ଲେଖା: ଶିଶିର ସାହୁ ମନୋଜ
ଆଜି ଯେଉଁଠାରେ ସୋନପୁର ଅଛି ସେଠାରେ ଆଗେ ସହର ନଥାଇ ଗୋଟିଏ ଛୋଟ ଗାଆଁ ଥିଲା । ସେ ଗାଆଁରେ ଜଣେ ଶିବଭକ୍ତ ସାଧବ ଥିଲେ ।
ଦିନେ ସେ ବହୁତ ଗୁଡି଼ଏ ଲଦା ବଳଦ ଘେନି ତେଲ ନଦୀ ଆରପାରିକୁ ବେପାର କରିବାକୁ ବାହାରିଥିଲେ । ସେହି ଗାଆଁରୁ ଖଣ୍ଡେ ଦୂର ଯାଇଛନ୍ତି କି ନାହିଁ ଭାରି ବର୍ଷା ଲାଗିରହିଲା । ସେ ଉପାୟଶୂନ୍ୟ ହୋଇ ନିକଟସ୍ଥ ଏକ ବଟବୃକ୍ଷ ମୂଳେ ଆଶ୍ରୟ ନେଲେ । ବରଗଛ ମୂଳରେ ଶିବଲିଙ୍ଗ ଭଳି ପଥରଟିଏ ପଡି଼ରହିଥିବାର ସେ ଦେଖିବାକୁ ପାଇଲେ ।
ଘରୁ ବଳଦ ପିଠିରେ ଲଦା ହୋଇ ଅଣାଯାଇଥିବା ଦ୍ରବ୍ୟ ମୁଣି ମଧ୍ୟରୁ କେତୋଟି ଫାଟି ଯାଇଥିବାରୁ ତାକୁ ସିଲେଇ କରିବାକୁ ଡାମ୍ଫଣ ସୁତା କାଢି ଢାମ୍ଫଣକୁ ଗୋଜିଆ କରିବାପାଇଁ
ମହାଜନ ଆଉ ବେପାର କ’ଣ କରିଯିବେ ଖୁସିରେ ଘରକୁ ଫେରିଲେ । ରାତିରେ ତାଙ୍କୁ ସ୍ଵପ୍ନ ହେଲା, “ସେ ପଥରଖଣ୍ଡିକ ନିଜେ ସୁବର୍ଣ୍ଣ ମେରୁ” ବୌଦ୍ଧ ରାଜ୍ୟ ହୋଇଥିବାରୁ ଆଉ ଲୋକ ତାଙ୍କୁ ପୂଜା କରୁନାହାନ୍ତି, ସେ ଅପୂଜ୍ୟ ହୋଇ ବହୁବର୍ଷ ହେଲା ଏଠାରେ ପଡିରହିଛନ୍ତି । ତୁମ୍ଭେ ସୁବର୍ଣ୍ଣ ମେରୁ ମହାଦେବଙ୍କ ଆଦେଶ ବୋଲି ସୋମବଂଶୀ ରାଜାଙ୍କୁ ଯାଇ ଜଣାଅ”
ରାତି ପାହିଲାରୁ ମହାଜନ ରାଜାଙ୍କ ନିକଟକୁ ଯାଇ ପୂର୍ବ ଘଟଣା ମାନ ସବୁ କହିଲେ ।
ରାଜା ସବୁ ଜାଣି ଆଗ୍ରହ ସହକାରେ ଯାଇ ସେହି ବରଗଛ ମୂଳରୁ ସୁବର୍ଣ୍ଣ ମେରୁ ମହାଦେବଙ୍କୁ ଆଣି ତେଲ ନଦୀର ଉତ୍ତର ଖଣ୍ଡିରେ ସ୍ଥାପନା କରି ତାଙ୍କ ପୂଜା ସେବାର ସବୁ ବ୍ୟବସ୍ଥା କରିଦେଲେ ।
ପ୍ରବାଦ ଅଛି, ସେଦିନ ସେଠାରେ ସ୍ଵର୍ଣ୍ଣବୃଷ୍ଟି ହେଲା ଫଳରେ ସେ ରାଜ୍ୟର ନାମ ସୁବର୍ଣ୍ଣ ମେରୁ ମହାଦେବଙ୍କ ନାମ ଓ ତାଙ୍କ ସୁବର୍ଣ୍ଣ ବୃଷ୍ଟି ମହିମା ଯୋଗୁଁ ସୁବର୍ଣ୍ଣପୁର ହେଲା । ଏହାର ବହୁବର୍ଷ ପରେ ପାଟଣା ରାଜା ସେଠାରେ ଏକ ମନ୍ଦିର ତୋଳାଇଥିଲେ ଯାହା ଅଦ୍ୟପି ମଧ୍ଯ ବିଦ୍ୟମାନ ।
© ଶିଶିର ସାହୁ ମନୋଜ
~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…
~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…
~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…
ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…