ଲେଖା: ଅଶୋକା ନାୟକ
~ ଘଡ଼ିପଥୁଲି ପୂଜା ~
ଅକ୍ଷୟ ତୃତୀୟା ଦିନ ସକାଳୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡେ। ସମସ୍ତେ ଜାଣନ୍ତି ବାହାର ଚନ୍ଦନଯାତ୍ରା ଓ ରଥ ଅନୁକୂଳ ଏହି ଦିନ ହୋଇଥାଏ। କିନ୍ତୁ କେବଳ ପୁରୀ ଆଉ ଏହାର ଆଖପାଖର ଲୋକ ଅକ୍ଷୟ ତୃତୀୟା ଦିନ ହେଉଥିବା ଏହି ଘଡ଼ିପଥୁଲି ପୂଜା ସହ ପରିଚିତ ଥିବେ। ବଡ଼ମାନଙ୍କ ପାଇଁ ଏହା ଏକ ପୂଜା ହେଇଥିବା ବେଳେ ଛୋଟ ଛୁଆଙ୍କ ପାଇଁ ଏହା ଏକ ମଉଜ ଆଉ ଘଡ଼ିପଥୁଲି ସହ ଉପହାର ପାଇବାର ଦିନଟିଏ। ସକାଳୁ ମା ମାନେ ଚଉରା ମୂଳରେ ପିଲାଙ୍କ ଶୁଭମନାସୀ ଷଠୀଙ୍କର ଏହି ପୂଜା କରିଥାନ୍ତି।
ଅକ୍ଷୟ ତୃତୀୟାର ବହୁପୁର୍ବରୁ ମାଟିର ଏଇ ଘଡ଼ି ପଥୁଲି କିଣି ସେଥିରେ ଚୂନ ଦେଇ ଶୁଖାଇ ତା’ ଉପରେ ସୁନ୍ଦର ଚିତ୍ର ଆଙ୍କି ଦିଅନ୍ତି। ଏଥିରେ ଭୂଜା ଭରିକି ତା’ର ଉପରେ ପିଲାଙ୍କୁ ଭଲଲାଗିଲା ପରି ବିଭିନ୍ନ ସାମଗ୍ରୀ ସବୁ ରଖି ପୂଜା କରନ୍ତି। ଆଗେ ମୁଆଁ, ଖଣ୍ଡ ଘୋଡା, ବିଭିନ୍ନ ପ୍ରକାରର ଫଳ, ମିଠେଇ ଆଦି ରଖୁଥିଲେ। ଏବେ କିନ୍ତୁ ସମୟ ବଦଳିବା ସହ ପିଲାଙ୍କର ପସନ୍ଦକୁ ଦୃଷ୍ଟିରେ ରଖି ସେଥିରେ କଲମ, ପେନସିଲ, ଖାତା, ବହି, ରଙ୍ଗ, ସ୍କେଚପେନ୍, ଖେଳନା, ଚକୋଲେଟ ମଧ୍ୟ ରଖୁଛନ୍ତି। ଏହା ଭୋଗ ହେଲାପରେ ଛୋଟ ଛୁଆଙ୍କ ଭିତରେ ବାଣ୍ଟି ଦିଆଯାଏ। ଛୋଟ ଛୁଆ ମାନେ ମଧ୍ୟ ବ୍ୟାଗ୍ ଧରି ଘର ଘର ବୁଲି ଘଡ଼ିପଥୁଲି ମାଗିବାକୁ ବାହାରି ପଡ଼ନ୍ତି। ରାଜା ଘରେ ବଡ଼ ବଡ଼ ଘଡ଼ିପଥୁଲି ବସେ, ସେଥିରେ ନଡ଼ିଆ ସହ ବଡ଼ ବଡ଼ ଲଡୁ ଆଉ ଟିକିଏ ଦାମୀ ଜିନିଷ ମିଳିଥାଏ। ଯେଉଁ ପିଲା ରାଜା ଘରୁ ଯାଇ ସଂଗ୍ରହ କଲା, ତା’ର ଖୁସି ଆଉ କହିଲେ ନ ସରେ।
ଫଟୋ: ସୁଚିତ୍ରା ମହାନ୍ତି
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago