ଲେଖା: ଶିଶିର ସାହୁ ମନୋଜ
କିମ୍ବଦନ୍ତୀ ଅଛି ଯେ ଯେତେବେଳେ ପାଇକବୀର ଏବଂ ଛଦ୍ମବେଶୀ କାଳିଆବଳିଆ ପାରୁଯାଏଁ ଚେଷ୍ଟା କରି ମଧ୍ୟ କାଞ୍ଚିକୁ ପରାସ୍ତ କରି ପାରିଲେନି, ଶ୍ରୀଜଗନ୍ନାଥଙ୍କ ସେବକମାନେ ରାଜାଙ୍କୁ କହିଲେ ଆମକୁ ମଧ୍ୟ ଲଢ଼ିବାକୁ ଆଦେଶ ଦିଅନ୍ତୁ ।
ଯୁଦ୍ଧ ତ ପାଇକ ହିଁ ଲଢନ୍ତି ପୁଣି ସେମାନେ ଆଗରେ ରହି ଲଢିବା କଥା କହିଥିବାରୁ ରାଜା ସେମାନଙ୍କୁ ଖଣ୍ଡାଏତ କରିଦେଲେ !
ତୁମୁଳ ଯୁଦ୍ଧ ହେଲା !
ତଥାପି ଓଡ଼ିଆ ଲୋକ ଜିତିପାରୁନଥାନ୍ତି ! ଏହାର କାରଣ ବୁଝୁ ବୁଝୁ ଜଣା ପଡିଲା ଯେ ଯେତେବେଳ ଯାଏଁ କାଞ୍ଚିଦେଶରେ ମା’ ତାରିଣୀ ପୂଜା ପାଉଥିବେ ଏ ଦେଶ ପରାଜିତ ହେବନାହିଁ । (ଗ୍ରୀକ୍ କଥା ଇଲିଆଡ୍’ରେ ଏଇଭଳି କାହାଣୀ ଅଛି)
କଳିଙ୍ଗୋତ୍କଳର ସୈନଦଳ ମଧ୍ୟରେ ଭୀମ ନାମ୍ନୀ ଜଣେ ଯୋଦ୍ଧା ତଥା ଦେବୀଭକ୍ତ ଥିଲା । ସେ ମା’ ତାରିଣୀଙ୍କ ପାଖରେ ଅଧିଆ ପଡ଼ିଲା । ଭକ୍ତର ପରୀକ୍ଷା ନେଲାପରେ ଦେବୀ ସନ୍ତୁଷ୍ଟ ହୋଇ ଆଶିର୍ବାଦ ଦେବା ସହ କହିଲେ, “ପୁତ୍ର ତୁ ଆଗେ ଆଗେ ଚାଲ୍, ମୁଁ ତୋ ପଛେ ପଛେ ଯିବି କିନ୍ତୁ ସର୍ତ୍ତ ଏତିକି ନିରବଚ୍ଛିନ୍ନ ଚାଲିବାକୁ ହେବ । ଯଦି କେଉଁଠି ରହିଯାଇ ପଛକୁ ଅନାଇଦିଅ, ମୁଁ ସେଇଠି ଅବସ୍ଥାନ କରିବି !”
ଭୀମ କହିଲେ ମା’, ଏକଥା ସତ ଯେ, ହେଲେ ମୁଁ ଜାଣିବି କେମିତି ଆପଣ ମୋ ପଛେ ପଛେ ଆସୁଛନ୍ତି ? ଦେବୀ କହିଲେ ମୋ ପାଉଞ୍ଜି ଶବ୍ଦ ଶୁଣି ତୁ ଜାଣିପାରିବୁ !
ଭୀମ ଚାଲି ଚାଲି ଆସି ଘଟଗାଁ କେନ୍ଦୁଝର ପାଖରେ ପହଞ୍ଚିଲା ବେଳକୁ ଦୈବୀମାୟାରେ ତାଙ୍କୁ ଲାଗିଲା ଯେମିତି ଆଉ ଦେବୀଙ୍କ ପାଉଞ୍ଜି ଶବଦ ହେଉନାହିଁ ତେଣୁ ସେ ପଛକୁ ଚାହିଁଦେଲାରୁ ମା’ ତାରିଣୀ ସବୁଦିନ ପାଇଁ ସେଇଠି ରହିଗଲେ !
(ମା’ ତାରିଣୀଙ୍କ କିମ୍ବଦନ୍ତୀ ଇତିହାସ ନୁହେଁ, କିନ୍ତୁ ତା ମଧ୍ୟରେ ଐତିହାସିକ ତଥ୍ୟ ଭରିରହିଥାଏ ତେଣୁ ଏହା ସତ୍ୟ ନ ଲାଗୁଥିଲେ ହେଁ ସଂପୂର୍ଣ୍ଣ ମିଥ୍ୟା ନୁହେଁ)
© ଶିଶିର ସାହୁ ମନୋଜ
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…
~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…
ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…