Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅକ୍ଷୟ ଓଝା ପରମ ଶାସ୍ତ୍ର ଭାଗବତ। ଅଭ୍ୟାସ କରୁଥିବ ନିତ୍ୟ।। ଆଗ କାଳରେ ପ୍ରତ୍ୟେକ ଗାଆଁରେ ଭାଗବତ ଟୁଙ୍ଗି ଥିଲା । ସଞ୍ଜ ନଇଁ ଆସିଲେ ଗାଆଁର ଝିଅ ବୋହୂମାନେ ଦୀପଟିଏ ଜାଳି ଦେଉଥିଲେ ଭାଗବତ ଘରେ । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିଟିଏ କିମ୍ବା ତ୍ରୀମୂର୍ତ୍ତି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପାଖରେ…

ଲେଖା: ବନ୍ଧନ ଦଳାଇ ଭାଦ୍ରବ ପୂର୍ଣ୍ଣିମାର ସଞ୍ଜ ନଇଁ ଆସିବ ସୂରୁଜ ଦେବତା ମା’ କୋଡକୁ ଯିବା ପରେ ପରେ । ସମୟ ସମୟରେ ମେଘମୁକ୍ତ ଥିବ ଆକାଶ, ପୁଣି ବେଳେ ବେଳେ ଖଣ୍ଡି ଖଣ୍ଡି ବାଦଲ ଆସି ଢାଙ୍କିଦେଉଥିବେ ଚନ୍ଦ୍ରମାଙ୍କୁ । ଛାଇଆଲୁଅର ଖେଳ ମଧ୍ୟରେ ସଂଧ୍ୟା ହେଉଥିବ ମନୋରମ, ସ୍ନିଗ୍ଧ, ଶୀତଳ ।…

ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ତତ୍କାଳୀନ ଓଡ଼ିଶାରେ ଏକ ଚହଳ ସୃଷ୍ଟି କରିଥିଲା। ଅପୂର୍ବ ଆଧ୍ୟାତ୍ମିକ ଜାଗରଣ ଓ ନବୀନ ଉନ୍ମାଦନାର ସୂତ୍ରପାତ କରିଥିଲା ଏଇ ଓଡ଼ିଆ ଭାଗବତ। ଦୁର୍ବୋଧ୍ୟ ସଂସ୍କୃତ ଭାଗବତ ପରିବର୍ତ୍ତେ ସାଧାରଣ ଜନସମାଜ ଏହାକୁ ସହଜରେ ଆଦରି ନେଇଥିଲା। ଓଡ଼ିଶାର ପୁରପଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା ଭାଗବତ ଟୁଙ୍ଗୀ . .

ଉପସ୍ଥାପନା: ଦେଵ ତ୍ରିପାଠୀ ଗଭୀର ବୈଷ୍ଣବତତ୍ତ୍ଵ ସମ୍ବଳିତ ଗ୍ରନ୍ଥ ଆମରି ଓଡ଼ିଆ ଭାଗବତ । ସମାଜରେ ସଂହତି, ସମନ୍ୱୟ ରକ୍ଷାରେ ଏହାଠାରୁ ବଳି ବଡ଼ ସାଧନ ଅତୀତ କାଳରେ କିଛି ନ ଥିଲା । ବ୍ୟାସଦେବକୃତ ସଂସ୍କୃତ ବ୍ୟତୀତ ପୂର୍ବରୁ ଅର୍ଥାତ୍ ଷୋଡ଼ଶଶତାବ୍ଦୀ ପୂର୍ବରୁ, ଅନ୍ୟଭାଷାରେ ଭାଗବତ ନ ଥିଲା । ସଂସ୍କୃତ ଭାଷାର ଭାଗବତ…

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ଲେଖା: ରବୀନ୍ଦ୍ର କୁମାର ରଣା ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା…

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…

ଲେଖା: ବନ୍ଧନ ଦଳେଇ ~ କବି ରାଧାମୋହନ ଗଡ଼ନାୟକ ~ ଆଧୁନିକ ଓଡିଆ କବିତାର ଅନ୍ୟତମ ଦିଗଦର୍ଶକ କବି ରାଧାମୋହନ ଗଡ଼ନାୟକ । ସେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଅନୁଗୋଳ ନିକଟବର୍ତ୍ତୀ କଲଣ୍ଡାପାଳ ଗ୍ରାମରେ ୧୯୧୧ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୨୫ ତାରିଖରେ ଭୂମିଷ୍ଠ ହୋଇଥିଲେ। ଛାତ୍ରାବସ୍ଥାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ…

ଲେଖା: ନିରଞ୍ଜନ ସାହୁ ~ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ~ ଇତିହାସ ଏକ ନିରବଚ୍ଛିନ୍ନ ଘଟଣା ପ୍ରବାହର ବର୍ଣ୍ଣନା । ଜାତି ପରେ ଜାତି, ବଂଶ ପରେ ବଂଶ ଓ ବ୍ୟକ୍ତି ପରେ ବ୍ୟକ୍ତିର କ୍ରମନ୍ଵୟତା ଓ ଘଟଣାର ଆବୃତ୍ତି, ପୁନରାବୃତ୍ତି ମଧ୍ୟରେ ସତ୍ୟ ଓ ପ୍ରାମାଣିକତା ହିଁ ଇତିହାସ । ଯୁଗ କ୍ରମରେ,…

~ ଜଳେଶ୍ବର ମନ୍ଦିର ~ ଲେଖା: ଅମୃତେଶ ଖଟୁଆ ସେହି #ସ୍ଵର୍ଣ୍ଣାଦ୍ରି_କ୍ଷେତ୍ର ! ଯାହାକୁ ‘ସାରଳା ମହାଭାରତ’ରେ ବର୍ଣ୍ଣନା କରାଯାଏ ଯେ କୀର୍ତ୍ତି ଓ ବାସଙ୍କ ଦ୍ଵାରା କୁବେରଙ୍କ ସୁବର୍ଣ୍ଣ ଭଣ୍ଡାରକୁ ଏଠାରେ ଠୁଳ କରି ଦେଇଥିଲେ । ଯେଉଁଠି ଦିନେ #ଗନ୍ଧବତୀ ନଦୀ ଧରେ ସ୍ଫୁଟ ସ୍ଥଳପଦ୍ମ ! ଆନତ ଦେଉଳମାନଙ୍କ ବେଢାଙ୍କ ସ୍ମିତହାସ୍ୟ…