ଲେଖା: ବିକ୍ରମ କୁମାର ନାୟକ
~ କୁଶଳେଶ୍ୱର ଶୈବପୀଠ ~
ଓଡିଶାର ଶୈବ ଉପାସନା ବହୁ ପ୍ରାଚୀନ l ପ୍ରଦେଶର କୋଣ ଅନୁକୋଣର ଗାଁଠୁ ସହର ପର୍ଯ୍ୟନ୍ତ ରହିଛି ଶୈବ ଉପାସନାର ପୀଠସ୍ଥଳୀ l କେଉଁଠି ବିଶାଳ ମନ୍ଦିର ତ କେଉଁଠି ଗଛମୂଳ ପୂଜା ପାଉଛନ୍ତି ମହେଶ୍ୱର l ମନ୍ଦିର ଗୁଡ଼ିକର ସୁକ୍ଷ୍ମ କାରୁକାର୍ଯ୍ୟ କଳିଙ୍ଗ କଳାସ୍ଥାପତ୍ୟର ନିଦର୍ଶନ ଦେଉଛି l ଶହଶହ ବର୍ଷ ପୁରୁଣା ଏହି ମନ୍ଦିର ଆଧ୍ୟାତ୍ମିକ ଇତିହାସ ଗାଥା ବହନ କରୁଛି l କେଉଁଠି ନା ଅଛି ସ୍ଥାପତ୍ୟ ନା ମନ୍ଦିର, ଖୋଲା ଆକାଶ ତଳେ ବିଶାଳ ଶିବଲିଙ୍ଗ ପୂଜା ପାଉଛି l ମନ୍ଦିରଗୁଡ଼ିକ ମଧ୍ୟ କଳିଙ୍ଗ କାରିଗରଙ୍କ କାର୍ଯ୍ୟ ଦକ୍ଷତାକୁ ଆଜି ଭୁରିଭୁରି ପ୍ରଶଂସା କରୁଛି l କେନ୍ଦୁଝର ଜିଲ୍ଲାର ଏହି କୁଶଳେଶ୍ୱର ଶୈବମନ୍ଦିର ହେଉଛି ୯ଶହ ଖ୍ରୀଷ୍ଟାବ୍ଦର l ଯଯାତି କେଶରୀ ଏହାର ନିର୍ମାଣ କରିଥିଲେ l ଏହାର ପାଦଦେଶରେ ବୋହି ଯାଇଛି କୁଶେଇ ନଦୀ l ଏହି ନଦୀର ନାମ ଅନୁସାରେ ପୀଠର ନାମକରଣ ହୋଇଛି l
ଲୋକକଥା ରହିଛି ଏହି କୁଶଳେଶ୍ୱର ମନ୍ଦିର ଅଞ୍ଚଳ ସେତେବେଳେ କୁଶ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା l କୃଷି ଉପରେ ନିର୍ଭର କରି ବଞ୍ଚୁଥିବା ଏହି ଅଞ୍ଚଳ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର l ପ୍ରାୟତଃ ସବୁ ଜମି ଅସମାନ ପରି ଦେଖାଯାଏ l କୁଶେଇ ନଦୀର ଦୁଇପାର୍ଶ୍ଵରେ ଅଳ୍ପ ଅଳ୍ପ ଜଙ୍ଗଲ ଏବଂ ମଝିରେ କୁଶେଇ ନଦୀ ବହି ଯାଇଛି l
ଏହି କୁଶେଇ ନଦୀ କୂଳରେ ରହିଛି ଦେଓଗାଁ ସେହି ଗାଁରେ ପୂଜା ପାଉଛନ୍ତି କୁଶଳେଶ୍ଵର l ମନ୍ଦିର ପରିସର ମଧ୍ୟରେ ଅନ୍ୟପାର୍ଶ୍ଵ ଦେବତା ମଧ୍ୟ ରହିଛନ୍ତି l ମା ପାର୍ବତୀ ଅଷ୍ଟଭୁଜା ଗଣେଶ ଏବଂ କାର୍ତ୍ତିକଙ୍କ ଏକ ବିରଳ ମୂର୍ତ୍ତି ରହିଛି l ବୌଦ୍ଧ କୀର୍ତ୍ତିରାଜିର ଏକ ଅବଲୋକେଶ୍ୱର ମୂର୍ତ୍ତି ରହିଛି ଏବଂ ଏଠାରେ ଗୋଟିଏ ଏକପାଦୀ ଭୈରବଙ୍କ ମୂର୍ତ୍ତି ରହିଛି ଯାହାକୁ ଘଣ୍ଟାକର୍ଣ୍ଣ କୁହନ୍ତି l ଅନ୍ୟ ଏକ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ କୁଶଳେଶ୍ୱର ମହେଶ୍ୱରଙ୍କ ଚଳନ୍ତି ପ୍ରତିମୂର୍ତ୍ତି, ଶ୍ରୀ ରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ମା’ ସୀତାଙ୍କ ପୂଜା ପ୍ରତିମୂର୍ତ୍ତି ରହିଛି l ଏହି ସ୍ଥାନରେ ରହିଛି ଏକ ପ୍ରାଚୀନ ଲୌହ ସିନ୍ଧୁକ l
ଅନ୍ୟ ଏକ ମନ୍ଦିରରେ ବୁଢା ମହେଶ ପୂଜା ପାଉଛନ୍ତି l ମନ୍ଦିରର ପୂର୍ବ ଦିଗରେ ରହିଛି ଏକ ମଣ୍ଡପ ଯାହାର ନିର୍ମାଣଶୈଳୀ ମୁକ୍ତିମଣ୍ଡପ ପରି l କୁଶଳେଶ୍ୱର ମନ୍ଦିର ପରିସର ଭିତରେ ରହିଛି ଏକ ଐତିହାସିକ ବାମ୍ଫି ଯାହାର ଜଳ ମନ୍ଦିରସେବା କାର୍ଯ୍ୟରେ ଲାଗିଥାଏ l ଏଠାରେ ରହିଛି ଏକ ବଟବୃକ୍ଷ ଯାହା ଗୋକର୍ଣ୍ଣିକା ବଟ ନାମରେ ପରିଚିତ l ଏହି ଗଛର ପତ୍ରଗୁଡ଼ିକ ଦେଖିବାକୁ ଗାଈକାନ ସଦୃଶ l
ବର୍ଷସାରା ବିଭିନ୍ନ ପର୍ବପର୍ବାଣି ଲାଗି ରହିଥିବା ବେଳେ ଜାଗର, ମହାଅଷ୍ଟମୀ, ମକର ଆଦି କେତକ ମୁଖ୍ୟ ପର୍ବ ହୋଇ ଥାଏ l କେନ୍ଦୁଝର ରାସ୍ତାରେ ଗଲେ ବେଲବାହାଳି ଛକରୁ ବାମପାର୍ଶ୍ୱ ଦେଇ ଦଶ କିଲୋମିଟର ଗଲେ ପଡେ ଦେଓଗାଁ l ଆନନ୍ଦପୁର ଛକରୁ ମଧ୍ୟ ଯାଇପାରିବେ l କୁଶଳେଶ୍ୱର ମନ୍ଦିରରେ ମାନସିକ ପୂରଣ କରିବା ପାଇଁ ମାନସିକଧାରୀ ମାନେ ବୃଷଭ ଦେଇଥାନ୍ତି l କୁଶେଇ ନଦୀର ବନ୍ୟାରୁ ଏହି ମନ୍ଦିର ଏବଂ ଅଂଚଳର ସୁରକ୍ଷା ପାଇଁ ସେତେବେଳେର ସେଠାକାର ରାଜାଙ୍କ ଦ୍ୱାରା ଏଠାରେ ଏକ ନଦୀବନ୍ଧ ମଧ୍ୟ ନିର୍ମାଣ ହୋଇଛି l
Spread the love
admin

View Comments

  • ଏକ ଐତିହାସିକ କୀର୍ତ୍ତିରାଜିର ସୁନ୍ଦର ତଥ୍ୟ

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

22 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago