ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

କାଵ୍ୟକଵିତାରେ ଏକ ପ୍ରକାରର ଅଳଙ୍କାରକୁ ଅତିଶୟୋକ୍ତି କୁହାଯାଏ । ଉପମେୟ ଵା ପ୍ରକୃତ ବିଷୟର ଅଧଃକରଣ ହେତୁରୁ ଉପମାନ ଵା ଅପ୍ରକୃତ ବିଷୟରେ ଯେଉଁ ସିଦ୍ଧ ଅଧ୍ଯବସାୟ ହୁଏ ତାହାକୁ ଅତିଶୟୋକ୍ତି ବୋଲାଯାଏ । କୌଣସି ଵସ୍ତୁକୁ ଵର୍ଣ୍ଣନା କଲାବେଳେ ଯେଵେ ତାକୁ ଅସମ୍ଭଵ ଵା ଅଵାସ୍ତଵ ଵସ୍ତୁ ଵା କାଳ୍ପନିକ ଵସ୍ତୁ ସଙ୍ଗେ ତୁଳନା କରାଯାଏ ତେଵେ ଅତିଶୟୋକ୍ତି ହୁଏ ।

ଉଦାହରଣ:
“ଜୀବନକ ନୀଳ ଜଳଜଯୁଗଳ,
ବିଧୁଵିମ୍ବେ ହୋଇ ଵିଳାସ ଵିଲୋଳ ।
ଜାତ କଲା ଗର୍ଭ ଜରଜର 
ଶର ନିଜର ବରଷା ଖରତର ।”
(କବିସୂର୍ଯ୍ୟ କିଶୋର ଚମ୍ପୁ)
ଏଠାରେ ଉପମେୟ ଚକ୍ଷୁଦ୍ବୟ ଓ ମୁକ ଅଧଃକରଣ କରି ତାହା ସ୍ଥାନରେ ଯଥାକ୍ରମେ ନୀଳ ଜଳଜଯୁଗଳ ଓ ବିଧୁଵିମ୍ବକୁ ସିଦ୍ଧ କରାଯିଵାରୁ ଏହା ଅତିଶୟୋକ୍ତି ହେଲା ।

“ବୃଥା ହାଣୁଥିଲା ମୃଗୀ ଅଙ୍ଗେ 
ବାଣ ସିନା ସୁନ୍ଦରୀ ଚାହାଣୀ 
ଭଙ୍ଗୀରୁ ଥିଲେ ସେହୁ 
ୟେଣୁ ଅଚାହୁଁ ମରି ।।”
(ଉଷା, କବିବର ରାଧାନାଥ)
ଏଠାରେ ଉଷାର ଚାହାଣୀଭଙ୍ଗୀ ଦ୍ବାରା ହରିଣଙ୍କର ମୃତ୍ୟୁ ଅସମ୍ଭଵ ହେଲେ ସୁଦ୍ଧା କଵି ତାହା ସିଦ୍ଧ ଵା ନିଶ୍ଚିତ ବେଲି ଵର୍ଣ୍ଣନା କରିଥିଵାରୁ ଏଠାରେ ଅସମ୍ବନ୍ଧରେ ସମ୍ବନ୍ଧରୂପ ଅତିଶୟୋକ୍ତି ଅଳଙ୍କାର ହେଲା ।

ସାଧାରଣ କଥା ପ୍ରସଙ୍ଗରେ ମଧ୍ଯ ଆମ୍ଭେମାନେ ଏପରି ଅଳଙ୍କାର ପ୍ରୟୋଗ କରି ଥାଉଁ । ଯେପରି କି,

→ଆଜି ଦିପହରେ ଗୁଡା଼ଏ ନିଆଁ ଵରଷି ଗଲା ।
→ ତାଙ୍କୁ ଜର ହୋଇ ତାଙ୍କ ଦିହରେ ଖଇ ଫୁଟୁଛି। 
→ଏ ସଂଵାଦ ଶୁଣି ମୋ ଛାତି ଫାଟିଗଲା ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago