ଲେଖା: ଦେବ ତ୍ରିପାଠୀ

“ଜୀବନ ପାତ୍ର ମୋ ଭରିଛ କେତେ ମୋତେ,
ନ ଦେଲ କିଛି ବୋଲି କହିବି କି ହେ ଆଉ ?”

ଏକଦା ଏପରି ଅନ୍ତରଭେଦୀ ତଥା ଦୁର୍ମୂଲ୍ୟ ସଙ୍ଗୀତ ଗାନ କରି ସେ ଓଡ଼ିଶାର ସଙ୍ଗୀତପ୍ରେମୀମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ସ୍ତରରେ ଅସୁମାରୀ ଯଶଖ୍ୟାତି ଅର୍ଜନ କରିଥିବା ସେଇ ମହାନ ପ୍ରତିଭାବାନ “ଗୁରୁମା” ଜଣକ ଓଡ଼ିଶାରେ ଜନ୍ମିତ ଗୋଆଲିୟର ଘରାନାର ଜଣେ ଭାରତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରଖ୍ୟାତ ଗାୟିକା; “ନୀଳମାଧବ”, “ସୂବର୍ଣ୍ଣମୂଖୀ” ଭଳି ନ’ଟି ନୂତନ ରାଗ ସୃଷ୍ଟି କରି ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସୃଷ୍ଟି କରିପାରିଛନ୍ତି ସ୍ବତନ୍ତ୍ର ପରିଚୟ ।

ଓଡ଼ିଶା ବାହାରେ ଓଡ଼ିଶାର ସ୍ବର ବନିଯାଇଥିବା ସେଇ ମହାନ ସଙ୍ଗୀତ ସାଧକ ଡ଼ଃ ସୁନନ୍ଦା ପଟ୍ଟନାୟକ । ଉପରୋକ୍ତ ମହାର୍ଘ ଗୀତଟିର ରଚୟିତା ମହାନ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ସୁପୁତ୍ରୀ ।


ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ (ଟାଗୋର ଏକାଡେମୀ) ପୁରସ୍କାର, ଇଣ୍ଡିଆନ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର, ଉତ୍କଳରତ୍ନ ସମ୍ମାନ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ତଥା ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ସଙ୍ଗୀତରେ ଡକ୍ଟରେଟ ହାସଲ କରି ଭାରତୀୟ ସଙ୍ଗୀତ ଜଗତରେ ଏକ ଜାଜ୍ଜ୍ୱଲ୍ୟମାନ ସ୍ଥାନ ଅଧିକାର କରିପାରିଛନ୍ତି ।

ଏହି ମହାନ କଣ୍ଠଶିଳ୍ପୀଙ୍କ ଜୀବନର ସଙ୍ଗୀତମୟ ଯାତ୍ରାକୁ ଭିତ୍ତିକରି ନିର୍ମିତ ହୋଇଥିବା ନୀଳମାଧବ ଚଳଚ୍ଚିତ୍ରଟି ୫୮ତମ ରାଷ୍ଟୀୟ ଚଳଚ୍ଚିତ୍ର ପୁରସ୍କାର ପାଇପାରିଛି ।


ଓଡ଼ିଶାମାଟି ଓ ଓଡ଼ିଆଙ୍କୁ ଧନ୍ୟ ଓ ଗୌରବାନ୍ଵିତ କରାଇଥିବା ଏଇ ମହିୟସୀ ପ୍ରତିଭାଙ୍କୁ ଶେଷଯାଏ କ’ଣ ଦେଲା ଓଡ଼ିଶା ! ତୀବ୍ର ଅଭିମାନରେ, କ୍ଷୋଭରେ ସେ ଚାଲିଗଲେ ! ପରଦେଶରେ ହିଁ ଶବଦାହ କରିଦିଆଗଲା ତାଙ୍କର ! ମୁଠାଏ ପାଉଁଶ ବି ପାଇଲାନି ଓଡ଼ିଶା !

କେବେ ଅନେକ ସ୍ବପ୍ନ ଥିଲା ସୁନନ୍ଦା ପଟ୍ଟନାୟକଙ୍କ ମନରେ। ବିଶେଷ କରି ପୁରୀକୁ ନେଇ ଥିଲା ସେ ସବୁ ସ୍ବପ୍ନ। ପୁରୀରେ ସେ ଗୋଟିଏ ସଂଗୀତ ବିଦ୍ୟାଳୟ ସଦ୍ୟ ଖୋଲିଥିଲେ। ଇଚ୍ଛା ଥିଲା, ନୂଆ ପିଢି ଭିତରେ ତାଙ୍କ ଶୁଦ୍ଧ ସଂଗୀତର ବୀଜ ବୁଣିଯିବା ପାଇଁ। କିନ୍ତୁ ତାଙ୍କ ଅନୁପସ୍ଥିତିରେ ପୁରୀ ବଳିଆପଣ୍ଡାସ୍ଥିତ ତାଙ୍କ ଅନୁଷ୍ଠାନର କବାଟ ଝରକା ବି କ୍ରମେ ଦୁର୍ବୃତ୍ତମାନେ ତାଡ଼ି ନେଲେ। ଶେଷରେ ବିଦ୍ୟାଳୟଟିକୁ ଚଳାଇ ରଖିବାକୁ ତାଙ୍କର ଶକ୍ତି କି ଆଗ୍ରହ ବି ରହିଲା ନାହିଁ।


ଆଉ ଗୋଟିଏ କଥା ବି ସେ ଅତି ଅନ୍ତରଙ୍ଗ ଭାବରେ ଚାହୁଁଥିଲେ ସୁନନ୍ଦା ! ଇଚ୍ଛା ଥିଲା, ତାଙ୍କର କଣ୍ଠସ୍ୱର ଯେହେତୁ ଭାଙ୍ଗି ଭାଙ୍ଗି ଆସୁଛି, ତା’ର ଆଗରୁ ତାଙ୍କର ଗୀତସବୁକୁ ପରପିଢି ପାଇଁ ରେକର୍ଡ଼ କରି ସାଇତିଯିବାକୁ। ସେଥିପାଇଁ ବହୁବାର ଓଡ଼ିଶା ଆସି ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗର ପଦାଧିକାରୀଙ୍କୁ ଭେଟିଥିଲେ ମଧ୍ୟ କୌଣସି ସଫଳତା ମିଳିପାରି ନ ଥିଲା। ଅସାଂସ୍କୃତିକ ଅଧିକାରୀଙ୍କ ଅନାଗ୍ରହ ଯୋଗୁଁ ଶେଷସୁଦ୍ଧା ସମ୍ଭବ ହୋଇପାରି ନଥିଲା ସେ ଇଛା ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago