ଲେଖା: ବନ୍ଧନ ଦଳେଇ
ଆମେ ଓଡ଼ିଆ ହେଉଛୁ “ବାର ମାସରେ ତେର ଯାତରା”, “ପୁନେଇଁ ପରବ”, “ଯାନିଯାତରା” ପାଳିବାର ଅନନ୍ୟ ସଂସ୍କୃତି ଓ ପରମ୍ପରାରେ ଭୂଷିତ। ଚୈତ୍ର ମାସର ଶେଷଦିନ ଚୈତ୍ର ପୂର୍ଣ୍ଣିମା । ଏହି ଚୈତ୍ର ମାସ ଯାକ ଶକ୍ତିପୀଠମାନ ଚଳଚଞ୍ଚଳ ହୋଇଉଠନ୍ତି। ପଣା, ପାଣି, ଝୁଣା, ଧୁପରେ ମହକି ଉଠେ ମନ୍ଦିର ପ୍ରକୋଷ୍ଠମାନ। ଲାଲିମନ୍ଦାର ମାଳ ସହ ପେନ୍ଥା ପେନ୍ଥା ବିଲ୍ୱପତ୍ର ହାରରେ ମା’ ମହାମାୟାଙ୍କ ବେଶ ଦିଶେ ଖୁବ୍ ସୁନ୍ଦର।
ପ୍ରଧାନତଃ #ଚୈତ୍ର_ମଙ୍ଗଳବାର ହେଉଛି ଚଇତ ମାସର ମୁଖ୍ୟ । ଏହିଦିନ ଘରେ ଘରେ ମା’ଭଉଣୀମାନେ ମଙ୍ଗଳା ମା’ଙ୍କୁ ସୁମରଣା କରି ଦାଣ୍ଡରେ ପଣା ଦେଇଥାନ୍ତି। ଉକ୍ତ ସ୍ଥାନକୁ ହଳଦୀ ପାଣିରେ ଧୋଇ ସେଠାରେ ମାଟିରେ ଏକ ଗାତ କରି ସିନ୍ଦୂର, ଫୁଲରେ ସଜାଇ ରମ୍ଭା, ଲିଆ, (ଉଖୁଡା) କ୍ଷୀର ରସଗୋଲା, ଛେନା, ନଡିଆ, ଆଦି ଫଳ ମୂଳ ପକାଇ ଏକ ପଣା ପ୍ରସ୍ତୁତ କରି ମଙ୍ଗଳା ମା’ଙ୍କ ନାମରେ ଧୂପ, ଦୀପ, ନୈବେଦ୍ୟ, ହୁଳହୁଳି ସହକାରେ ମିଳିତ ଆକାରରେ ଗୋଠପଣା ଦିଆଯାଏ। କୁହାଯାଏ ଏହି ମାସରେ ନାନା ମହାମାରୀର ଶାନ୍ତିକରଣ ନିମନ୍ତେ ଝୁଣାର ପ୍ରାଧାନ୍ୟ ଅଧିକ ହୋଇଥାଏ, ତେଣୁ ବାୟୁମଣ୍ଡଳ ପରିଷ୍କାର ପାଇଁ ବନଜ ପଦ୍ଧତିକୁ ଆପଣାଇଥାଏ ଓଡ଼ିଆ। ଶରୀରର ସୁସ୍ଥତା ପାଇଁ ପଣାପାନକୁ ଉପଯୁକ୍ତ ମଣିଥାଏ ଓଡ଼ିଆ।
ଚୈତ୍ର ମାସରେ ଦଣ୍ଡପାଟୁଆମାନେ ମାସ ଯାକ ଅତି ନିଷ୍ଠା ସହକାରେ ପାଳିଥା’ନ୍ତି ବ୍ରତ। ଝାମୁଯାତ୍ରା ପାଇଁ ପୂର୍ବପ୍ରସ୍ତୁତି କରାଯାଇଥାଏ ।ମା’ଙ୍କୁ ସୁମରଣା କରି ନିର୍ଜଳା ଉପବାସ କରି ଚାଲିଥାନ୍ତି ଅଗ୍ନି ଉପରେ। ଆଉ ଶେଷରେ ଆସେ ଚଇତି ଘୋଡା ନାଟକର ଏକ ସମୃଦ୍ଧ ପରମ୍ପରା। ଚୈତ୍ର ପୂର୍ଣ୍ଣିମା ଦିନ ଏହି ନାଟ ହୋଇଥାଏ।
#ଚୈତ୍ର_ପୂର୍ଣ୍ଣିମା ହେଉଛି #କୈବର୍ତ୍ତ ମାନଙ୍କର ଏକ ସ୍ମରଣୀୟ ପର୍ବ। ଚଇତି ଘୋଡାରେ ଶକ୍ତିରୂପିଣୀ ବାଶେଳୀଙ୍କୁ ଆରାଧନା କରାଯାଏ। ଅଚ୍ୟୁତାନନ୍ଦଙ୍କ #କୈବର୍ତ୍ତ_ଗୀତା ରେ ଏହାର ଉଦ୍ଭବ ବିକାଶ ସମ୍ପର୍କରେ ଆଲୋଚନା ହେବା ସହ କୈବର୍ତ୍ତ ଜାତିର ଇତିହାସ ରହିଛି। ଚୈତ୍ର ପୂର୍ଣ୍ଣିମା ଦିନ ବାସେଳୀଙ୍କ ପୁଜା ହେବା ସହ ବାଉଁଶବତା ଦ୍ୱାରା ନିର୍ମିତ ଅଶ୍ୱର ଶରୀରରେ ସୁନ୍ଦର ପାଟକନା ସଜ୍ଜିତ କରାଯାଇ ଏକ ଅଶ୍ୱର ମୁଖ ଯୋଡାଯାଇ ଘୋଡାନାଚ ହୋଇଥାଏ।
କୈବର୍ତ୍ତମାନେ ଢୋଲ, ମହୁରୀ, ଆଦି ବାଦ୍ୟର ଶୋଭାଯାତ୍ରାରେ ଏହି ଘୋଡାକୁ ନେଇ ବିଭିନ୍ନ ସ୍ଥାନରେ ଘୋଡାନାଚ ପରିବେଷଣ କରିଥାନ୍ତି। ଧୀବରମାନେ ଏହି ଅଶ୍ୱ ମୁଖାକୁ ବର୍ଷ ଯାକ ନିଜ ଘରେ ଅତ୍ୟନ୍ତ ନିଷ୍ଠା ସହକାରେ ପୂଜିଥାନ୍ତି।
“ସିଂହଳ ଦ୍ୱୀପରେ ଘର
ସିଦ୍ଧବାଶେଳୀକି କନ୍ଧରେ ବୋହିଛୁ
ସିପାହୀରେ କଇବ୍ରତ ନାମ ତୋର”।।
ପୁନେଇଁ ଦିନ କୈବର୍ତ୍ତମାନେ ବର୍ଷଯାକ ବୃତ୍ତି ପୋଷୁଥିବା ନିଜ ସାଜ ସରଞ୍ଜାମକୁ ସଫାକରି ସଜ ବସାଇଥାନ୍ତି। କଳସ ସ୍ଥାପନ କରି #ମତ୍ସ୍ୟ_ବଳି ଲାଗି କରିଥାନ୍ତି ମା’ବାସେଳୀଙ୍କ ଠାରେ ଏବଂ ପିଠାପଣା ଆଦି ଭୋଗ ଲଗାଇ ମା’ଙ୍କୁ ସୁମରଣା କରିଥାନ୍ତି। ଏହିଦିନ ରାତ୍ରି ସମୟରେ ଢୋଲ, ମହୁରୀ, ହୁଳହୁଳିର ନାଦରେ କମ୍ପିଉଠେ ଯାତ୍ରାସ୍ଥଳୀ ! ଏପରିକି ଘରେ ଘରେ ମା’ଙ୍କ ପୂଜାର୍ଚ୍ଚନା ହୋଇଥାଏ। ହଳଦୀ ପାଣି ଢାଳି ପିଢ଼ାପଟା ଥୋଇ ବାସେଳୀଙ୍କ ପ୍ରତୀକ ଭାବେ ଘୋଡାମୁଣ୍ଡକୁ ଘରର ମୁଖ୍ୟ ବନ୍ଦାପନା କରିଥାଏ, ଏବଂ ପରେ ନିଜ ସ୍କନ୍ଧରେ ଘୋଡାମୁଣ୍ଡକୁ ଧାରଣ କରି ବିପକ୍ଷ ଦଳ ଅସୁର ମୁଣ୍ଡ ସହ ନାଚ ହୋଇଥାଏ। ଯାହାକି ଦେଖିବାକୁ ବହୁ ଲୋକଙ୍କ ସମାଗମ ହୋଇଥାଏ।
ଇଏ ଆମ ଓଡିଆ ସଂସ୍କୃତିର ଅବିସ୍ମରଣୀୟ ପରମ୍ପରା,ଯାହା କେଉଁ ଆଦିମ କାଳରୁ ଚଳିଆସୁଛି, ଏବଂ ଯାହା ଆଜି ବି ଚିରାଚରିତ ଢଙ୍ଗରେ ଅନୁରୂପ ସେହି ଶୈଳୀକୁ ଆପଣାଇ ତାହା ପାଳନ କରାଯାଉଛି।
© Bandhan Dalai
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago