ମହାମନିଷୀଗଣ

କର୍ମବୀର ବୈକୁଣ୍ଠନାଥ ପୂଜାରୀ

~ କର୍ମବୀର ବୈକୁଣ୍ଠନାଥ ପୂଜାରୀ ~
ଲେଖା: ଅମୃତେଶ ଖଟୁଆ
#ସମ୍ବଲପୁର #ଭାଷା #ଆନ୍ଦୋଳନ କାଳରେ ଯେତେବେଳେ ଜନଗଣନା ଦ୍ୱାରା ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ଗୋପନ ଷଡ଼ଯନ୍ତ୍ର ଆରମ୍ଭ ହୁଏ, ସେତେବେଳେ ସମ୍ବଲପୁରର ବିଭିନ୍ନ ଭାଷାପ୍ରେମୀ ମାନେ ଏହି ଦୁରୂହ କୁଚକ୍ରିକାରୁ ଓଡ଼ିଆ ଭାଷାକୁ ରକ୍ଷା କରିବା ପାଇଁ ଆଗୁସାର ହୁଅନ୍ତି। ସେମାନଙ୍କ ମଧ୍ୟରୁ ଯିଏ ଏହି ଭାଷା ଆନ୍ଦୋଳନରେ ମୁଖ୍ୟତଃ ସକ୍ରିୟଶୀଳ ରହେ, ସିଏ ହେଉଛନ୍ତି ଏହି ଯୁବକ, କର୍ମବୀର ବୈକୁଣ୍ଠନାଥ ପୂଜାରୀ
କର୍ମବୀର ବୈକୁଣ୍ଠନାଥ ପୂଜାରୀ ସମ୍ବଲପୁର ସହର ନିବାସୀ ରାୟସାହେବ ଦାଶରଥି ପୂଜାରୀଙ୍କ ଦ୍ଵିତୀୟ ସନ୍ତାନ। ସେ ୧୮୭୭ ମସିହା ଜାନୁଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପିତା ଦାଶରଥି ବାବୁ ଥିଲେ ଜଣେ ସରକାରୀ କର୍ମଚାରୀ। ତେଣୁ ବାଲ୍ୟକାଳରେ ତାଙ୍କ ଶିକ୍ଷା ବରଗଡ଼ ଠାରେ ହିଁ ସମ୍ପନ୍ନ ହୁଏ। ତା ପରେ ସିଏ ନିଜ ସମ୍ପର୍କୀୟ ମଦନ ମୋହନ ପୂଝାରୀଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରନ୍ତି। ୧୮୯୨ ମସିହାରେ ଏଣ୍ଟ୍ରାନ୍ସ ଉତ୍ତୀର୍ଣ୍ଣ, ନାଗପୁର ହିଲଟପ୍ କଲେଜରେ ନାମ ଲେଖାଇ, ଏଫ୍.ଏ, ବି.ଏ ପାଶ୍ କଲେ। ୧୮୯୬ ରେ ରସାୟନ ଶାସ୍ତ୍ରରେ ବି.ଏ।
ଉନବିଂଶ ଶତାବ୍ଦୀର ଶେଷ ବେଳକୁ ସମ୍ବଲପୁରର ଓଡ଼ିଆ ଭାଷା ଆନ୍ଦୋଳନ ଦୁର୍ବଳ ହୋଇଆସିଥିଲା । ଓଡ଼ିଆ ବିରୋଧୀ ହିନ୍ଦୀ ଭାଷାଭାଷୀ ଲୋକଙ୍କର ଯୋର ଥିଲା ଓ ସମ୍ବଲପୁରରେ ଓଡ଼ିଆ ଭାଷା ବିଲୁପ୍ତ ହେବାକୁ ବସିଥିଲା । ୧୯୦୧ ମସିହାରେ କର୍ମବୀର ବୈକୁଣ୍ଠନାଥ ପୂଜାରୀ ଏକ୍ସଟ୍ରା ଆସିଷ୍ଟାଣ୍ଟ କମିସନର ଭାବରେ କମିସନର ଏଣ୍ଡ୍ରୁ ଫ୍ରେଜରଙ୍କ ଅଧୀନରେ ଯୋଗଦାନ କରିଥିଲେ । ତାଙ୍କ ପିତା ଦାଶରଥି ପୂଜା ମଧ୍ୟ ୧୮୭୭ ମସିହାରେ ବରଗଡ଼ର ସବ ଡିଭିଜନାଲ ଅଫିସର ଏଣ୍ଡ୍ରୁ ଫ୍ରେଜରଙ୍କ ଅଧିନରେ ଯୋଗଦାନ କରି ଜଣେ କିରାଣୀ ଭାବରେ କାମକରିଥିଲେ ।
ଏଣ୍ଡ୍ରୁ ଫ୍ରେଜରଙ୍କ ସମ୍ବଲପୁର ଓଡ଼ିଆଙ୍କ ଭାଷା ଦାବି ପ୍ରତି ସମବେଦନା ରହିଥିଲେ ମଧ୍ୟ, ଚିଫ କମିସନର ଉଡବର୍ଣ୍ଣ ସେଥିପ୍ରତି ବିମୁଖ ଥିଲେ । ଏହି ସମୟରେ ୧୯୦୧ ମସିହାରେ ସମ୍ବଲପୁରର ଜନଗଣନା କାର୍ଯ୍ୟ ଆରମ୍ଭ ହୋଇ ବିଭିନ୍ନ କାରଣରୁ ଅଟକି ଯାଇଥିଲା । ଜନଗଣନା କାର୍ଯ୍ୟରେ ନିୟୋଜିତ ହିନ୍ଦୀ ଭାଷୀ କର୍ମଚାରୀମାନେ ଓଡ଼ିଆ କହି ପାରୁନଥିବାରୁ, ଆବଶ୍ୟକ ପ୍ରଶ୍ନୋତ୍ତର ଫର୍ମାଟରେ ଉତ୍ତର ଆଦାୟ କରିପାରୁନଥିଲେ । ଦ୍ୱିତୀୟରେ ସମ୍ବଲପୁରର ଦୁର୍ଗମ ଅଞ୍ଚଳକୁ ସେମାନେ ପହଞ୍ଚିପାରୁନଥିଲେ । ସବୁଠାରୁ ବଡ କାରଣ ଥିଲା, ଏହି ଜନଗଣନା କାର୍ଯ୍ୟ ସମ୍ବଲପୁରର ଓଡ଼ିଆ ପ୍ରାଧାନ୍ୟ ପ୍ରମାଣ କରାଇଦେବାର ଆଶଙ୍କା । ଏହିଭଳି ସମୟରେ ଜନଗଣନା କାର୍ଯ୍ୟର ଦାୟିତ୍ୱ ପଡ଼ିଲା ୨୪ ବର୍ଷ ବୟସ୍କ ବୈକୁଣ୍ଠନାଥ ପୂଜାରୀଙ୍କ ଯୁବ କାନ୍ଧରେ ।
୧୯୦୧ର ସମ୍ବଲପୁର ଜନଗଣନାରୁ ଜଣାପଡ଼ିଲା ଯେ, ସମ୍ବଲପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୭ ଲକ୍ଷ ୯୬ହଜାର ୪୧୩ ମଧ୍ୟରୁ ଓଡ଼ିଆଙ୍କ ସଂଖ୍ୟାଥିଲା ୫ ଲକ୍ଷ ୯୫ ହଜାର ୬୦୧ । ସମ୍ବଲପୁର ସହିତ ପ୍ରଶାସନିକ ଭାବରେ ଜଡିତ ଅନ୍ୟାନ୍ୟ କ୍ଷେତ୍ର ଯଥା ବାମଣ୍ଡା, ରେଢାଖୋଲ, ପାଟନା ଓ କଳାହାଣ୍ଡିରେ ମଧ୍ୟ ଲୋକସଂଖ୍ୟାର ୮୭% ଥିଲେ ଓଡ଼ିଆ । ଏହି ଜନଗଣନା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣକଲା ଓ ପ୍ରମାଣିତ କଲା ଯେ, ସମ୍ବଲପୁର ସମେତ ସମସ୍ତ ପଶ୍ଚିମ ଓଡ଼ିଶା ଓଡ଼ିଆ କ୍ଷେତ୍ର ।
ଏହା ବୈକୁଣ୍ଠନାଥ ପୂଝାରୀଙ୍କ ପ୍ରଚେଷ୍ଟାରୁ ହିଁ ସମ୍ଭବ ହୋଇପାରିଲା । ଦିନବେଳା ସେ ପଦସ୍ଥ ସରକାରୀ କର୍ମଚାରୀ ଥିଲେ ଓ ରାତିରେ ଥିଲେ ଭାଷା ଆନ୍ଦୋଳନର ପୁରୋଧା । ରାତ୍ରି ଆଗମନରେ ଅଶ୍ୱାରୋହଣ କରି, ସମ୍ବଲପୁରର ଦୁର୍ଗମ ଅଞ୍ଚଳ ସବୁ ବୁଲି ବୁଲି ଲୋକଙ୍କୁ ଏକାଠି କରିଥିଲେ ଓ ଓଡ଼ିଆ ଭାବରେ ସେମାନଙ୍କ ହୃତଗୌରବ ଫେରାଇ ଆଣିପାରିଥିଲେ ବୈକୁଣ୍ଠନାଥ ପୂଜାରୀ।
୧୯୧୯ରେ ହୀରାଖଣ୍ଡରେ ପ୍ରକାଶିତ ତାଙ୍କ ଜୀବନୀରୁ ଉଦ୍ଧୃତ: “ଧନ୍ୟ ସେ କର୍ମବୀର ବୈକୁଣ୍ଠନାଥ ପୂଜାରୀଙ୍କ ନୈତିକ ସାହସ! ଦିବସବ୍ୟାପୀ ସରକାରୀ କର୍ମରେ ନିଯୁକ୍ତ ରହି ନିଶାକାଳ ପ୍ରବେଶ ମାତ୍ରକେ ଅଶ୍ୱୋପରି ଆରୋହଣ କରି ବୈକୁଣ୍ଠନାଥ ରାତ୍ରୀଯାପନ କରୁଥିଲେ । ଗ୍ରାମେ ଗ୍ରାମେ ପରିଭ୍ରମଣ ସମୟରେ ଲୋକମାନଙ୍କୁ ଜିଲ୍ଲାଧିଶଙ୍କ ତଦନ୍ତ ସମୟରେ କିପରି ଭାବରେ ଓଡ଼ିଆ ଭାଷାର ଉପକାରିତା ତର୍କବିତର୍କ ଦ୍ୱାରା ପ୍ରତିପନ୍ନ କରାଇବେ, ସେଥି ନିମନ୍ତେ ସେ ଚେଷ୍ଟିତ ଥିଲେ ।
ରାତ୍ରି ସମୟରେ ବହୁ ଦୂରବର୍ତୀ ଗ୍ରାମରେ ଉପସ୍ଥିତ ହୋଇ ସେହି ଗ୍ରାମବାସୀଙ୍କୁ ଉତ୍କଳ ଭାଷାର ପ୍ରଚଳନ ରୂପକ ମନ୍ତ୍ରରେ ଦୀକ୍ଷିତ କରୁଥିଲେ । ହିନ୍ଦୀଭାଷା ପ୍ରଚଳନ ପକ୍ଷପାତୀ କର୍ମଚାରୀବୃନ୍ଦଙ୍କ ବୈଧୃତି ପ୍ରତି ତିଳେ ମାତ୍ର ଭୃକ୍ଷେପ ନକରି ଦେଶର ମାୟା ମମତା ଅନୁବନ୍ଧନର ବଶବର୍ତୀ ହୋଇଥିଲେ । ” ଆଜିର ଦିନରେ ୧୫ ଅକ୍ଟୋବର, ୧୯୦୩ ମସିହାରେ ତାଙ୍କର ଯକ୍ଷ୍ମାରୋଗ ଦ୍ଵାରା ପରଲୋକ ହୋଇଯାଏ।
ତଥ୍ୟ ସୌଜନ୍ୟ : ଆମେ ଓଡିଆ, ନୃସିଂହ ଚରଣ ସାହୁ
Baikunthanath Pujari
Amritesh Khatua
Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

20 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

22 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago