ଲେଖା: ଅମ୍ବିକା ପଟ୍ଟନାୟକ

∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼
ମୂକଂ କରୋତି ବାଚାଳମ ପଙ୍ଗୁ ଲଙ୍ଘୟତେ ଗିରିଂ
ଯତକୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ….
ବହୁ ଉଚ୍ଚାରିତ ଆଦୃତ ଏ ବନ୍ଦନା ପ୍ରାୟ ଆମେ ସମସ୍ତେ ଶୁଣିଥାଉ ଓ ଆବୃତ୍ତି କରିଥାଉ l ତେବେ କେବେ ଏ କୌତୁହଳ ଉଦ୍ରେକ ହୋଇଛି କି . . କିଏ ଏ ପରମାନନ୍ଦ ମାଧବ ? ?
କିଏ ଏ ବହୁ ଜନାଦୃତ ବନ୍ଦନାର ରଚୟିତା ? ?
କଣ ତାଙ୍କ କୃତି ସମୂହ ? ?
ବର୍ଷାଣାମ ଭାରତ ଶ୍ରେଷ୍ଠ ଦେଶାନାମୁତ୍କଳ8 ଶୃତଃ
ଉତ୍କଳସ୍ୟ ସମୋ ଦେଶ ଦେଶ ନାସ୍ତି ମହୀତଳେ ll
ଏ ପବିତ୍ର ଭୂମି ଉତ୍କଳର ଏକ କ୍ଷୁଦ୍ର ପାବନ ଅଞ୍ଚଳ “ରେମୁଣା କଟକ” l ମଧ୍ୟଯୁଗୀୟ ଓଡ଼ିଶାର ଏକ ସୁଦୃଢ ସାମରିକ ସ୍ଥଳ l ମହାପ୍ରତାପୀ ଦିଗବିଜୟୀ ଲାଙ୍ଗୁଳା ନରସିଂହ ଦେବଙ୍କ ସାମୟିକ ବିଶ୍ରାମସ୍ଥଳୀ l ଅନେକ ପୂନୀତ ସନ୍ଥଙ୍କ ସମାଗମସ୍ଥଳୀ ଯୋଉଠି ଭକ୍ତ ଲାଗି ଭଗବାନ କ୍ଷୀରି ଚୋରି କରି “କ୍ଷୀରଚୋରା ଗୋପୀନାଥ” ନାମରେ ପ୍ରସିଦ୍ଧ l ରେମୁଣା ନିକଟରେ ଏକ ଗ୍ରାମ ‘ମରେଇ‘ ବା ମୟୁର ଗ୍ରାମ l ଆନୁମାନିକ ୧୨୯୯/୧୩୦୦ ଖ୍ରୀ. ଅ. ମାଘ ସପ୍ତମୀ ଦିନ ଏ ଗ୍ରାମରେ ଭୂମିଷ୍ଠ ହୋଇଥିଲେ ଜଣେ ଦିବ୍ୟ ସନ୍ଥ l ଶ୍ରୀ ଶ୍ରୀ ଶ୍ରୀଧର ସ୍ୱାମୀ l
ଶ୍ରୀ ଶ୍ରୀ ଶ୍ରୀଧର ସ୍ୱାମୀଙ୍କ ବାଲ୍ୟ ଜୀବନ ବିଷୟରେ ବିଶେଷ କୌଣସି ତଥ୍ୟ ପ୍ରାପ୍ତ ନୁହେଁ l ତେବେ ସେ ସ୍ୱାମୀ ପରମାନନ୍ଦ ପୁରୀଙ୍କ ଶିଷ୍ୟ ଥିଲେ l ବିଷ୍ଣୁ ସ୍ୱାମୀ ଶ୍ରୀ ସମ୍ପ୍ରଦାୟ ଭୁକ୍ତ ବୈଷ୍ଣବ l ଶ୍ରୀ ପରମାନନ୍ଦ ପୁରୀଙ୍କ ଆଜ୍ଞା ପ୍ରାପ୍ତ ହୋଇ ଢେଙ୍କାନାଳ କପିଳାସ ପୀଠରେ ସେ ଆରାଧ୍ୟ ନୃସିଂହ ମହାପ୍ରଭୁଙ୍କ ସେବାରେ ଲୀନ ଥିଲେ l ଶୈବ ପୀଠ କପିଳାସ ଚନ୍ଦ୍ର ଶେଖର ବେଢ଼ାରେ ଲଷ୍ମୀ ନୃସିଂହ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜାର୍ଚନା କରି ହରିହର ଅଭେଦତ୍ବ ପ୍ରତିପାଦନ କରିଥିଲେ l ଶ୍ରୀ ନୃସିଂହଙ୍କ ପ୍ରସାଦରୁ ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ଲାଭ କରି ସେ ରଚନା କ୍ଳିଷ୍ଟ ଅଥଚ ପବିତ୍ର ଭାଗବତଙ୍କ ସୁନ୍ଦର ବ୍ୟାଖ୍ୟା “ଭାବାର୍ଥ ଦୀପିକା” l ଶ୍ରୀମଦ ଭାଗବତ ଉପରେ ସର୍ବଶ୍ରେଷ୍ଠ ଭାଷ୍ୟ l କଥିତ ଅଛି ଏ ଭାଷ୍ୟ ଉପରେ ସ୍ୱୟଂ କାଶୀ ବିଶ୍ୱନାଥ ମହାଦେବ କହିଥିଲେ
“ଅୟଂ ବେତ୍ତି ଶୁକମ ବେତ୍ତି ବ୍ୟାସଂ ବେତ୍ତି ନ ବେତ୍ତି ବା
ଶ୍ରୀଧରଂ ସର୍ବଂ ବେତ୍ତି ଶ୍ରୀ ନୃସିଂହ ପ୍ରସାଦାତ “
ଅର୍ଥାତ ଶ୍ରୀମଦ ଭାଗବତ ତତ୍ତ୍ୱ ମୁଁ ଜାଣିଛି, ଶୁକମୁନି ଜାଣିଛନ୍ତି, ବ୍ୟାସଦେବ ଜାଣି ଥାଇ ପାରନ୍ତି କି ନ ଜାଣି ଥାଇ ପାରନ୍ତି କିନ୍ତୁ ଶ୍ରୀ ନୃସିଂହଙ୍କ ଆଶୀର୍ବାଦରୁ ଶ୍ରୀଧର ସବୁ ଜାଣିଛନ୍ତି l
ଏହା ମଧ୍ୟ କଥିତ ଅଛି ଯେ କାଶୀର ଶ୍ରୀ ବିନ୍ଦୁ ମାଧବ ମନ୍ଦିରରେ ପରୀକ୍ଷା ନିମିତ୍ତ ଭାଗବତର ସମସ୍ତ ଭାଷ୍ୟ ରଖି ଦ୍ଵାର ବନ୍ଦ କରିଦିଆଗଲା l ପରଦିନ ଦ୍ଵାର ଖୋଲି ଦେଖାଗଲା “ଭାବାର୍ଥ ଦୀପିକା” ସବା ଉପରେ l ପରବର୍ତୀ କାଳର ସମସ୍ତ ବିଦ୍ୱାନ ପଣ୍ଡିତ ମୁକ୍ତ କଣ୍ଠରେ ଭାବାର୍ଥ ଦୀପିକାର ଭୁରି ଭୁରି ପ୍ରଶଂସା କରିଛନ୍ତି l ଅତିବଡ଼ି ଜଗନ୍ନାଥ ଦାସ ଗୋସେଇଁ ଶ୍ରୀଧର ସ୍ୱାମୀଙ୍କ ଭାବାର୍ଥ ଦୀପିକା ଟୀକା ଅନୁସାରେ ଓଡ଼ିଆ ଭାଗବତ ରଚନା କରିଛନ୍ତି l ତେଣୁ ସେ ଲେଖିଲେ
ନମଇଁ ନୃସିଂହ ଚରଣ l
ଅନାଦି ପରମ କାରଣ Il
ଲୀଳା ବିଧୃତ କଳେବର l
ଦେବେ ମାନବେ ଅଗୋଚର ll
ଗୁରୁଙ୍କ ଏକାନ୍ତ ଅନୁଗତ ଥିବା ଶ୍ରୀଧର ସ୍ୱାମୀ କୃତଜ୍ଞତା ଜଣାଇ ରଚନା କରିଛନ୍ତି
“ମୂକଂ କରୋତି ବାଚାଳମ ପଙ୍ଗୁ ଲଂଘୟତେ ଗିରି
ଯତକୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ” l
ଆଚାର୍ଯ୍ୟ ଶ୍ରୀଧର କୃତ ଅନ୍ୟାନ୍ୟ ରଚନା ସବୁ ହେଲା
୧. ସୁବୋଧିନୀ ଟୀକା -ଶ୍ରୀମଦ ଭଗବତ ଗୀତା
୨. ଆତ୍ମପ୍ରକାଶ ଟୀକା – ବିଷ୍ଣୁ ପୁରାଣ
୩. କର୍ମ ସମୁଚ୍ଚୟ ଟୀକା – ଅଥର୍ବ ବେଦ
୪. ବ୍ରହ୍ମ ସମ୍ବୋଧିନୀ ଟୀକା.. ଗୀତା ସାର
୫. ବାଳ ବୋଧିନୀ ଟୀକା – ସନତ ସୁଜାତୀୟ ବର୍ଣ୍ଣନା
ପରବର୍ତ୍ତୀ କାଳରେ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ ପୁରୀ ଭୋଗବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ପଦବୀ ମଣ୍ଡନ କରିଥିଲେ l
କାଳ୍ପନିକ ଚିତ୍ର କୃତଜ୍ଞତା – ଇଣ୍ଟେର୍ନେଟ
#ଉତ୍କଳେ ପ୍ରଣିପତ୍ୟ ସନ୍ଥ
Sridhara Swami, Remuna,
Khirachora Gopinath,
Odia Bhagabata
Atibadi Jagannatha Dasa
Ambika Patnaik
Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 day ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

1 week ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago