ଲେଖା: ତ୍ରିଲୋଚନ ସ୍ୱାଇଁ
~ ପାରିବାସୁଦେଇପୁର ନୃସିଂହ ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ବୈଷ୍ଣବବାଦର କ୍ରମ ବିକାଶରେ ଭଗବାନ ନରସିଂହଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି l ଶ୍ରୀବିଷ୍ଣୁଙ୍କ ମୁଖ୍ୟ ଦଶ ଅବତାର ମଧ୍ୟରେ ଚତୁର୍ଥ ଅବତାର ହେଉଛନ୍ତି ଶ୍ରୀନୃସିଂହ ଅବତାର l ଶ୍ରୀକ୍ଷେତ୍ର ପୁରୀରେ, ଶ୍ରୀମନ୍ଦିରରେ ଏପରିକି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭଗବାନ ନୃସିଂହଙ୍କର ଅନେକ ମନ୍ଦିର ଦେଖିବାକୁ ମିଳେ l
ବରଗଡ଼ ଜିଲ୍ଲାର ଶ୍ରୀ ନୃସିଂହନାଥ ମନ୍ଦିର ଓଡ଼ିଶାରେ ସର୍ବପରିଚିତ ମନ୍ଦିର ହୋଇଥିବାବେଳେ, କଟକ ଜିଲ୍ଲା ସାଲେପୁର ଅଞ୍ଚଳର ପୂର୍ବକଛ ଗ୍ରାମରେ ଥିବା ନୃସିଂହ ମନ୍ଦିରଟି ମଧ୍ୟ ଏକ ପୁରାତନ ମନ୍ଦିର ଓ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପରିଚିତ l ଠିକ ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାରିବାସୁଦେଇପୁର ଗ୍ରାମରେ ଥିବା ନୃସିଂହ ମନ୍ଦିରଟି କିନ୍ତୁ ବହୁ ପ୍ରାଚୀନ, ଶତାବ୍ଦୀ ପୁରାତନ l ଏହି ମନ୍ଦିରଟି ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିବ ଜଣାଯାଏ l କାରୁକାର୍ଯ୍ୟବିହୀନ, ମାଙ୍କଡ଼ା ପଥରରେ ନିର୍ମିତ ଏହି ମନ୍ଦିରଟି ଭାରତୀୟ ପତ୍ନତତ୍ତ୍ଵ ବିଭାଗ ବା Archeological Survey Of India [ASI] ଦ୍ୱାରା ସୁରକ୍ଷିତ ଓ ସଂରକ୍ଷିତ l
ପାରିବାସୁଦେଇପୁର ନୃସିଂହ ମନ୍ଦିର ବିମାନ ଓ ଜଗମୋହନ ଯାହା ରହିଛି l ଏଠାରେ କିନ୍ତୁ କୌଣସି କାରୁକାର୍ଯ୍ୟ ଦେଖିବାକୁ ମିଳେନା l ମନ୍ଦିର ଗାତ୍ରରେ କୌଣସି ପାର୍ଶ୍ଵ ଦେବଦେବୀଙ୍କ ପ୍ରତିମା ବି ନାହିଁ l ଚୂନପଥରରେ ନିର୍ମିତ କେତୋଟି ଗଜବିଡ଼ାଳ ଓ ନୃତ୍ୟରତ ନାୟିକାଙ୍କ ପ୍ରତିମା ଯାହା ଦେଖିବାକୁ ମିଳେ l ମନ୍ଦିର ସମ୍ମୁଖରେ ଏକ କୂପ ମଧ୍ୟ ରହିଛି l ମନ୍ଦିର ଚତୁଃପାର୍ଶ୍ଵରେ ମାଙ୍କଡ଼ା ପଥରରେ ନିର୍ମିତ ଏକ ସୁଉଚ୍ଚ ପ୍ରାଚୀର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି l
© Trilochan Swain
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago