ଲେଖା: ଦେଵ ତ୍ରିପାଠୀ
“ମାନସ ହଂସ ମୁଁ, ମାନସେ ଯିବି ଉଡ଼ି,
ଭରମେ ଅବିରତ, ମୋ ଦୋଷେ ପଥ ହୁଡ଼ି
ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି
ଲଂଘି ହିମଗିରି ଯିବିଗୋ ବେଳ ଥାଉଁ l
ଜୀବନ ପାତ୍ର ମୋ ଭରିଛ କେତେ ମତେ,
ନ ଦେଲ କିଛି ବୋଲି କହିବି କି ହେ ଆଉ ?
ଜୀବନ ପ୍ରିୟତମ ହରିଛ ମୋ ଭରମ
ତରଣୀ ମୋର ତବ ସାଗରେ ବହିଯାଉ l”
ଡ. ସୁନନ୍ଦା ପଟ୍ଟନାୟକ ଗାଇଥିବା ଏପରି ଅନ୍ତରଭେଦୀ ତଥା ଦୁର୍ମୂଲ୍ୟ ଗୀତଟିର ରଚୟିତା ଥିଲେ ସବୁଜଯୁଗୀୟ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପ୍ରଥିତଯଶା କବି, ନାଟ୍ୟକାର ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ଓଡିଆ ସାହିତ୍ୟ ଜଗତର ଜଣେ ଉଜ୍ବଳ ତାରକା ବୈକୁଣ୍ଠନାଥ ପଟ୍ଟନାୟକ (Baikunthanath Pattanayak) ।
ଉତ୍ତରାୟଣ, ବିଲ୍ଵମଙ୍ଗଲ, କାବ୍ୟସଞ୍ଚୟନ, ଉପେକ୍ଷିତା, ମୁକ୍ତିପଥେ, ଅରୁଣଶ୍ରୀ, ମୃତ୍ତିକା ଦର୍ଶନ ପରି ଅନେକ କାଳଜୟୀ କାବ୍ୟ ଏବଂ କାବ୍ୟନ୍ତିକା ନାଟକ ରଚନା କରି ବୈକୁଣ୍ଠନାଥ ପଟ୍ଟନାୟକ ଓଡ଼ିଆ ସାହିତ୍ୟପ୍ରେମୀଙ୍କର ହୋଇ ପାରିଥିଲେ ଚିରନମସ୍ୟ ।
ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକ । ୧୯୦୪ ସନ ସେପ୍ଟେମ୍ବର ୧୪ ତାରିଖରେ ବଡ଼ମ୍ବାଗଡ଼ରେ ଜନ୍ମିତ ବୈକୁଣ୍ଠନାଥ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କାଳରେ ସାନ୍ନିଧ୍ୟ ଲଭନ୍ତି ସାହିତ୍ୟିକ ଅନ୍ନଦାଶଙ୍କର ରାୟଙ୍କର । ଜୀବନର ମୋଡ଼ ବଦଳରେ ଏଇଠୁ !ଗଠନ ହୁଏ Nonsense Club ଏବଂ ପରେ ପରେ ସବୁଜସାହିତ୍ୟ ଗୋଷ୍ଠୀ। ଅନ୍ନଦା ଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ଶରତଚନ୍ଦ୍ର ମୁଖାର୍ଜୀ, ହରିହର ମହାପାତ୍ର ଆଦିଙ୍କ ସହ ମିଶି ବୈକୁଣ୍ଠନାଥ ମଧ୍ୟ ସ୍ରଜିଚାଲିଲେ ଅମଳିନ ସାହିତ୍ୟକୃତିମାନ ।
ସରଳ, ଲଳିତ, ଗୀତିମୟ ଓ ଭାବବ୍ୟଞ୍ଜକ ଧାରା ଥିଲା ବୈକୁଣ୍ଠନାଥଙ୍କ କବିତ୍ୱର ମୁଖ୍ୟ ! “କବି ପ୍ରେୟସୀ” କବିତାର ଏଇ ଧାଡ଼ି କେତୋଟି ସୂଚାଇ ଦିଏ କବିଙ୍କ ରୋମାଣ୍ଟିକ ଭାବନା !
“ସେ ତ ଆସିଥିଲା ଦିନେ ଏ ସନ ନୀରବ ରାତିରେ
ମୋର ତରୁଣ ମନଟି ଅଧିରେ ଉଠିଲା ମାତିରେ।
ଆସିଲା ଯେସନ ନିଶାର ସ୍ବପନ
ଲୋତକ ପୂରିତ କଜଳ ନୟନ
ସେବା, ମଳିନ ମଳୟ କୁସୁମ ବେଦନା
ବହିଆଣିଥିଲା ଛାତିରେ
ସେ ତ ଆସିଥିଲା ଦିନେ ଏ ସନ ନୀରବ ରାତିରେ ।”
ବୈକୁଣ୍ଠନାଥଙ୍କ ଅସୁମାରୀ ସୃଷ୍ଟି ସମ୍ଭାର ମଧ୍ୟରୁ ଉତ୍ତରାୟଣ କାବ୍ୟଗ୍ରନ୍ଥ ୧୯୬୫ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଲଭେ ।
୧୯୭୯ ସନ ଜାନୁଆର ୨୬ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ଏଇ ପ୍ରଚଣ୍ଡ ପ୍ରତିଭାଶାଳୀ କବି ବୈକୁଣ୍ଠନାଥ ପଟ୍ଟନାୟକ ।
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…
~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…