ଲେଖା: ଶିଶିର ସାହୁ ମନୋଜ

ଆଜି ଯେଉଁଠାରେ ସୋନପୁର ଅଛି ସେଠାରେ ଆଗେ ସହର ନଥାଇ ଗୋଟିଏ ଛୋଟ ଗାଆଁ ଥିଲା । ସେ ଗାଆଁରେ ଜଣେ ଶିବଭକ୍ତ ସାଧବ ଥିଲେ ।

ଦିନେ ସେ ବହୁତ ଗୁଡି଼ଏ ଲଦା ବଳଦ ଘେନି ତେଲ ନଦୀ ଆରପାରିକୁ ବେପାର କରିବାକୁ ବାହାରିଥିଲେ । ସେହି ଗାଆଁରୁ ଖଣ୍ଡେ ଦୂର ଯାଇଛନ୍ତି କି ନାହିଁ ଭାରି ବର୍ଷା ଲାଗିରହିଲା । ସେ ଉପାୟଶୂନ୍ୟ ହୋଇ ନିକଟସ୍ଥ ଏକ ବଟବୃକ୍ଷ ମୂଳେ ଆଶ୍ରୟ ନେଲେ । ବରଗଛ ମୂଳରେ ଶିବଲିଙ୍ଗ ଭଳି ପଥରଟିଏ ପଡି଼ରହିଥିବାର ସେ ଦେଖିବାକୁ ପାଇଲେ ।

ଘରୁ ବଳଦ ପିଠିରେ ଲଦା ହୋଇ ଅଣାଯାଇଥିବା ଦ୍ରବ୍ୟ ମୁଣି ମଧ୍ୟରୁ କେତୋଟି ଫାଟି ଯାଇଥିବାରୁ ତାକୁ ସିଲେଇ କରିବାକୁ ଡାମ୍ଫଣ ସୁତା କାଢି ଢାମ୍ଫଣକୁ ଗୋଜିଆ କରିବାପାଇଁ ଉକ୍ତ ପଥରରେ  ଘସିବାରୁ ତାହା ସୁନା ପାଲଟି ଗଲା । ଏହା ଦେଖି ସାଧବ ମହାଜନ ତାଙ୍କ ପାଖରେ ଥିବା ସମସ୍ତ ଲୌହ ଜିନିଷକୁ ସେ ପଥରରେ ଛୁଆଁଇଲେ । ଆଶ୍ଚର୍ଯ୍ୟଜନକ ଭାବେ ସେ ସମସ୍ତ ଲୌହ ପଦାର୍ଥ ସ୍ଵର୍ଣ୍ଣ ଧାତୁରେ ରୂପାନ୍ତରିତ ହୋଇଗଲା ।

ମହାଜନ ଆଉ ବେପାର କ’ଣ କରିଯିବେ ଖୁସିରେ ଘରକୁ ଫେରିଲେ । ରାତିରେ ତାଙ୍କୁ ସ୍ଵପ୍ନ ହେଲା, “ସେ ପଥରଖଣ୍ଡିକ ନିଜେ ସୁବର୍ଣ୍ଣ ମେରୁ” ବୌଦ୍ଧ ରାଜ୍ୟ ହୋଇଥିବାରୁ ଆଉ ଲୋକ ତାଙ୍କୁ ପୂଜା କରୁନାହାନ୍ତି, ସେ ଅପୂଜ୍ୟ ହୋଇ ବହୁବର୍ଷ ହେଲା ଏଠାରେ ପଡିରହିଛନ୍ତି । ତୁମ୍ଭେ ସୁବର୍ଣ୍ଣ ମେରୁ ମହାଦେବଙ୍କ ଆଦେଶ ବୋଲି ସୋମବଂଶୀ ରାଜାଙ୍କୁ ଯାଇ ଜଣାଅ”

ରାତି ପାହିଲାରୁ ମହାଜନ ରାଜାଙ୍କ ନିକଟକୁ ଯାଇ ପୂର୍ବ ଘଟଣା ମାନ ସବୁ କହିଲେ ।

ରାଜା ସବୁ ଜାଣି ଆଗ୍ରହ ସହକାରେ ଯାଇ ସେହି ବରଗଛ ମୂଳରୁ ସୁବର୍ଣ୍ଣ ମେରୁ ମହାଦେବଙ୍କୁ ଆଣି ତେଲ ନଦୀର ଉତ୍ତର ଖଣ୍ଡିରେ ସ୍ଥାପନା କରି ତାଙ୍କ ପୂଜା ସେବାର ସବୁ ବ୍ୟବସ୍ଥା କରିଦେଲେ ।

ପ୍ରବାଦ ଅଛି, ସେଦିନ ସେଠାରେ ସ୍ଵର୍ଣ୍ଣବୃଷ୍ଟି ହେଲା ଫଳରେ ସେ ରାଜ୍ୟର ନାମ ସୁବର୍ଣ୍ଣ ମେରୁ ମହାଦେବଙ୍କ ନାମ ଓ ତାଙ୍କ ସୁବର୍ଣ୍ଣ ବୃଷ୍ଟି ମହିମା ଯୋଗୁଁ ସୁବର୍ଣ୍ଣପୁର ହେଲା । ଏହାର ବହୁବର୍ଷ ପରେ ପାଟଣା ରାଜା ସେଠାରେ ଏକ ମନ୍ଦିର ତୋଳାଇଥିଲେ ଯାହା ଅଦ୍ୟପି ମଧ୍ଯ ବିଦ୍ୟମାନ ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago