ଲେଖା: ନିହାର ଶତପଥୀ

ବଡ ରହସ୍ଯଘନ ସେ ସମୟ . . .ଯୌବନର . . !

ଦରବାରୀ ସାହିତ୍ଯର ପୁରୁଣା ଖୋଳପାରୁ ବାହାରି ଆସି ଓଡ଼ିଆ ସାହିତ୍ଯରେ ରାଜ୍ କରୁଥିଲେ . . . ଉସମାନତାରାର ଚିରନ୍ତନ ପ୍ରେମିକ !

ଆଗାମେନନ୍’ର ବିରାଟ କାନଭାସ ତଳେ ବିତର୍କରେ ବିବ୍ରତ ପାର୍ବତୀ . . . ପରେପରେ ଦରବାରର ସାର୍ଥକ ବ୍ଯଙ୍ଗରେ ସମସ୍ତେ ଚୁପ . . .

ଆଉ ଆରମ୍ଭ ହୁଏ ଓଡ଼ିଆ ଆଧୁନିକ ସାହିତ୍ଯରେ ବଦନାମ ହେବାର ଯୁଗ . . .

ବାଟରେ ବାଟରେ ଗୋବରଗଣେଶଠୁ ଚନ୍ଦ୍ରମାର ଚୁଡି ଧାର ନେଇ ବନ୍ଧ୍ୟାଭୂମିରେ ସମୁଦ୍ରସ୍ନାନ ସାରି ଅଳସକନ୍ଯାମାନେ ସାମିଲ ହୁଅନ୍ତି
ବାଦମାନଙ୍କ ବିବାଦରେ . . .
ଲଣ୍ଠନରେ କିଏ ତେଜିଦିଏ ଧର୍ମପଦର ଆତ୍ମା . . .

ଏପଟେ କିନ୍ତୁ ଯାଯାବରଟେ . . .
ଆଜିର ସ୍ମାର୍ଟ କଟକ ନୁହେଁ . . . ସମ୍ଭ୍ରାନ୍ତ ସଂଧ୍ଯାମାନଙ୍କରେ ରହସ୍ଯମୟୀ ଦିଶୁଥିଲା କଟକ ସେତେବେଳେ . . .


ଯେତେବେଳେ ଖିଆଲି ଯାଯାବରଟେ ଆରମ୍ଭ କରିଦେଇଥିଲା ତା’ ସମୟ . . . ତା’ ଢଙ୍ଗରେ . . .
ହଁ ତା’ର କିଛି ହବାର ନଥିଲା . . . ବଦନାମ ହେବା ଛଡା !
ତା’ର କାଳେ କିଛି କହିବାର ଥିଲା . . . ପ୍ରତ୍ଯେକ ଥର, ପୂର୍ବ ଥର ପରି . . !!କଥା ସବୁକାଳେ କଥା ହୁଅନ୍ତି ତା’ ସାଙ୍ଗ ରେ . . . ପାନବଟୁଆ, ଗୁଡି ନଟେଇର ସୂତାରେ ଲବଙ୍ଗଦୀପରେ ବନ୍ଦୀହୁଏ . . . ମହମହ ପାପ . . . ସାଧବପୁଅର . . .

ଗପରେ ଗପରେ ସରିଗଲା ଦିନ
ଗପତ ସରିଲା ନାହିଁ !
ମୋ ଜୀବନ ଗପ,
ଯାହାପାଖେ ପୀରତି ହାରିଲା ନାହିଁ . . . (ମଧୁଶାଳା)

ଆତ୍ମାରେ ସାଧବଟେ. . .ସଉକରେ ଯାଯାବର. . . ହେଲେ ତା’କୁ କଣ ବଦନାମି ବାଧେନା . . . ?
କିଏ ପଚାରି ଥିଲା . . . ? ଅକାଦେମୀ ନା ସଭାମଂଚ !!
କଣ ହାଲ . . . ନୂଆ କଣ ???

ତା’ର କୁଆଡେ ଦେଖେଇବାକୁ ଥିଲା ମଲାଜହ୍ନର ରଙ୍ଗୀନ ଚିତ୍ର . . .
ପାଗଳାଟେ . . . କଥାସବୁକୁ ଗପ ବୋଲି କହେ . . . ଗୀତ ଗାଇ ପାପ କରେ . . .
ଉପନ୍ଯାସ ରେ ପ୍ରେମ କରେ . . . ଆଉ ଗଜଲରେ କାନ୍ଦେ

ମୁଁ ତତେ ଭଲ ପାଇବା ଆଗରୁ
କିଏ ଜାଣିଥିଲା ତତେ
ତୋ ସାଥେ ନଜର ମିଶିବା ଆଗରୁ
କିଏ ଦେଖୁଥିଲା ତତେ . . .
ତୋ ପରି ରୂପସୀ ଅନେକ ମିଳିବେ
ଦୁନିଆ ର ବାଟେଘାଟେ . . .
ମୋ ଗୀତ ଶୁଣିବା ଆଗରୁ ସୁନ୍ଦରୀ
କିଏ କହୁଥିଲା ତତେ . . .      (ଗୀତି ୧୯୬୮)ଗାଲିବ୍’ର ସ୍ବାଭିମାନ . . .
ଭଞ୍ଜଙ୍କ ସମ୍ରାଟପଣ . . .
ଯାଯାବରର ଗଜଲ ପ୍ରେମ . . .ହେଲେ ଏଇଟା ପା ତା’ର ମିନିଟ୍ କିଆ  ପ୍ରେମ . . . ଏଇ ଅଛି . . . ଏଇ ନାହିଁ . . .

ଟିକିଏ ସେନେହ ଲୁଚାଇବା ପାଇଁ
ନାଟକ କରୁଛ ତମେ . . .
ଆଜିକାଲି କିଆଁ ମତେ ହିଁ ଦେଖିଲେ
ଅଚିହ୍ନା ବାରୁଛ ତମେ . . .
ଭାବିଥିଲି ତମେ ଯାଇ ଥିବ ଭୁଲି
ବିଗତ ରଜନୀ କଥା . . .
ଏଇନା ଦେଖୁଛି ପ୍ରଦୀପ ଲିଭାଇ
ହୃଦୟ ଜାଳୁଛ ତମେ . . . (ମଧୁଶାଳା)


ପ୍ରେମିକ ହିସାବରେ ସମୁଦାୟ କଣ ଲୋଡା . . . ହୁଏତ ତା’କୁ ଜଣା
ଏମିତି ବି ହେଇଥିବ . . . ପ୍ରତ୍ଯେକ ଥର . . . ପ୍ରେମ କେମିତି କରିବାକୁ ହୁଏ . . .
ହୁଏତ ତାକୁ ଆସିନଥିବ . . . ତେଣୁ ସେ ସରିଫ ଲୋକ ଙ୍କ ସମାଜ ରେ
ପ୍ରେମିକ ହେବାକୁ ଡରୁଥିବ . . .ଏମିତି ଲୋଡା ନାୟିକାଟିଏ
ଆସି ଯେ ଏକ ରାତି . . .
କାହାଣୀ କହି ବିତାଇ ଦେବ
ହଜାରେ ଏକ ରାତି . . .
ହୃଦୟ ଜାଳି ଲିଭାଇ ଦେବ
ବାସର ଘର ବତୀ
କବରୀ ଖୋଲି ରଚାଇ ଦେବ
ରାତ୍ରି ରେ ଏକ ରାତି . . .

ଆଉ ତା’ର ଏଇ ମିନିଟ୍ କିଆ ପ୍ରେମରୁ ଜନ୍ମନେଲା ଓଡ଼ିଆ ଗଜଲର ପରମ୍ପରା . . . ତା’ ପରି ବଢିଲା . . . ସଭାରେ ନୁହେଁ . . . ମଧୁଶାଳାରେ . . . ରଙ୍ଗମଞ୍ଚରେ . . . ତା ବିନ୍ଦାସପଣ ନେଇ ବେଫିକର ଅନ୍ଦାଜରେ . . .
ଓଡ଼ିଆ ଗଜଲର ଏକକ ପ୍ରେମିକ . . .
ବିଚିତ୍ରବର୍ଣ୍ଣ ସମ୍ରାଟର ଜୀବନ ସଂଗୀତ . . .

ଜୀବନ ଯୁଦ୍ଧରେ ଜିତିଜିତି ମୁଁ ଯେ
ନିଜେ ପୁଣି ଥକିଯାଏ . . .
ହେଲେ ମୁଁ ଆଜି ଉଠୁନି ଏଠୁ
ନିଲାମ ନହେଲା ଯାଏ . . .

ଓଡ଼ିଆ ସାହିତ୍ଯର ବିସ୍ମୟ . . . ପୂଜ୍ଯ ପ୍ରିୟ ଅକ୍ଷୟ ମହାନ୍ତିଙ୍କ ପାଦ ତଳେ ଅନ୍ତରଙ୍ଗ କଳିଙ୍ଗର ପ୍ରଣାମ . . .

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

14 minutes ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago