମ୍ମାନଦେବାରେ କେବେ କୁଣ୍ଠିତ ହୋଇନାହାନ୍ତି ବୀରଭୂମି ବିଶିପଡ଼ାର ଉଦାରମନା ସଂସ୍କୃତିପ୍ରେମୀ ଜନତା ।

ମହାନ ରାମଲୀଳା ଯେ ଉତ୍ତର ଭାରତରୁ ଆମଦାନୀ ପରି ବିଭ୍ରାନ୍ତିକର ଦାବି ପାଇଁ ଆଧୁନିକ ଓଡ଼ିଆ ବୁଦ୍ଧିଜୀବିମାନଙ୍କ ନିର୍ଲଜପଣକୁ ଶତଧିକ କରି ଏ ଲୀଳା ଆଜି ତା’ର ଜୟଯାତ୍ରା ବଜାୟ ରଖିଛି । ଏଇ ରାମଲୀଳା ଯେ ଓଡ଼ିଶା ମାଟିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ସେଇ ମାଟିରେ ପରିପୁଷ୍ଟ ହୋଇଛି ଏଥିରେ ଦ୍ଵିମତ ନାହିଁ ।

ଓଡ଼ିଆଙ୍କ ଧାର୍ମିକ ଆବେଗ ହେଉ କି ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କରୁଣାରୁ ହେଉ ଉତ୍ତର ଭାରତରେ ଲୋପ ପାଇ ଯାଉଥିବା ବେଳେ ଆଧୁନିକ ଓଡ଼ିଶାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏ ଲୀଳା ରାମପ୍ରେମୀଙ୍କୁ ଭାବାବେଗରେ ବାନ୍ଧି ରଖିଚାଲିଛି ।

Lankapodi Jatra Dev Tripathy

Spread the love
Antaranga Kalinga

Share
Published by
Antaranga Kalinga

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

3 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago