ଲେଖା: ଶ୍ରୀକାନ୍ତ ସିଂହ

~ ବ୍ରହ୍ମାବଣ ~
ବ୍ରହ୍ମାଙ୍କ ଉପାସନା ସ୍ଥଳୀ “ବ୍ରହ୍ମାବଣ” l କୁହାଯାଏ ପବିତ୍ର ଚିତ୍ରୋତ୍ପଳା ନଦୀ କୂଳରେ ଏକଦା ବ୍ରହ୍ମା ଏଠାରେ ତପସ୍ୟା କରୁଥିଲେ l ଏଣୁ ସ୍ଥାନଟିର ନାଁ ବ୍ରହ୍ମାବଣ l ପଞ୍ଚସଖାମାନେ ମଧ୍ୟ ଏଠାରେ କିଛି କାଳ ଅବସ୍ଥାନ କରିଥିବା କଥା ସ୍ଥାନୀୟ ଲୋକେ କୁହନ୍ତି l ଏଠାରୁ ମାତ୍ର କିଛି କିଲୋମିଟର ଦୂରରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ବଟ ରହିଛି l ନିଶ୍ଚିନ୍ତକୋଇଲି ବ୍ଲକର କୋଲଣପୁର ପଞ୍ଚାୟତ ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀ ତଟରେ ଏହି ପବିତ୍ର ପୀଠଟି ଅବସ୍ଥିତ ଯାହାକି ସାଲେପୁର ବଜାର ଠାରୁ ସାଲେପୁର ମହାବିଦ୍ୟାଳୟ କଡ଼ ଦେଇ ଯାଇଥିବା କେନ୍ଦ୍ରାପଡ଼ା କେନାଲ ପାର୍ଶ୍ୱରେ ମାତ୍ର ତିନି କିଲୋମିଟର ଦୂରରେ ଅବସ୍ଥିତ l
ପୂର୍ବେ ଶଙ୍କରପୁର ଠାରୁ କେନ୍ଦୁପାଟଣା ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଚିତ୍ରୋତ୍ପଳାର ସୈକତଶୋଭୀ କୂଳଯାକ ବନପ୍ରଦେଶ ଅବସ୍ଥିତ ଥିଲା ଏବଂ ତନ୍ମଧ୍ୟରେ ଯେଉଁ ସ୍ଥାନ ଅତି ପରିଚିତ ତାହା ହେଉଛି ବ୍ରହ୍ମାବଣ l ଏହା ବଟେଶ୍ଵର ଗ୍ରାମର ଅଧିଷ୍ଠାତ୍ରୀ ଭଗବତୀ ଦେବୀଙ୍କର ସମ୍ମୁଖୀନ ବନ ମଧ୍ୟରେ ବିଦ୍ୟମାନ ମାତ୍ର, ଅବଶ୍ୟ ଏବେ ଏହି ସ୍ଥାନ ପଦା ହୋଇ ଆସିଲାଣି l
ଏହି ବ୍ରହ୍ମାବଣରେ କେତୋଟି ଶୈବ, ଶାକ୍ତ ଓ ବୌଦ୍ଧ କୀର୍ତ୍ତି ସମୂହ ଆବିଷ୍କୃତ ହୋଇ ସଯତ୍ନରେ ରଖା ଯାଇଛି l ଆଉ ସେ ଗୁଡ଼ିକ ହେଲା –
1. ଏକ ଦେବୀ ପ୍ରତିମା ଯେ କି ଅମ୍ବିକା ହୋଇ ପାରନ୍ତି, ଯାହାଙ୍କ କୋଳରେ ବାଳକ ଗଣେଶ ବସିଛନ୍ତି l
2. ଧ୍ୟାନ ମୁଦ୍ରାରେ ରୁଦ୍ରଙ୍କ ଏକ ପ୍ରତିମା ରହିଛି, ଯାହାଙ୍କ ଗଳାରେ ରୁଦ୍ରାକ୍ଷ ଓ ସର୍ପମାଳ ଶୋଭା ପାଉଛି l
3. ଭୂମିସ୍ପର୍ଶ ମୁଦ୍ରାରେ ତଥାଗତ ବୁଦ୍ଧଙ୍କ ଏକ ପ୍ରତିମା, ସମ୍ଭବତଃ ଖ୍ରୀ. ୯ମ-୧୦ମ ଶତାବ୍ଦୀରେ ନିର୍ମିତ ଏହି ସୌମ୍ୟଦର୍ଶିତ ମୂର୍ତ୍ତି ପଦ୍ମାସନରେ ବସିଛନ୍ତି l ମୂର୍ତ୍ତିଟି ଦେଖିବାକୁ ଖୁବ୍ ସୁନ୍ଦର l
4. ବୌଦ୍ଧ ପ୍ରତିମା ମଞ୍ଜୁଶ୍ରୀ l ମହାଯାନ ବୌଦ୍ଧ ପନ୍ଥାରେ ବିଦ୍ୟାର ଅଧିଷ୍ଠାତା ମଞ୍ଜୁଶ୍ରୀ l ତାଙ୍କର ଅନ୍ୟ ନାମ ‘ମଞ୍ଜୁଘୋଷ’, ‘ବାଗୀଶ୍ବର’ l ବୌଦ୍ଧ ପନ୍ଥାରେ ପ୍ରବର୍ତ୍ତିତ ବୋଧିସତ୍ତ୍ଵମାନଙ୍କ ମଧ୍ୟରେ ତଥା ମହାଯାନ ସୂତ୍ରମାନଙ୍କ ବରିଷ୍ଠ ପ୍ରଣେତାମାନଙ୍କ ମଧ୍ୟରେ ବରିଷ୍ଠ l
5. ପଦ୍ମପାଣି ଅବଲୋକିତେଶ୍ଵର, ଅନ୍ୟ ଏକ ଭୂମିସ୍ପର୍ଶ ମୁଦ୍ରାରେ ବୌଦ୍ଧ ପ୍ରତିମା l
ବୌଦ୍ଧକୀର୍ତ୍ତି ସମୂହ ଥିବା ଏହି ବ୍ରହ୍ମାବଣର ଉନ୍ନତି ସହିତ ପ୍ରଚାର ପ୍ରସାର ଦିଗରେ ଟିକେ ଯତ୍ନବାନ ହେଲେ ଅଧିକରୁ ଅଧିକ ଲୋକ ଏଠାକୁ ଆସିପାରନ୍ତେ l ହଁ, କାହା ପାଖରେ ଯଦି ଅଧିକ କିଛି ତଥ୍ୟ ଥାଏ କିମ୍ବା ଏହି ସଂକ୍ଷିପ୍ତ ଆଲୋଚନାରେ ଯଦି କିଛି ତ୍ରୁଟି ଥାଏ ନିହାତି ଜଣାଇବାକୁ ଅନୁରୋଧ l
© Srikanta Singh & Amritesh Khatua
ତଥ୍ୟ ସଂଗ୍ରହ: ଅମୃତେଶ ଖଟୁଆ
Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

20 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

22 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago