କଟକୀ ରଥଯାତ୍ରା

ଲେଖା: ଦେଵ ତ୍ରିପାଠୀ

 

“ମୋହ ଯିବା ଯାଏଁ ରଥେ ଥିବ ରହି . . ” ମହାନ ଭକ୍ତ ତଥା #ଯବନକବି #ସାଲବେଗଙ୍କ ଏଭଳି କୋହଭରା ମାର୍ମିକ ଡ଼ାକ ଶୁଣି ମହାପ୍ରଭୁଙ୍କ ରଥ ଅଟକି ରହିଥିଲା, ସେହି ଉପାଖ୍ୟାନକୁ ସମ୍ମାନ ଜଣାଇ #ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରର ରଥଯାତ୍ରାରେ ପାଳନ ହୁଏ ଏକ ବିଶେଷ ରୀତି । ଇଏ ଅନନ୍ୟ କଟକୀ ରଥଯାତ୍ରା !

ଏଇ ଅଞ୍ଚଳର ଥାନା ରହିଥିବା “ଲାଲବାଗ କୋଠି”, ତତ୍କାଳୀନ ଗଜପତିଙ୍କ ଏକ ସ୍ୱତନ୍ତ୍ର ସେନାବାହିନୀର ପ୍ରଚଣ୍ଡ ସେନାପତି #ଲାଲବେଗଙ୍କ ନାମରେ ନାମିତ, ତାଙ୍କରି ପୁତ୍ର ସାଲବେଗଙ୍କ ଜନ୍ମସ୍ଥାନ ଏବଂ ଏଠାରୁ ହିଁ ସେ ପୁରୀକୁ ଯାତ୍ରା କରୁଥିଲେ । ତାଙ୍କରି ସ୍ମୃତିରେ ଆଜି ଲାଲବାଗ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଥମେ ତିନି ଥାଳିରେ ଭୋଗ ନୈବେଦ୍ୟ ଅର୍ପଣ କଲାପରେ ହିଁ ଏଠାରେ #ଶ୍ରୀଗୁଣ୍ଡିଚାରେ ରଥଟଣା ଆରମ୍ଭ ହୋଇଥାଏ ।
ସୂଚନାଯୋଗ୍ୟ ଯେ ଅଣହିନ୍ଦୁ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଏ ରୀତିରେ ବ୍ୟତିକ୍ରମ ହୋଇନାହିଁ !
ଇଏ ହେଉଛି ଆମର #ବିଶ୍ୱଭାତୃପ୍ରେମମୟ #ଜଗନ୍ନାଥ ସଂସ୍କୃତି, ଇଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାରେ ବିଭାସିତ ଏବଂ ସର୍ବାଧିକ ଜଗନ୍ନାଥ ମନ୍ଦିର ଥିବା ଏବଂ ରଥଯାତ୍ରା ଅବସରରେ ସର୍ବାଧିକ ସଂଖ୍ୟକ ରଥ ଟଣାଯାଉଥିବା ଆମ #କଟକ ନଗରୀର #ଭାଇଚାରା । ଇଏ ଆମ କଟକୀ ରଥଯାତ୍ରା !
ଜୟ ଜଗନ୍ନାଥ ସ୍ୱାମୀ ।
ଜୟ କଟକ ।
ବନ୍ଦେ ଉତ୍କଳ ଜନନୀ ।
© ଅନ୍ତରଙ୍ଗ କଳିଙ୍ଗ
ଚିତ୍ର: ସାମାଜିକ ଗଣମାଧ୍ୟମ, KATAKA Group FB Page

Leave a Comment

Your email address will not be published. Required fields are marked *

Scroll to Top