ଲେଖା: ତ୍ରିଲୋଚନ ସ୍ୱାଇଁ
~ ସିଦ୍ଧେଶ୍ୱର ମହାଦେବ ମନ୍ଦିର ~
ସିଦ୍ଧିକ୍ଷେତ୍ର ଶ୍ରୀ ସିଦ୍ଧେଶ୍ୱର ମହାଦେବ ମନ୍ଦିର, ଯେଉଁଠି ଆଶୁତୋଷ ମହାଦେବ ଭକ୍ତର ସମସ୍ତ ମନବାଞ୍ଛା ପୂର୍ଣ୍ଣ କରନ୍ତି l ସ୍ୱଚ୍ଛ ମନ ଆଉ ପବିତ୍ର ହୃଦୟନେଇ ଯେ କେହି ବି ଏଠାରେ ମହାଦେବଙ୍କୁ ପୂଜା ଆରାଧନା କଲେ ତାକୁ ସିଦ୍ଧିପ୍ରାପ୍ତ ହୁଏ ବୋଲି ଦୃଢ଼ ବିଶ୍ୱାସ ରହିଛି l
କୁହାଯାଏ ଦ୍ୱାପର ଯୁଗରେ, ବନବାସ ସମୟରେ, ପାଣ୍ଡଵମାନେ ଏହିସ୍ଥାନରେ କିଛି କାଳ ଅବସ୍ଥାନ କରିଥିଲେ ଆଉ ତୃତୀୟ ପାଣ୍ଡଵ ସବ୍ୟସାଚୀ ଏଠାରେ ପବିତ୍ର ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ l ଆଶୁତୋଷ ମହାଦେବଙ୍କୁ ଆରାଧନା କରି ସେ ସିଦ୍ଧିପ୍ରାପ୍ତ ହୋଇଥିବାରୁ ଏହି ପୀଠ ଓ ମହାଦେବଙ୍କ ନାଁ ସିଦ୍ଧେଶ୍ବର l
କୁହାଯାଏ ମହାଭାରତ ଯୁଗର ପରବର୍ତ୍ତୀ ସମୟରେ ବୌଦ୍ଧମାନେ ମଧ୍ୟ ଏହି ପାହାଡ଼ ଗୁମ୍ଫାରେ ରହି ତପସାଧନା କରୁଥିଲେ l ଅବଶ୍ୟ ଏହାକୁ ସିଦ୍ଧପ୍ରମାଣ କରିବା ପାଇଁ ଏଠାରେ କୌଣସି ବୌଦ୍ଧସ୍ମାରକ ଦେଖିବାକୁ ମିଳେନାହିଁ l
କଟକ ସହର ଠାରୁ ମାତ୍ର ଷୋହଳ ସତର କିଲୋମିଟର ଦୂରରେ, ନରାଜ ବ୍ୟାରେଜ ପରେ ପରେ ଏକ ଛୋଟିଆ ଓ ସ୍ୱଳ୍ପ ଉଚ୍ଚ ପାହାଡ଼ ଉପରେ ରହିଛି ପୂରାଣ ବର୍ଣ୍ଣିତ ଏହିସିଦ୍ଧେଶ୍ୱରମହାଦେବ ମନ୍ଦିର l ଆଉ ପାହାଡ଼ ପାଦଦେଶରେ ବହି ଯାଉଛି ଚିରସ୍ରୋତା ମହାନଦୀ l
ସ୍ଥାନଟି ଖୁବ୍ ସୁନ୍ଦର ଆଉ ମନମୁଗ୍ଧକର l ପାହାଡ଼ ଉପରେ ଓ ଚତୁଃପାର୍ଶ୍ୱରେ ଥିବା ସବୁଜ ବୃକ୍ଷରାଜି, ପାହାଡ଼ ତଳେ ମହାନଦୀର ନୀଳ ଜଳରାଶି ଆଉ ମୁଣ୍ଡ ଉପରେ ଅନନ୍ତ ନୀଳ ଆକାଶ, ଯେ କୌଣସି ମଣିଷର ମନ ମୋହିନେବାକୁ ଯଥେଷ୍ଟ l ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ l
Spread the love
admin

View Comments

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago