ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ
୧୯୭୬ରେ ମୁକ୍ତିଲାଭ କରିଥିଲା ‘ଶେଷ ଶ୍ରାବଣ’। ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମଟି ଜାତୀୟ ପୁରସ୍କାର ଲାଭକରିଥିଲା। ଏଥିରେ ପ୍ରଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହେମନ୍ତ ଦାସ, ମହାଶ୍ବେତା ରାୟ, ବନଜା ମହାନ୍ତି, ଦୁଃଖିରାମ ସ୍ବାଇଁ ଓ ଧୀର ବିଶ୍ବାଳ ଆଦି କଳାକାର। ‘ମକରା’ ଭୂମିକାରେ ହେମନ୍ତଙ୍କ ହୃଦୟସ୍ପର୍ଶୀ ଅଭିନୟ ସମସ୍ତଙ୍କୁ ବେଶ୍‌ ଛୁଇଁପାରିଥିଲା।
ପଚାଶରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ହେମନ୍ତ ଜଣେ ଅଭୁଲା କଳାକାର। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେବା ପୂର୍ବରୁ ସେ ନୂଆ ଦିଲ୍ଲୀସ୍ଥିତ ‘ଅଲ୍‌ ଇଣ୍ତିଆ ରେଡିଓ’ରେ ଓଡ଼ିଆ ସମ୍ବାଦ ପାଠକ ଭାବେ କାର୍ଯ୍ୟ କରୁଥିଲେ। ୧୯୫୬ରେ ମୁକ୍ତିଲାଭ କରିଥିବା, ନିତାଇ ପାଲିତ ନିର୍ଦେଶିତ ‘ଭାଇ ଭାଇ’ ତାଙ୍କର ପ୍ରଥମ ଫିଲ୍ମ। ୨୦୦୯ରେ ମୁକ୍ତିଲାଭ କରିଥିବା ‘ତୁମେ ହିଁ ସାଥୀ ମୋର’ ତାଙ୍କର ଶେଷ ଫିଲ୍ମ। ‘ଯାଯାବର’, ‘ଚିଲିକା ତୀରେ’, ‘ମାଆ ଓ ମମତା’, ‘ଦଣ୍ତା ବାଳୁଙ୍ଗା’, ‘ଶୀତ ରାତି’, ‘ହାକିମ ବାବୁ’, ‘ହିସାବ ନିକାଶ’, ‘ନୀରବ ଝଡ଼’, ‘କିଛି ସ୍ମୃତି କିଛି ଅନୁଭୂତି’, ଅକୁହାକଥା’, ଶାସ୍ତି’, ମମତାର ଡୋରି’, ‘ଥିଲି ଝିଅ ହେଲି ବୋହୂ’, ‘ଜଗା ହାତରେ ପଘା’, ‘ଭୁଲି ହୁଏନା’, ‘ଚକାଭଉଁରୀ’, ‘ସପନବଣିକ’, ‘କସ୍ତୁରୀ’, ‘ମମତା ମାଗେ ମୂଲ’, ‘ବଳିଦାନ’, ‘ଜନନୀ’, ‘ଶଙ୍ଖାସିନ୍ଦୂର’, ‘ସ୍ୱପ୍ନସାଗର’, ‘ସବୁ ମାୟାରେ ବାୟା’, ‘ସମୟ ବଡ଼ ବଳବାନ’, ‘କନ୍ୟାଦାନ’, ‘ପୂଜାଫୁଲ’, ‘ଅଶାନ୍ତଗ୍ରହ’, ‘ଶୀତରାତି’, ‘ଆଶାର ଆକାଶ’, ‘ନୀରବଝଡ଼’, ‘ରାମରହିମ’, ‘ମା’ ଓ ମମତା’, ‘ପୂଜା’ ଆଦି ହେମନ୍ତ ଅଭିନୀତ କିଛି ସଫଳ ଚଳଚ୍ଚିତ୍ର। ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ୍‌ ଫିଲ୍ମ ‘ଶୋଧ’ରେ ମଧ୍ୟ ସେ ଅଭିନୟ କରିଥିବା ଜଣାଯାଏ।
ହେମନ୍ତ ଦାସ ମଧ୍ୟ ନିର୍ଦେଶନା ଦେଉଥିଲେ। ନାଟ୍ୟକାର ବିଜୟ ମିଶ୍ର, ଅକ୍ଷୟ ମହାନ୍ତି ଓ ସେ ଏକତ୍ର ‘ଯାଯାବର’ର ନିର୍ଦେଶନା ଦେଇଥିଲେ। ରେଡିଓ ଓ ଟେଲିଭିଜନ୍‌ ଦୁନିଆରେ ସକ୍ରିୟ ଥିଲେ। ୧୯୯୧ରେ ପାଇଥିଲେ ‘ଜୟଦେବ ପୁରସ୍କାର’। ତାଙ୍କର ଏକ ସ୍ବପ୍ନ ଥିଲା ଫକୀରମୋହନ ସେନାପତିଙ୍କ ‘ପେଟଣ୍ଟ୍‌ ମେଡିସିନ୍‌’ ଆଧାରରେ ‘ସୁଲୋଚନା’ ନାମକ ଫିଲ୍ମ ତିଆରିକରିବା। ଅର୍ଥ ଯୋଗାଡ଼କରି ନ ପାରିବାରୁ ଉକ୍ତ ସ୍ବପ୍ନ ସାକାର ହୋଇପାରି ନ ଥିଲା।
ଅନେକ ଓଡ଼ିଆ କଳାକାରଙ୍କ ପରି ତାଙ୍କର ଶେଷ ଜୀବନ ମଧ୍ୟ ଆର୍ଥିକ ଦୁରବସ୍ଥା ମଧ୍ୟରେ କଟିଥିଲା। ଜୀବିତାବସ୍ଥାରେ ପୁତ୍ର ଓ ପତ୍ନୀଙ୍କୁ ହରାଇ ଏକଲା ହୋଇପଡ଼ିଥିଲେ। ୧୯୯୫ରେ କଟକ ଛାଡ଼ି ପୈତୃକ ଗ୍ରାମ ବାଙ୍କୀ ଅନ୍ତର୍ଗତ ଖମାରଙ୍ଗକୁ ଚାଲିଆସିଥିଲେ। ୨୭ ଏପ୍ରିଲ୍‌ ୨୦୧୦ରେ ଛଅସ୍ତରି ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ନିଜ ଗ୍ରାମରେ ତାଙ୍କର ଅନ୍ତିମ ସ˚ସ୍କାର କରାଯାଇଥିଲା।
୧୯୩୩ ସେପ୍‌ଟେମ୍ବର୍‌ ୧୮ରେ ସେ ଜନ୍ମ ହୋଇଥିଲେ। ତାଙ୍କ ପିତା ରାଧେଶ୍ବାମ ଦାସ ଥିଲେ ସଂଗୀତକାର। ସେ କବିଚନ୍ଦ୍ର କାଳୀଚରଣଙ୍କ ସମକାଳୀନ। କବିଚନ୍ଦ୍ରଙ୍କ ପରି ତାଙ୍କର ମଧ୍ୟ ଏକ ରାସ ଦଳ ଥିଲା। ତେଣୁ, ନୃତ୍ୟ-ଗୀତ-ନାଟ୍ୟର ପରିବେଶରେ କଟିଥିଲା ହେମନ୍ତଙ୍କ ଶୈଶବ। ମାତାଙ୍କ ନାମ ଥିଲା ବୈଦେହୀ। ବାଙ୍କୀସ୍ଥିତ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରୁ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହେବା ପରେ ହେମନ୍ତ କଟକସ୍ଥିତ କ୍ରାଏଷ୍ଟ୍‌ କଲେଜ୍‌ରେ ନାମ ଲେଖାଇଥିଲେ। ନିଜ ସମୟର ଅଧିକାଂଶ ପ୍ରସିଦ୍ଧ କଳାକାରଙ୍କ ପରି ତାଙ୍କର ପେସାଦାର ଅଭିନେତା ଜୀବନ ମଧ୍ୟ ରଂଗମଞ୍ଚରୁ ଆରମ୍ଭ ହୋଇଥିଲା।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago