ଲେଖା: ଅଶୋକା ନାୟକ
~ ଘଡ଼ିପଥୁଲି ପୂଜା ~
ଅକ୍ଷୟ ତୃତୀୟା ଦିନ ସକାଳୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡେ। ସମସ୍ତେ ଜାଣନ୍ତି ବାହାର ଚନ୍ଦନଯାତ୍ରା ଓ ରଥ ଅନୁକୂଳ ଏହି ଦିନ ହୋଇଥାଏ। କିନ୍ତୁ କେବଳ ପୁରୀ ଆଉ ଏହାର ଆଖପାଖର ଲୋକ ଅକ୍ଷୟ ତୃତୀୟା ଦିନ ହେଉଥିବା ଏହି ଘଡ଼ିପଥୁଲି ପୂଜା ସହ ପରିଚିତ ଥିବେ। ବଡ଼ମାନଙ୍କ ପାଇଁ ଏହା ଏକ ପୂଜା ହେଇଥିବା ବେଳେ ଛୋଟ ଛୁଆଙ୍କ ପାଇଁ ଏହା ଏକ ମଉଜ ଆଉ ଘଡ଼ିପଥୁଲି ସହ ଉପହାର ପାଇବାର ଦିନଟିଏ। ସକାଳୁ ମା ମାନେ ଚଉରା ମୂଳରେ ପିଲାଙ୍କ ଶୁଭମନାସୀ ଷଠୀଙ୍କର ଏହି ପୂଜା କରିଥାନ୍ତି।
ଅକ୍ଷୟ ତୃତୀୟାର ବହୁପୁର୍ବରୁ ମାଟିର ଏଇ ଘଡ଼ି ପଥୁଲି କିଣି ସେଥିରେ ଚୂନ ଦେଇ ଶୁଖାଇ ତା’ ଉପରେ ସୁନ୍ଦର ଚିତ୍ର ଆଙ୍କି ଦିଅନ୍ତି। ଏଥିରେ ଭୂଜା ଭରିକି ତା’ର ଉପରେ ପିଲାଙ୍କୁ ଭଲଲାଗିଲା ପରି ବିଭିନ୍ନ ସାମଗ୍ରୀ ସବୁ ରଖି ପୂଜା କରନ୍ତି। ଆଗେ ମୁଆଁ, ଖଣ୍ଡ ଘୋଡା, ବିଭିନ୍ନ ପ୍ରକାରର ଫଳ, ମିଠେଇ ଆଦି ରଖୁଥିଲେ। ଏବେ କିନ୍ତୁ ସମୟ ବଦଳିବା ସହ ପିଲାଙ୍କର ପସନ୍ଦକୁ ଦୃଷ୍ଟିରେ ରଖି ସେଥିରେ କଲମ, ପେନସିଲ, ଖାତା, ବହି, ରଙ୍ଗ, ସ୍କେଚପେନ୍, ଖେଳନା, ଚକୋଲେଟ ମଧ୍ୟ ରଖୁଛନ୍ତି। ଏହା ଭୋଗ ହେଲାପରେ ଛୋଟ ଛୁଆଙ୍କ ଭିତରେ ବାଣ୍ଟି ଦିଆଯାଏ। ଛୋଟ ଛୁଆ ମାନେ ମଧ୍ୟ ବ୍ୟାଗ୍ ଧରି ଘର ଘର ବୁଲି ଘଡ଼ିପଥୁଲି ମାଗିବାକୁ ବାହାରି ପଡ଼ନ୍ତି। ରାଜା ଘରେ ବଡ଼ ବଡ଼ ଘଡ଼ିପଥୁଲି ବସେ, ସେଥିରେ ନଡ଼ିଆ ସହ ବଡ଼ ବଡ଼ ଲଡୁ ଆଉ ଟିକିଏ ଦାମୀ ଜିନିଷ ମିଳିଥାଏ। ଯେଉଁ ପିଲା ରାଜା ଘରୁ ଯାଇ ସଂଗ୍ରହ କଲା, ତା’ର ଖୁସି ଆଉ କହିଲେ ନ ସରେ।
ଫଟୋ: ସୁଚିତ୍ରା ମହାନ୍ତି
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago