admin

admin

ବର୍ଷାରେ ଆମ ଗାଆଁ

ଲେଖା: ଅକ୍ଷୟ ଓଝା ରଜ ସରୁ ସରୁ ବର୍ଷା ଆସିଯାଏ ଆମ ଗାଆଁରେ । ଖୁବ୍ ଝୁମି ଝୁମି ବର୍ଷେ । ଚାଳରୁ ବୋହି ପଡେ ବର୍ଷା । ପାଣି ଫୋଟକା ହୋଇ କିଛି ସମୟ ପାଇଁ ଖେଳି ବୁଲେ ପାଣିରେ । ପୁଣି କୁଆଡେ ଉଭାନ ହେଇଯାଏ । ଚାଳ ପାଣିରୁ ଦାଣ୍ଡ ଭରେ…

ଉତ୍କଳଭାରତୀଙ୍କ ଉକ୍ତି

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ଗଙ୍ଗାଧରଙ୍କ ଭାଷାପ୍ରେମ ଓ ଜାତିପ୍ରେମର ପଟାନ୍ତର ନାହିଁ । ଏହି ପର୍ଯ୍ୟାୟରେ ତାଙ୍କୁ କାହା ସହିତ ତୁଳନା କରିହୁଏ ନାହିଁ । ସେ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ଆଦର୍ଶରେ ଦୀକ୍ଷିତ ବ୍ୟକ୍ତିତ୍ୱ ଥିଲେ । ସେଥିପାଇଁ ଆଲୋଚକମାନେ ତାଙ୍କ ଜୀବନ ଓ ସାହିତ୍ୟ ମଧ୍ୟରେ ଯେଭଳି ସାଦୃଶ୍ୟ ଦେଖନ୍ତି,…

କ୍ରୁରାଶିନୀ ଜଣାଣ (Krurashini Janana)

ସୌରଭିତ ସୃଷ୍ଟି: ସୁରଙ୍ଗିଗଡ଼ ରାଜା ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦ୍ଦେବ (Chandrachudamani Raja Harichandana Jagaddeba of Surangi Gada) କରି ତୋତେ ଭରସା କାହିଁକି ଏ ଦୁର୍ଦ୍ଦଶା କରାଉଅଛି ଲୋକହସା, କରିଅରିବାହିନୀ କିଞ୍ଚିତେ ଚିତ୍ତେଘେନି କୃପାମ୍ବୁ ମୋ ପରେ ବରଷା, ଗୋ କ୍ରୁରାଶିନୀ ।।କରୁଣାମୟୀ ତ ବୋଲାଉ କାର୍ପଣ୍ୟଜନ ଠାରେ ଆଉ। କଲେ ଅଣ ଆଦର,…

ଆର୍.ଆଇ.ଏନ୍ (ପଞ୍ଚଜନ୍ୟ କାବ୍ୟର ଏକ କବିତା)

ସୌରଭିତ ସୃଷ୍ଟି: ନିତ୍ୟାନନ୍ଦ ମହାପାତ୍ର ସିପାହୀବିଦ୍ରୋହର ପୁନଃ ଅଭିନୟ, ଇତିହାସର ପୁନଃ ପାରାୟଣ, ସେଦିନ ବମ୍ବେର ବୁକୁ ଉପରେ ଉନ୍ମାଦନା ସୃଷ୍ଟିକଲା । “ୟୈ କାଲା ହିନ୍ଦୁସ୍ଥାନୀ, ଏଇ କଳା ଭାରତୀୟମାନେ କେବଳ ମରିଜାଣନ୍ତି ଭୋକର ତାଡ଼ନାରେ, କେବଳ ଗୋଲାମୀ କରିଜାଣନ୍ତି ସ୍ବାଚ୍ଛନ୍ଦ୍ୟର ମୋହରେ . . ଶ୍ଵେତାଙ୍ଗର ଆଜ୍ଞାବହ ହୋଇପାରନ୍ତି ଆପଣା ବୀରତ୍ୱର ମୂଲ୍ୟରେ…

ସାପସାପୁଆଣୀ ନାଟ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ସାପସାପୁଆଣୀ ନାଟ, ମୁକ୍ତାକାଶ ପ୍ରଦର୍ଶନୀରେ । ଏହା ପୁଣ୍ୟପୀଠ ପାରଳାରେ ରାଜାରାଜୁଡା ଅମଳରୁ ଚାଲି ଆସୁଥିଲା । ଏହାକୁ କୌଣସି ପର୍ବ, ତଥା ଶୋଭାଯାତ୍ରାରେ କତଲକଇଠା ବାଦ୍ୟ ତାଳେ ତାଳେ ପରିବେଷଣ କରାଯାଏ। ଆଜି ଏହା ଲୁପ୍ତପ୍ରାୟ ହେବାକୁ ବସିଲାଣି। ଦକ୍ଷିଣ ଓଡିଶାର ଏହି ପରମ୍ପରାଟି ପ୍ରଚାର ପ୍ରସାର…

ଗନ୍ଧରାଡ଼ିର ଚାରିଶମ୍ଭୁ ମନ୍ଦିର (Charishambhu Temple)

ଲେଖା: ରବୀନ୍ଦ୍ର କୁମାର ରଣା ଗନ୍ଧରାଡି଼ର ଚାରିଶମ୍ଭୁ ମନ୍ଦିର, ବୌଦ୍ଧ ଜିଲ୍ଲାର ଏକ ସୁନ୍ଦର ଦର୍ଶନୀୟ ସ୍ଥାନ । ଅଷ୍ଟମ ଶତାବ୍ଦୀରେ ଖିଞ୍ଜାଳି ମଣ୍ଡଳର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କୀର୍ତ୍ତିର ନିଦର୍ଶନ ହେଉଛି ଚରିଶମ୍ଭୁ ପୀଠ । ଗୋଟିଏ ଚଟାଣ ଉପରେ ଉଭୟ ଶୈବ ଓ ବୈଷ୍ଣବ ପରମ୍ପରାର ଏକ ସୁନ୍ଦର ପ୍ରତିଫଳନ ହେଉଛି ଚାରିଶମ୍ଭୁ…

ଘୋରାଡି଼ଆର ସୋମନାଥ ମନ୍ଦିର (Somanath Temple, Ghoradia)

ଲେଖା: ରବୀନ୍ଦ୍ର କୁମାର ରଣା ଓଡିଶାର ପ୍ରାଚୀନ କିର୍ତ୍ତୀ ଓ ଐତିହ୍ୟକୁ ଦେଖିଲେ ଏହା ସ୍ପଷ୍ଟ ଯେ ସର୍ବାଧିକ କିର୍ତ୍ତିରାଜି ସୋମବଂଶୀ ଓ ଗଙ୍ଗବଂଶୀ ରାଜାମାନଙ୍କ ସମୟରେ ନିର୍ମାଣ କରା ଯାଇଛି । ଏହି ସମୟରେ ନିର୍ମିତ ମନ୍ଦିର ଗୁଡିକର ଆକାର ଯେମିତି ବୃହତ ଏଥିରେ ଖୋଦିତ ପ୍ରତିମା ଓ କାରୁକାର୍ଯ୍ୟ ମଧ୍ଯ ସେମିତି ଆକର୍ଷଣୀୟ…

ଦୌଡେଶ୍ଵର ମହାଦେବ ମନ୍ଦିର (Daudeswar Mahadev Temple)

ଲେଖା: ରବୀନ୍ଦ୍ର କୁମାର ରଣା ନବମ ଶତାବ୍ଦୀରେ କେଶରୀ ବଂଶୀୟ ରାଜାମାନଙ୍କ ଦ୍ୱାରା ନିର୍ମିତ ପ୍ରାଚୀନ ଦୌଡେଶ୍ୱର ମହାଦେବ ମନ୍ଦିରଟି ବ୍ରାହ୍ମଣୀ ନଦୀ କୂଳରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ । ମନ୍ଦିରର ଇତିହାସ ସମ୍ପର୍କରେ ଏତେ କିଛି ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ୟ ମନ୍ଦିରର ଗଠନ ଶୈଳୀ ଓ ସ୍ଥାନୀୟ ଲୋକଙ୍କ…

ଓଡ଼ିଶାର ଉଚ୍ଚତମ ଶିବ ପ୍ରତିମା ବେଲେଶ୍ୱର ମହାଦେବ (Beleswar Mahadev)

ଲେଖା: ସତ୍ୟବ୍ରତ ହାତୀ ଶଶାଙ୍କ ମଣ୍ଡଳ ଉତ୍କଳ ଧରଣୀ ଗଞ୍ଜାମ ତା’ମଧ୍ୟେ ପୂର୍ଣ୍ଣ ନିଶାମଣି । ଘୁମୁଷର ଜ୍ୟୋତ୍ସ୍ନା ସେ ନିଶାମଣିର ଅତ୍ୟୁକ୍ତ ବର୍ଣ୍ଣନା ନୁହେଁ ଏହି ଗୀର । (କବିଶେଖର ଚିନ୍ତାମଣି ମହାନ୍ତି) ଏପରି ଗର୍ବ ଓ ଗୌରବର ଅଧିକାରୀ ଯେଉଁ ଭଞ୍ଜଭୂମି, ସେଇ ମହାନ ମାଟି ଭଞ୍ଜନଗରର ଶ୍ରୀ ବୃଦ୍ଧି କରାଏ ସହର…

ସିଂହନାଥ ପୀଠ (Singhanath Temple)

ଲେଖା: ରବୀନ୍ଦ୍ର କୁମାର ରଣା ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଗୋଟିଏ ଅତି ପରିଚିତ ସ୍ଥାନ ହେଉଛି କଟକ ଜିଲ୍ଲାର ବଡ଼ମ୍ବା ବ୍ଳକ ଗୋପିନାଥପୁରର ସିଂହନାଥ ପୀଠ ବା ବାଲି ସିଂହାସନ ପୀଠ । ମହାନଦୀର ମଝିରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଛୋଟିଆ କୁଦରେ ଏହି ପ୍ରାଚୀନ ଐତିହାସିକ ପୀଠଟି ଅବସ୍ଥିତ ।…