~ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ~
ଲେଖା: ଅମୃତେଶ ଖଟୁଆ
ପୂର୍ବତନ ଗଡ଼ଜାତ ଖରସୁଆଁ ଠାରେ ୧୮୭୪ ମସିହାରେ ମାର୍ଚ୍ଚ ୪ ତାରିଖରେ ପିତା ଯଦୁନାଥ (ଖରସୁଆଁ ରାଜାଙ୍କ ପୁରୋହିତ) ତଥା ମା ମୈଥିଳୀ ଦେବୀ (ହିନ୍ଦୀ ଓ ସଂସ୍କୃତ ଭାଷାରେ ପ୍ରବୀଣା ସାଧିକା)ଙ୍କ କୋଳମଣ୍ଡନ କରିଥିଲେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ। ପ୍ରଥମେ ଖରସୁଆଁ ଓ କେରା ରାଜସଭାରେ ପଣ୍ଡିତ ପଦବୀ ମଣ୍ଡନ ପରେ ଖରସୁଆଁ ଷ୍ଟେଟର ଶିରସ୍ତାଦାର (୧୮୯୭ – ୧୯୨୭) ଭାବରେ କାର୍ଯ୍ୟ କରିଛନ୍ତି।
ଉପାନ୍ତ ଅଞ୍ଚଳରେ ଓଡ଼ିଆ ଆନ୍ଦୋଳନର ଅନ୍ୟତମ ସଂଗ୍ରାମୀ ଥିଲେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ। ବଙ୍ଗ ଓ ବିହାରରେ ଓଡ଼ିଆ ଭାଷାର ବିଷମ ସ୍ଥିତିରେ ଖୁବ୍ ପ୍ରଭାବିତ ହୋଇ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ନାନାବିଧ ଉଦ୍ୟମ କରିଛନ୍ତି। ଇଂରେଜ ପ୍ରଶାସକ ଓ ରାଜାଙ୍କ ପାଖରେ ବିଦ୍ୟାଳୟରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ପାଇଁ ଦାବି ମଧ୍ୟ ପ୍ରସ୍ତାବିତ କରେଇଛନ୍ତି। ଏଥି ସହ ସ୍ଥାନେ ସ୍ଥାନେ ଓଡ଼ିଆ ବହି ମଧ୍ୟ ବଣ୍ଟନ କରିଛନ୍ତି। ତାଙ୍କରି ସମୁଦ୍ୟମ ଫଳରେ ସିଂହଭୂମ, ଖରସୁଆଁ ଓ ଚାଇଁବସା ଅଞ୍ଚଳରେ ଓଡ଼ିଆ ବିଦ୍ୟାଳୟ ଖୋଲିପାରିଛି। ୧୯୧୭ ମସିହାରେ ଜାମସେଦପୁରଠାରେ ଓଡ଼ିଆ ସଭା ମଧ୍ୟ ଗଠନ କରିଛନ୍ତି। ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ତଥା ଅନନ୍ତ ମିଶ୍ରଙ୍କ ସହିତ ତାଙ୍କ ସଂପର୍କ ତାଙ୍କ ପ୍ରତିବାଦୀ ବ୍ୟକ୍ତିତ୍ଵକୁ ସ୍ଵାତନ୍ତ୍ର୍ୟ ପ୍ରଦାନ କରେ।
ଉତ୍କଳ ସମ୍ମିଳନୀର ୧୬ଶତମ ଅଧିବେଶନରେ ସଭାପତି ହୋଇଥିଲେ। ସମକାଳୀନ ପତ୍ରପତ୍ରିକାରେ ତାଙ୍କ ଶତାଧିକ ପତ୍ର ପ୍ରକାଶିତ ମଧ୍ୟ ହୋଇଅଛି।ତାଙ୍କ ରଚିତ ପୁସ୍ତକଚୟ ହେଉଛି – ସମ୍ବାଦପତ୍ର ‘ସିଂହଭୂମି ସମାଚାର’, ‘ପୁରୁଷୋତ୍ତମ କ୍ଷେତ୍ରର ଇତିହାସ’, ‘ସିଂହଭୂମି ଓ ଓଡ଼ିଆ ଭାଷାର ଇତିହାସ’, ‘ପଞ୍ଚତୀର୍ଥ ବିଧି’ ପ୍ରଭୃତି।
କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଓଡ଼ିଆ ଜାତୀୟତାବାଦୀ ଆନ୍ଦୋଳନରେ ଓଡ଼ିଆ ଭାଷା ଓ ଅସ୍ମିତାର ସୁପରିଚାୟକ ଭାବେ ତଥା ଦୀର୍ଘଜୀବୀ ପାଣ୍ଡିତ୍ୟର ଛାଡି ଯାଇଅଛନ୍ତି ଏକ ଅଭୂତପୂର୍ବ ନିଦର୍ଶନ।
Krushna Chandra Acharya
Amritesh Khatua
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago