ଲେଖା: ଦେଵ ତ୍ରିପାଠୀ

ସେ ଥିଲେ ସାଧୁ, ଉଦାରବାଦୀ ହିନ୍ଦୁ, କିନ୍ତୁ ଧର୍ମାନ୍ଧତାରୁ ଉର୍ଦ୍ଧ୍ବରେ । ସେ ଜନ୍ମିଥିଲେ ବ୍ରାହ୍ମଣ କୂଳରେ, ବନିଥିଲେ ମଠର ମହନ୍ତ, କିନ୍ତୁ ସେ ମଠ ବ୍ରାହ୍ମଣୀୟ ନ ଥିଲା । ତାଙ୍କ ପାଇଁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଶୁଦ୍ର ସଭିଏଁ ଥିଲେ ସମାନ । ସମସ୍ତେ ଏକାଠି ବସି ଉପାସନା କରିପାରିବେ ! ଉପାସନା ପାଇଁ ତୀର୍ଥଯାତ୍ରା, ଗୋବ୍ରାହ୍ମଣ ପୂଜା, ନିର୍ମାଲ୍ୟ ପ୍ରସାଦ, ଶାଳଗ୍ରାମ ବିଗ୍ରହ, ଦାରୁ ପିତୁଳା ଆଦିର ଆବଶ୍ୟକତା ନାହିଁ ବୋଲି ସେ ଦେଇଥିଲେ ଐତିହାସିକ ପ୍ରବଚନ

ସବୁ ଧର୍ମକୁ ସମ୍ମାନ ଦେଉଥିଲେ, ଭଲ ପାଉଥିଲେ ସେ ସାଧୁ, କିନ୍ତୁ ଧର୍ମାନ୍ତରଣକୁ କରିଥିଲେ ଘୋର ବିରୋଧ । ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କର ଜଗନ୍ନାଥଙ୍କୁ ‘ନିମ୍ବକାଠର ଗଡ’ ଆଖ୍ୟାର କରିଥିଲେ ପ୍ରଚଣ୍ଡ ବିରୋଧ ।

ସେଇ ମହାତ୍ମାଙ୍କର “ଯେ କୃଷ୍ଣ ସେ ଖ୍ରୀଷ୍ଟ” ପରି ମହତ୍ତର ଉପଲବ୍ଧିର ପରିପ୍ରକାଶ ତାଙ୍କୁ ବ୍ରିଟିଶ ସରକାରର ଚକ୍ଷୁଶୂଳ କରାଇଥିଲା । ଜେଲ ବରଣରେ ମ୍ରିୟମାଣ ନ ହୋଇ ବରଂ ଲଭିଥିଲେ ଅନନ୍ୟ ଅନୁଭୂତି ଆଉ ଉପଲବ୍ଧି ।

ଜେଲ ଜୀବନର ଉପଲବ୍ଧି ସହିତ, ଜନସାଧାରଣଙ୍କୁ ଧର୍ମାନ୍ଧତାର ଅନ୍ଧକାରରୁ ନିଷ୍କୃତି ଦେବା, ଜୀବନବାଦର ବ୍ୟାଖ୍ୟାନ ତଥା ସେସମୟର ସାମାଜିକ, ଧାର୍ମିକ ଓ ଶିକ୍ଷାବ୍ୟବସ୍ଥା ଉପରେ ଗଭୀର ଆଲୋକପାତ ଏବଂ ସଂସ୍କାର ଉଦ୍ଦେଶ୍ୟରେ ସେ ପ୍ରତିଷ୍ଠା କରିଥିଲେ ଭାରତର ପ୍ରଥମ ପତ୍ରିକା “କୁଜୀବର ପତ୍ର” । ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହି ହାତଲେଖା ପତ୍ରିକା ସୃଷ୍ଟି କରିଥିଲା ସାମାଜିକ ଉଦ୍-ବେଳନ, ସୁସ୍ଥ ଧାର୍ମିକ ଆନ୍ଦୋଳନ ଓ ନବଜାଗରଣର ଅୟମାରମ୍ଭ । ମସି ମାଧ୍ୟମରେ ହିଁ ଆରମ୍ଭ ହୋଇଥିଲା ଭାରତର ପ୍ରଥମ ସଂଗ୍ରାମ ଧାର୍ମିକ ଅରାଜକତା ବିରୁଦ୍ଧରେ, ଦୁର୍ଦ୍ଧର୍ଷ ବ୍ରିଟିଶ ସରକାର ବିରୁଦ୍ଧରେ

କଟକ ଚୌଦ୍ୱାରର କୁଜୀବର ଆଶ୍ରମର ସୀମାସରହଦ ଟପି ପରିବ୍ୟାପ୍ତ ହୋଇଥିଲା ତତ୍କାଳୀନ ଉତ୍କଳ ଭୂଖଣ୍ଡ । ଆଖିଖୋଲିଦେଇଥିଲା ରୁଢିବାଦୀ ବ୍ରାହ୍ମଣ ମାନଙ୍କର, ବଦଳାଇଥିଲା ବିଦ୍ୱେଷୀ ବ୍ରିଟିଶମାନଙ୍କର ମାନସିକତା ।

ସମୟକ୍ରମେ ବ୍ରିଟିଶ ପଣ୍ଡିତମାନଙ୍କ ହାତରେ ହିଁ କୁଜୀବର ପତ୍ର ପାଇଥିଲା ଇଂରାଜୀ ସଂସ୍କରଣର ରୂପ । ସୃଷ୍ଟି ହେଲା ଭାରତର ସର୍ବପ୍ରଥମ ସମ୍ବାଦପତ୍ର ଓଡ଼ିଶାମାଟିରୁ ପ୍ରକାଶିତ ହେବାର ଗୌରବମୟ ଇତିହାସ । ଓଡିଶା ଅନ୍ୟ ରାଜ୍ୟମାନଙ୍କ ଠାରୁ ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଅଗ୍ରଣୀ ଭାବରେ ହେଲା ମହିମାମଣ୍ଡିତ

ସେହି ମହାନ ସାଧୁ ସୁନ୍ଦର ଦାସଙ୍କ କୁଜୀବର ପତ୍ର ଆଜି ମୃତ, କିନ୍ତୁ ନୀତିନିଷ୍ଠ, ମାନବବାଦୀ ସମାଜ ସଂସ୍କାରକ ତଥା ମସିଧାରୀ ସଂଗ୍ରାମୀ ସାଧୁ ସୁନ୍ଦର ଦାସ ଆଜି ଓଡିଆର ଜନମାନସରେ ଚିରଭାସ୍ବର ।

ସେହି ମହାମହନ୍ତଙ୍କ ପାଦପଦ୍ମରେ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ନମନ ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago