ଇତିହାସ

ଲାଙ୍ଗୁଳା ନରସିଂହଦେବ

~ ଲାଙ୍ଗୁଳା ନରସିଂହଦେବ ~

ଲେଖା: ରୁଦ୍ର ନାରାୟଣ ସାହୁ

ବୀରଶ୍ରୀ ଗଜପତି ତ୍ରିକଳିଙ୍ଗାଧିପତି ଯବନ-ସଂହାରକାରୀ ବଜ୍ରବାହୁ ବୀରାଧିବୀରବର ଗୌଡବାଡ ଆଗଙ୍ଗାଗୋଦାବରୀ ଅଧିଶ୍ବର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଲାଙ୍ଗୁଳା ନରସିଂହଦେବ ୧୨୩୮ ଖ୍ରୀଷ୍ଟାବ୍ଦରେ ମାତ୍ର ଅଠର ବର୍ଷ ବୟସରେ ଉତ୍କଳ ସିଂହାସନ ଆରୋହଣ କରିଥିଲେ ।
ତତ୍କାଳୀନ ସମୟରେ ଭାରତର ବିଭିନ୍ନ ପ୍ରାନ୍ତରେ ଯବନ ଆକ୍ରମଣର ପ୍ରାଦୁର୍ଭାବ ବଢ଼ି ଚାଲିଥିଲା । ଉତ୍କଳ ଭୂଖଣ୍ଡ ପ୍ରତି ଉତ୍ତର ଭାରତରୁ ତଥା ବଙ୍ଗଦେଶରୁ ଭୀଷଣ ଯବନ ଆକ୍ରମଣର ସମ୍ଭାବନା ଥିଲା। ୧୨୪୪ ଖ୍ରୀଷ୍ଟାବ୍ଦରେ ଗଜପତି ନରସିଂହଦେବ ସଶସ୍ତ୍ର ଉତ୍କଳୀୟ ସୈନ୍ୟବାହିନୀ ନେଇ ବଙ୍ଗଦେଶ ଉପରେ ଆକ୍ରମଣ କରିଥିଲେ ।
ବଙ୍ଗଦେଶରେ ରାଢ ଓ ବରେନ୍ଦ୍ର ନାମକ ଦୁଇଟି ସ୍ଥାନରେ ଓଡ଼ିଆ ସୈନ୍ୟବାହିନୀ ଓ ଦୁର୍ଦ୍ଧଷ ଯବନସେନାଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ସଂଗଠିତ ହୋଇଥିଲା, ଯେଉଁଥିରେ ବହୁସଂଖ୍ୟକ ଯବନ ନିହତ ହୋଇଥିଲେ । ନରସିଂହ ଦେବଙ୍କ ତାମ୍ରଶାସନରେ ତାଙ୍କର ଏହି କୃତିତ୍ବ ସମ୍ପର୍କରେ ବର୍ଣ୍ଣନା ଅଛି । ଯୁଦ୍ଧ ପରିଶେଷରେ ଓଡ଼ିଆ ସୈନ୍ୟବାହିନୀଙ୍କ ବିଜୟ ହୋଇଥିଲା ।
ଲାଙ୍ଗୁଳା ନରସିଂହଦେବ ଓ ତାଙ୍କର ଓଡ଼ିଆ ସୈନ୍ୟବାହିନୀଙ୍କ ରଣକୌଶଳ ତଥା ବୀରତ୍ବ ବିଦେଶୀ ଯବନମାନଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲା । ଏହି ଭୟଙ୍କର ଯୁଦ୍ଧ ପରେ ବହୁ ବର୍ଷ ପର୍ଯ୍ୟନ୍ତ ବଙ୍ଗଦେଶରୁ ଆରମ୍ଭ କରି ଆଫଗାନିସ୍ଥାନ ଯାଏଁ କୌଣସି ଯବନସେନା ଉତ୍କଳ ଉପରେ ଆକ୍ରମଣ କରିବାର ଦୁଃସାହସ କରିନଥିଲେ । ଯିଏ ବି ଆକ୍ରମଣ କରିଥିଲେ ସେମାନେ ଓଡ଼ିଆ ସୈନ୍ୟବାହିନୀ ଠାରୁ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ। ଏହି ଶାସନ କାଳରେ ଉତ୍କଳ ଭୂଖଣ୍ଡ ତୁର୍କ ତଥା ଆଫଗାନ ଆକ୍ରାନ୍ତାମାନଙ୍କ ଠାରୁ ସୁରକ୍ଷିତ ଥିଲା ।
ଲାଙ୍ଗୁଳା ନରସିଂହଦେବ ବଙ୍ଗ ବା ଗୌଡ ବିଜୟର କୃତିତ୍ବ ପରେ ଏହାର ସ୍ମାରକୀ ଭାବେ ଚନ୍ଦ୍ରଭାଗା ନଦୀ କୂଳରେ ୪୭ ଲକ୍ଷ ୮୮ ହଜାର ମାଢ ସୁନା ବ୍ୟୟରେ ବିଶାଳ ପଦ୍ମକେଶର ଦେଉଳର ନିର୍ମାଣ କରିଥିଲେ। ଯାହାକି ପରବର୍ତ୍ତୀ କାଳରେ ଅର୍କକ୍ଷେତ୍ର କୋଣାର୍କ ନାମରେ ଖ୍ୟାତ ହେଲା ।

©Rudra Narayan Sahu

Langula Narasingha Deba

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago