ଲେଖା: ଶ୍ରୀକାନ୍ତ ସିଂ

ପବିତ୍ର ପ୍ରାଚୀନଦୀ, ଓଡ଼ିଶାର ଗଙ୍ଗା କୁହା ଯାଇପାରେ ବା ସରସ୍ବତୀ; ମହାନଦୀର ଏହି ପବିତ୍ର ଶାଖାନଦୀର ଅବବାହିକାରେ ଅନେକ ପ୍ରାଚୀନ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜି ଗଢ଼ି ଉଠିଥିଲା l ସମୟର ସ୍ରୋତ ଓ କାଳର କଷାଘାତରେ ସେଥି ମଧ୍ୟରୁ ଅନେକ ଆଜି ନିଶ୍ଚିହ୍ନ ଓ ବିବର୍ଣ୍ଣ ଆଉ ଯେଉଁ କେତୋଟି ବଞ୍ଚି ରହିଛି ତାହା ବି ଜୀର୍ଣ୍ଣ ଓ ଶୀର୍ଣ୍ଣ l

ଶୋଭନେଶ୍ୱର ମହାଦେବ ପ୍ରାଚୀତଟର ଏକ ସୁପ୍ରସିଦ୍ଧ ଶୈବ ପୀଠ, ଐତିହ୍ୟପ୍ରେମୀଙ୍କ ନିକଟରେ ଏକ ସୁପରିଚିତ ନାମ l କଟକ ଜିଲ୍ଲା ନିଆଳି ବ୍ଳକର ନିଆଳି ବଜାର ନିକଟରେ ଥିବା ଅନ୍ୟତମ ଏକ ଐତିହାସିକ କୀର୍ତ୍ତିରାଜି ତଥା କଳିଙ୍ଗ ସ୍ଥାପତ୍ୟକଳାର ଶ୍ରେଷ୍ଠ ନିଦର୍ଶନ l

ଏହି ଶୋଭନେଶ୍ୱର ମହାଦେବ ମନ୍ଦିର (Sobhaneswar Temple) ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶୀୟ ଶାସକ ଦ୍ଵିତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା l କେତେକ ଗବେଷକଙ୍କ ମତରେ ଏହି ମନ୍ଦିରଟିକୁ ନାଗବଂଶୀୟ ଶାସକ ବୈଦ୍ୟନାଥ ନିର୍ମାଣ କରିଥିବା କୁହନ୍ତି l ମନ୍ଦିରର ଦକ୍ଷିଣ ପାଖ ପ୍ରବେଶଦ୍ୱାରରେ ଏକ ପଥର ଶିଳାଲେଖରେ ପ୍ରାଚୀନ ଦେବନାଗରୀ ଲିପିରେ ଏହା ଉଲ୍ଲିଖିତ ଥିବା କୁହାଯାଏ l

ମନ୍ଦିର ଗଠନର ଚାରୋଟି ଭାଗ ଯେପରି ବିମାନ, ଜଗମୋହନ, ଭୋଗମଣ୍ଡପ ଓ ନାଟମଣ୍ଡପ ମଧ୍ୟରୁ କେବଳ ବିମାନ ଓ ଜଗମୋହନ ରହିଥିବା ବେଳେ ଭୋଗମଣ୍ଡପ ଓ ନାଟମଣ୍ଡପ ସମ୍ପୂର୍ଣ୍ଣ ଧ୍ବଂସପ୍ରାପ୍ତ l ଅବଶେଷ ରୂପେ କେବଳ କେତୋଟି ଖମ୍ବ ଯାହା ରହିଛି l

ଶୋଭନେଶ୍ୱର ମନ୍ଦିରର ବିମାନଟି ରେଖ ଶୈଳୀରେ ନିର୍ମିତ ହୋଇଥିବାବେଳେ ଜଗମୋହନଟି ପୀଢ଼ ଶୈଳୀରେ ନିର୍ମିତ l ମନ୍ଦିର ବିମାନ ଓ ଜଗମୋହନ କାନ୍ଥରେ ଅନେକ କମନୀୟ କଳାକୃତି ଦେଖିବାକୁ ମିଳେ ଏବଂ ନର୍ତ୍ତକୀ ଓ ଦିଗପାଳଙ୍କ କମନୀୟ ମୂର୍ତ୍ତିମାନ ମଧ୍ୟ ମନ୍ଦିର ଗାତ୍ରରେ ଖୋଦିତ ହୋଇଛି  l ମନ୍ଦିର ଗର୍ଭ ଗୃହର ମୁଖ୍ୟ ଦେବତା ଶିବ ହୋଇଥିବାବେଳେ ମନ୍ଦିର ପରିସରରେ ଅନେକ ବିଷ୍ଣୁ ପ୍ରତିମା ଦେଖିବାକୁ ମିଳେ l ଗର୍ଭଗୃହକୁ ପ୍ରବେଶ ପଥର ଉପରି ଭାଗରେ ନବଗ୍ରହଙ୍କ ମୂର୍ତ୍ତି ରହିଥିବାବେଳେ ଚତୁଃପାର୍ଶ୍ୱରେ ସୁନ୍ଦର କଳାକୃତି ଦେଖିବାକୁ ମିଳେ l

ମନ୍ଦିର ପରିସରରେ ଥିବା ସଂଗ୍ରହାଳୟରେ ଅନେକ ପ୍ରାଚୀନ ମୂର୍ତ୍ତି ସାଇତା ହୋଇ ରଖାଯାଇଛି l ଏହା ମଧ୍ୟରେ ଚତୁର୍ଭୁଜ ବିଷ୍ଣୁ ପ୍ରତିମା ଓ ବରାହ ମୂର୍ତ୍ତି ରହିଥିବା ଦେଖିବାକୁ ମିଳେ l ଏଥିରୁ ଏହା ପ୍ରମାଣିତ ଯେ ଏହି ଶୋଭନେଶ୍ୱର ମନ୍ଦିର ଉଭୟ ହରି ଓ ହରଙ୍କ ଉପାସନାର କେନ୍ଦ୍ରବିନ୍ଦୁ ଥିଲା l

ଶୋଭନେଶ୍ୱର ମନ୍ଦିରର ଅନତି ଦୂରରେ ପ୍ରାଚୀନଦୀ ତଟକୁ ଲାଗି ଚନ୍ଦ୍ରଘଣ୍ଟା ଦେଵୀ ମନ୍ଦିର ଓ ଗ୍ରାମରେ ଗ୍ରାମଦେବୀ ହରଚଣ୍ଡୀ ରହିଛନ୍ତି l ଏହି ଦୁଇ ଚଣ୍ଡୀ ଓ ଚାମୁଣ୍ଡା ମୂର୍ତ୍ତି ମଧ୍ୟ ବହୁ ପ୍ରାଚୀନ l

Spread the love
admin

View Comments

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

3 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago