~ ବଳଦେବ ଉପାସନା ~
ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ
ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ ବଳଦେବ ଉପାସନା ସହ ଉତ୍କଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ମହନୀୟ ଉପାସନା ଆଦୃତ l ଓଡ଼ିଶାର ପ୍ରାଚୀନ ବଳଦେବ ବିଗ୍ରହଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉ, ଢେଙ୍କାନାଳର ଅଧିଷ୍ଠାତା ଶ୍ରୀ ସିଦ୍ଧବଳରାମ, କେନ୍ଦୁଝରଗଡ଼ର ଶ୍ରୀବଳଦେବଜୀଉ ଅନ୍ୟତମ l
(କେନ୍ଦ୍ରାପଡ଼ା ଇଚ୍ଛାପୁର ଗ୍ରାମରେ ବିଜେ ବଜ୍ରଲେପରେ ଆଚ୍ଛାଦିତ
ବହୁପ୍ରାଚୀନ ମଣିବିଗ୍ରହ ଶ୍ରୀ ସିଦ୍ଧବଳଦେବ ଜୀଉ)
କେନ୍ଦ୍ରାପଡ଼ା ଇଚ୍ଛାପୁର ଗ୍ରାମରେ ବିରାଜିତ ଶ୍ରୀ ସିଦ୍ଧବଳଦେବ ଜୀଉଙ୍କ ମଣିବିଗ୍ରହ ବହୁ ପୁରାତନ l ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ ସିଦ୍ଧଦାସ ନାମକ ଏକ ଗାଈ ଜଗୁଆଳ ମାଟିତଳେ ପୋତି ହୋଇ ରହିଥିବା ବଳଦେବଜୀଉଙ୍କ ମଣିବିଗ୍ରହର ଆବିଷ୍କାରକ ହୋଇଥିବାରୁ ଦିଅଁଙ୍କ ନାମ ପୂର୍ବରୁ ସିଦ୍ଧ ଶବ୍ଦ ଯୋଡ଼ିହେଲା l କଳାପାହାଡ଼ ଭୟରେ ଦିଅଁଙ୍କ ମଣିବିଗ୍ରହ ଅନେକ କାଳ ପର୍ଯ୍ୟନ୍ତ ଭୂଗର୍ଭରେ ଲୁକ୍କାୟିତ ଥିଲେ l କୌଣସି ସମୟରେ ମୂଳମଣି ବିଗ୍ରହଙ୍କ ଉପରେ ବଜ୍ରଲେପ ଦିଆଯାଇ ବିଗ୍ରହଙ୍କ ମୂଳ ଅବୟବକୁ ଢଙ୍କା ଯାଇଥିବାର କେତେକ ଗବେଷକ ମତପୋଷଣ କରନ୍ତି l
(ସପ୍ତଫଣା ଯୁକ୍ତ ଅନନ୍ତ ରୂପେ ଆବାହମାନ କାଳରୁ ଉପାସିତ ଢେଙ୍କାନାଳ ଅଧିଷ୍ଠାତା ଶ୍ରୀ ସିଦ୍ଧବଳରାମ,
ଷଷ୍ଠ ସପ୍ତମ ଶତାବ୍ଦୀ ବେଳକୁ ବଜ୍ରଲେପ ମାଧ୍ୟମରେ ଧବଳମୟ ହଳ ମୂଷଳଧାରୀ ସ୍ୱରୂପରେ ରୂପାନ୍ତରିତ)
ଢେଙ୍କାନାଳର ଶ୍ରୀ ସିଦ୍ଧବଳରାମଙ୍କ ବିଗ୍ରହ ଉତ୍କଳ ବଳଦେବ ଉପାସନାର ଅନ୍ୟତମ ପ୍ରାଚୀନ ନିଦର୍ଶନ l ଏହି ବିଗ୍ରହ ୧୮ଶହ ବର୍ଷର ପ୍ରାଚୀନ ମଣିବିଗ୍ରହ l ଏହାଙ୍କ ପ୍ରାଚୀନତା ତଥା ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର ହୋଇ ପୂଜା ହେବା ବାବଦରେ ବାବାଜୀ ରାମଦାସଙ୍କ ରଚିତ “ବଳଭଦ୍ର ବୋଲି”ରୁ ଅନେକ ତଥ୍ୟ ମିଳେ l
ଏହି ବିଗ୍ରହ ସପ୍ତଫଣାଯୁକ୍ତ ଅନନ୍ତ ଭାବରେ ଆଧୁନିକ ଅନୁଗୁଳ ଜିଲ୍ଲାର ତଳମୂଳଠାରେ ଏକ ଦଶଖମ୍ବ ବିଶିଷ୍ଟ ମଣ୍ଡପରେ ପୂଜା ପାଉଥିଲେ l କେତେକ ଗବେଷକଙ୍କ ମତରେ ଏହି ବିଗ୍ରହ ସପ୍ତଫଣାଯୁକ୍ତ ଅନନ୍ତ ଥିଲେ ପ୍ରାୟ ଷଷ୍ଠ ସପ୍ତମ ଶତାବ୍ଦୀ ମଧ୍ୟରେ ଏହି ଅନନ୍ତ ବିଗ୍ରହଙ୍କୁ ବଜ୍ରଲେପ ଦିଆଯାଇ ଧବଳମୟ ହଳମୂଷଳଧାରୀ ବଳରାମ ରୂପେ ଅର୍ଚ୍ଚନା କରାଗଲା l ଏହି ରୂପେ ବଳରାମ ବିଭିନ୍ନ ସ୍ଥାନରେ ଅର୍ଚ୍ଚିତ ହୋଇ ପରବର୍ତ୍ତୀ ସମୟରେ ଢେଙ୍କାନାଳର ବର୍ତ୍ତମାନର ରାଜବଂଶର ପୂର୍ବଜ ନୃସିଂହ ଭ୍ରମରବରଙ୍କ ଦ୍ୱାରା ଢେଙ୍କାନାଳ ଗଡ଼ରେ ପୂଜିତ ହେଲେ l
(କେନ୍ଦୁଝର ବଂଚୋ ଗ୍ରାମରୁ ଭୂଗର୍ଭରୁ ଆବିଷ୍କୃତ
କେନ୍ଦୁଝର ଗଡ଼ର ରାଷ୍ଟ୍ରଦେବତା ଶ୍ରୀବଳଦେବଜୀଉ)
କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀ ବଳଦେବଜୀଉଙ୍କ ଦାରୁ ବିଗ୍ରହ ବଂଚୋ ଗ୍ରାମରୁ ଆବିଷ୍କାର କରାଯାଉ ମହାରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ୱାରା କେନ୍ଦୁଝରରେ ସ୍ଥାପନ କରାଯାଇଥିଲା l ବଳଦେବ ଜୀଉଙ୍କ ଦାରୁ ବିଗ୍ରହ ବଂଚୋ ଗ୍ରାମରେ ଭୂଗର୍ଭରେ ଲୁକ୍କାୟିତ ଥିଲେ ବୋଲି ସ୍ଥାନୀୟ ଜନଶ୍ରୁତି ପ୍ରଚଳିତ l
(ତ୍ରିଭଙ୍ଗୀ ଠାଣିରେ ଶିଙ୍ଘl ବାଦ୍ୟ ଧାରଣ କରିଥିବା ଏହି କମନୀୟ ବଳରାମ ବିଗ୍ରହ
ବୃନ୍ଦାବନରୁ ଆନୀତ, ଆଠଗଡ଼ ଶ୍ରୀରାଧାଗୋବିନ୍ଦ ଜୀଉ ମନ୍ଦିରରେ ଏହି ବିରଳ ବିଗ୍ରହ ଉପାସିତ)
ଦ୍ୱାପରକାଳୀନ ଗୋପଲୀଳାର ନିଦର୍ଶନ ମାର୍ବଲ ପ୍ରସ୍ତର ନିର୍ମିତ ତ୍ରିଭଙ୍ଗୀ ଠାଣିର ମନୋରମ ବଳରାମ ବିଗ୍ରହ ଆଠଗଡ଼ ରାଧାଗୋବିନ୍ଦ ଜୀଉ ମନ୍ଦିରରେ ଉପାସିତ l ଆଜକୁ ଏକଶହ କୋଡ଼ିଏ ବର୍ଷ ପୂର୍ବେ ଆଠଗଡ଼ ତତ୍କାଳୀନ ରାଜା ଶ୍ରୀକରଣ ବିଶ୍ୱନାଥ ବେବର୍ତ୍ତା ପଟ୍ଟନାୟକଙ୍କ ଦ୍ୱାରା ଏହି କମନୀୟ ବିଗ୍ରହ ବୃନ୍ଦାବନରୁ ଆନୀତ l
Baledeba Upasana Balaram Siddha Baladeva Jew Manibigraha Ayusman Arya
Kendrapada Keonjhar Kendujhar Athagada Dhenkanal Ichhapur Bancho
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago