କୁହାଯାଏ ଶ୍ରୀପୁରୁଷୋତ୍ତମର ତୃତୀୟ ପ୍ରାଚୀନ ବରଗଛ ନିକୁମ୍ଭିଲାବଟ। ଏହାର ସ୍ଥିତି ହେଲା ଶ୍ରୀମହେଶ୍ଵର ମହାଦେବଙ୍କ ପୀଠରେ । ପୁରାଣ ପ୍ରସିଦ୍ଧ ଏହି ବଟ, ମହର୍ଷି କଣ୍ଡୁଙ୍କ ସମୟରୁ ରହିଛି । ନିକୁମ୍ଭିଲାବଟ ପୁରୀର ସାହିଯାତ୍ରା ସହ ସମ୍ବନ୍ଧିତ !
ନିକୁମ୍ଭିଲାବଟ ଶ୍ରୀଲଙ୍କାରେ ରହିଛି। ରାବଣ ଯେଉଁଠି ବସି ଦୁର୍ବାର ସାଧନା କରିଥିଲା, ସେହିଠାରେ ଯଜ୍ଞକରି ସିଦ୍ଧିଲାଭ କରିଥିଲା । ପୁରୀରେ ଏହି ବଟବୃକ୍ଷ ତଳେ ସାହି ଯାତ୍ରାର ରାମ ରାବଣ ଯୁଦ୍ଧ ପୂର୍ବରୁ ସତ୍ୟ କରାଯାଇଥାଏ । ଏହାକୁ ପୁରୀ ଭାଷାରେ ‘ଯୁଦ୍ଧରକ୍ଷା’ ନୀତି କୁହାଯାଏ । ଏହି ବରଗଛଠାରୁ ବାଲିସାହିର କଳାକାର ‘ରାବଣ’ ମାର୍କଣ୍ଡେଶ୍ଵର ସାହି ଆଖଡ଼ାର ‘ଭଗବତୀ କୋଟ’ରୁ ବାହାରି ଯାଆନ୍ତି ସୁସଜ୍ଜିତ ମଞ୍ଚକୁ ଶ୍ରୀରାମକୁ ବଧ କରିବାକୁ ଯିବା ପୂର୍ବରୁ ମାଆ ଭଗବତୀକୁ ପ୍ରାର୍ଥନା କରିଥାନ୍ତି ପ୍ରତିଟି ଶୁଭକର୍ମରେ ଆମେ ଆମର ଦେବଦେବୀମାନଙ୍କୁ ମାଜଣା ଓ ପ୍ରାର୍ଥନା ବିଧି ବହୁ ପ୍ରାଚୀନ ।
ମା’ଙ୍କର ଅନୁମତି ନେଇ ଯୁଦ୍ଧ ଜୟ ପାଇଁ ଉଭୟ ପକ୍ଷ ପ୍ରସ୍ତୁତ ହୋଇଥାନ୍ତି ଏବଂ ଯଦି ଯୁଦ୍ଧରେ ହାରିଯାଆନ୍ତି ତେବେ ସ୍ଵର୍ଗକୁ ଯିବାକୁ ନିଶୁଣି ତିଆରି କରିବାକୁ ସକ୍ଷମ ହେବା ପାଇଁ ବର ପ୍ରାର୍ଥନା କରିଥାନ୍ତି ମାଆଙ୍କଠାରୁ ବର ପାଇ ପଣାପିଇ ଜଗନ୍ନାଥ ବଲ୍ଲଭର ସାହି ଯାତ୍ରାର ରଣକ୍ଷେତ୍ରରେ ପହଞ୍ଚନ୍ତି । ବଟବୃକ୍ଷର ପୂଜା ସହିତ ଆମର ପୌରାଣିକ ଓ ସାମାଜିକ ପରଂପରା ଘନିଷ୍ଠ ଭାବେ ଜଡ଼ିତ ହୋଇ ରହିଛି ।
ଶ୍ରୀମନ୍ଦିରର ବେଢ଼ାରେ ବଟବୃକ୍ଷ ‘କଳ୍ପବଟ’ର ମାନ୍ୟତା ଲାଭ କରିଥିଲା ବେଳେ ଅନ୍ୟ ସମସ୍ତ ସ୍ଥାନରେ ଥିବା ବଟବୃକ୍ଷମାନଙ୍କୁ ‘ବୋଧଦ୍ରୁମ’, ‘କାଳାନ୍ତକବଟ’, ଅକ୍ଷୟବଟ’, ‘ବାଞ୍ଛାବଟ’, ‘ବଂଶୀବଟ’, ‘କଳ୍ପଦ୍ରୁମ’, ‘ଦେବନାଶନ ବଟ’ ଇତ୍ୟାଦି ନାମରେ ନାମିତ କରାଯାଇଛି ।
ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ‘ଅକ୍ଷୟବଟ’ ବିରାଜିତ । ପଶ୍ଚିମ ଦ୍ଵାରରେ ଥିବା ବଟବୃକ୍ଷ ମଧ୍ୟ ପ୍ରାଚୀନ ଏବଂ ଏହି ଅକ୍ଷୟବଟର କିଛି ଅଂଶ କ୍ଷୟ ହୋଇ ଯାଇଥିଲେ ବି ଏହା ପୂଜା ପାଉଛନ୍ତି । ସ୍କନ୍ଦପୁରାଣରେ ଅକ୍ଷୟବଟ ଉତ୍ପତ୍ତି ବିଷୟରେ ନାରଦ ଇନ୍ଦ୍ରଦ୍ୟୁମ୍ନକୁ ବୁଝିଇଛନ୍ତି । ଏହି ବୃକ୍ଷକୁ ସେ ବିଷ୍ଣୁଙ୍କର ଅଂଶ ବୋଲି କହିଛନ୍ତି !
ଏହି ଦେବନାଶନ ବୃକ୍ଷର ଛଅ ଗୋଟି ଡାଳ । ସେମାନେ ସତ୍ୟ, ଶୀଳ, ଶାନ୍ତ, ଦୟା, ବିବେକ ଓ ଅକାମର ପ୍ରତୀକ, ଏହି ଦେବନାଶନ ବୃକ୍ଷର ପତ୍ର, ଫୁଲ, ଫଳ ଦେଖାଯାଇ ନ ଥାଏ । ଏହି ବୃକ୍ଷର ଅଶେଷ ଗୁଣ ରହିଛି । ଏହି ବୃକ୍ଷର ଚାରି ଶକ୍ତି ହେଲେ ରବି, ଅଗ୍ନି, ଶଶି, ଅନ୍ଧକାର । ଏହି ବୃକ୍ଷର ଛାଇକୁ ଆସିଲେ ଦେବତାମାନେ ମୃତ୍ୟୁବରଣ କରିଥାନ୍ତି ସେହି ହେତୁ ଏହି ଦେବବୃକ୍ଷର ନାମ ‘ଦେବନାଶନ ବୃକ୍ଷ’ ଅଟେ ।
ସ୍କନ୍ଧ ପୁରାଣରେ ବର୍ଣ୍ଣିତ ହୋଇଛି ଯେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ହେଉଛି ଶ୍ରୀବିଷ୍ଣୁଙ୍କର ଶରୀର ସ୍ଵରୂପ । ପ୍ରତିଟି କ୍ଷୁଦ୍ର ଅଣୁରୁ ବୃକ୍ଷ, ଜଳ, ସ୍ଥଳ ସବୁ କିଛି ଆନନ୍ଦମୟ । ସବୁକିଛି ପବିତ୍ର ଓ ପ୍ରଶାନ୍ତର ସଂରଚନା । ଋଷିମୁନି, ସାଧୁ, ସନ୍ଥ ପାଗଳ ପ୍ରାୟ ଯେଉଁ ତୀର୍ଥକୁ ଧାଇଁ ଆସି ଆଉ ସେ ସ୍ଥାନ ଛାଡ଼ି ଯିବାକୁ ଚାହୁଁ ନଥିଲେ । ଏଭଳି ପରମ ପବିତ୍ର ଭୂମି ଜଗତରେ କାହିଁ ?
ଶ୍ରୀକ୍ଷେତ୍ର ଶ୍ରୀ ବିଷ୍ଣୁଙ୍କର ଶରୀର ସ୍ଵରୂପ ହେବାରୁ ଶ୍ରେଷ୍ଠତ୍ଵ ଲାଭ କରି ଅମାପ ।
ଯେତେବେଳେ ସମଗ୍ର ପୃଥ୍ବୀ ପ୍ରଳୟରେ ସଂପୂର୍ଣ୍ଣ ଅସ୍ତିତ୍ଵ ହରାଇ ଥାଏ ସେତେବେଳେ ଏ କ୍ଷେତ୍ରର ବିଲୟ ଘଟି ନ ଥାଏ ବିଷ୍ଣୁ ଯେତେବେଳେ ବ୍ରହ୍ମାଙ୍କୁ ପୁରୁଷୋତ୍ତମ କ୍ଷେତ୍ରର ମହିମା ସଂପର୍କରେ କହୁଥିଲେ ସେ ତାହା ପ୍ରତ୍ୟକ୍ଷ କରି ସେଠାରେ ‘ନୀଳପର୍ବତ’,
‘ରୋହିଣୀକୁଣ୍ଡ’ ଓ ‘ଅକ୍ଷୟବଟ’ର ସୂଚନା ଦେଇଥିଲେ ଏ ସମ୍ପର୍କରେ ପୁରାଣ ବର୍ଣ୍ଣନା ହେଲା –
“ସେ ନୀଳପର୍ବତର ଯେହୁ ମଧ୍ୟ ସ୍ଥାନ
ସେ ସ୍ଥାନେ ଅକ୍ଷୟ ନାମେ ବଟ ବିଦ୍ୟମାନ” ।
ମରଣକୁ ଜୟ କରିଥିବା ମୃତ୍ୟୁଞ୍ଜୟୀ ହେଲେ ହନୁମାନ, ବଳି, ବେଦବ୍ୟାସ, ପର୍ଶୁରାମ, କୃପାଚାର୍ଯ୍ୟ, ବିଭୀଷଣ, ମାର୍କଣ୍ଡେୟ, ଅଶ୍ୱତ୍ଥମା ପ୍ରଭୃତି ଆଠ ମହାତ୍ମାଙ୍କ ମଧ୍ୟରେ ମାର୍କଣ୍ଡେୟ ମୁନି ସାରା ସଂସାର ପ୍ରଳୟ ଜଳରେ ଉବୁଟୁବୁ ହେଉଥିବା ବେଳେ ଏହି ବଟବୃକ୍ଷର ପତ୍ରରେ ବିଷ୍ଣୁ ବାଳମୁକୁନ୍ଦ ଭାବରେ ଶୟନ କରିଥିବା ଦେଖିଥିଲେ ମୁନି !
ତାଙ୍କ ଗର୍ଭରେ ପ୍ରବେଶ କରି ବିଶ୍ୱବ୍ରହ୍ମାଣ୍ଡ ଦର୍ଶନ କରିଥିଲେ । ଏହି ଦେବବୃକ୍ଷ ବିଷ୍ଣୁଙ୍କ ସ୍ଵରୂପ ରୋହିଣୀକୁଣ୍ଡ ନିକଟରେ ଅବସ୍ଥିତ । ଏହାଙ୍କୁ ଦର୍ଶନ, ସ୍ପର୍ଶନ ଏବଂ ଏହାର ଛାଇରେ ଦଣ୍ଡେ ବିଶ୍ରାମ, ଜପ ଧ୍ୟାନ କଲେ ସର୍ବ ପାପ ଧ୍ଵଂସ ହୋଇଯାଇଥାଏ । କେତେକ ଶାସ୍ତ୍ର ଏହି ବୃକ୍ଷର ଛାଲିକୁ ‘ବିଷ୍ଣୁ’, ଏହାଙ୍କ ଚେରକୁ ‘ବ୍ରହ୍ମା’, ଡାଳକୁ ‘ଶିବ’ଙ୍କର ସ୍ଵରୂପ ବୋଲି ଦିବ୍ୟତା ପ୍ରଦାନ କରିଥାନ୍ତି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago