ଲେଖା: ଶ୍ରୀକାନ୍ତ ସିଂ

ହିରଣ୍ୟଗର୍ଭା ଆମ କଳିଙ୍ଗ-ଉତ୍କଳ, ଆମ ଓଡିଶାର କୋଣ ଅନୁକୋଣରେ ଅନେକ ଐତିହ୍ୟ, ଅନେକ କୀର୍ତ୍ତିରାଜି l ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ସର୍ଵ ପୁରାତନ ଶୈବ ପୀଠ ହେଉଛି କୁଣ୍ଡେଶ୍ୱର ଗ୍ରାମରେ ଥିବା ଅଷ୍ଟମ ଶତାବ୍ଦୀରେ ନିର୍ମିତ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର (Trilochaneswar Temple) l ଏହି ମନ୍ଦିରଟି ଲିଙ୍ଗରାଜ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ନିର୍ମିତ ହୋଇଥିବା ଜଣାଯାଏ l

କୁହାଯାଏ ବାର ଗୋଟି ପୁର ବା ଗ୍ରାମକୁ ନେଇ ନଗ୍ରଟିଏ, କୁଣ୍ଡେଶ୍ୱର ନଗ୍ର ଏବଂ ଏହି କୁଣ୍ଡେଶ୍ୱର ନଗ୍ରର ଅଧିଷ୍ଠାତା ଦେବତା ହେଉଛନ୍ତି ତ୍ରିଲୋଚନେଶ୍ୱର  ଓ ଅଧିଷ୍ଠାତ୍ରୀ ଦେଵୀ ହରଚଣ୍ଡୀ l


ଏହି ତ୍ରିଲୋଚନେଶ୍ୱର ମନ୍ଦିରଟି ଯେତିକି ପ୍ରାଚୀନ ସେତିକି ସୁନ୍ଦର ମଧ୍ୟ l କେଶରୀ ବଂଶୀୟ ଶାସକ ବିଶ୍ୱମ୍ବରଙ୍କ ସମୟରେ ମନ୍ଦିରଟି ନିର୍ମାଣ ହୋଇଥିବା ସ୍ଥାନୀୟ ପୂଜକ ଯାହା କୁହନ୍ତି l ମୁଖ୍ୟ ମନ୍ଦିରଟି ରେଖ ଶୈଳୀରେ ନିର୍ମିତ ହୋଇଥିବାବେଳେ ଜଗମୋହନଟି ପୀଢ଼ ଶୈଳୀରେ ନିର୍ମିତ ହୋଇଛି l

ତ୍ରିଲୋଚନେଶ୍ୱର ମନ୍ଦିରର ଚତୁର୍ପାର୍ଶ୍ୱରେ କେତେକ ଛୋଟ ଛୋଟ ମନ୍ଦିର ରହିଥିବାବେଳେ ଉତ୍ତରପାର୍ଶ୍ଵ କୋଣରେ ତିନୋଟି ଛୋଟ ପୁରାତନ ମନ୍ଦିର ରହିଛି ଏବଂ ଏ ସମସ୍ତ ମନ୍ଦିରରେ ଶିବଲିଙ୍ଗ ପୂଜା ପାଉଛନ୍ତି l


ମନ୍ଦିରଟିରେ ଅତି ସୁକ୍ଷ୍ମ କାରୁକାର୍ଯ୍ୟ ଦୃଷ୍ଟିଗୋଚର ନ ହେଲେ ବି ପାର୍ଶ୍ଵ ଦେବଦେଵୀଙ୍କ ଉପର ଓ ପାର୍ଶ୍ଵଭାଗ ତଥା ରାହୁମୁଖ ପାର୍ଶ୍ୱରେ କେତେକ କାରୁକାର୍ଯ୍ୟ ଦେଖିବାକୁ ମିଳେ l

ସ୍ଥାନୀୟ ପୂଜକଙ୍କ କହିବାନୁସାରେ ମୁଖ୍ୟ ମନ୍ଦିରଟି ପାଖାପାଖି ଛଅ ଫୁଟ ମାଟି ତଳେ ପୋତି ହୋଇ ରହିଛି ଏବଂ ମୁଖ୍ୟ ମନ୍ଦିର ଓ ଜଗମୋହନର ଉପରିଭାଗ ୧୯୭୨ ମସିହାରେ ASI ଦ୍ୱାରା ପୁନଃ ଯୋଡ଼େଇ ହୋଇଛି l


ତ୍ରିଲୋଚନେଶ୍ୱର ମନ୍ଦିରଠାରୁ ଶହେ ଫୁଟ ଦୂରରେ ଅଧିଷ୍ଠାତ୍ରୀ ଦେଵୀ ହରଚଣ୍ଡୀଙ୍କ ମନ୍ଦିର ରହିଛି l ମାଆଙ୍କ ମୂର୍ତ୍ତିଟି ଖୁଵ ପ୍ରାଚୀନ ଓ କମନୀୟ l ତ୍ରିଲୋଚନେଶ୍ୱର ମନ୍ଦିରଠାରୁ ଅଧ କିଲୋମିଟର ଦୂର ସଠଳପୁରଠାରେ ଆଉ ଏକ ପୁରାତନ ଶିବ ମନ୍ଦିର ସିଦ୍ଧେଶ୍ୱର ବିଦ୍ୟମାନ ଅଛନ୍ତି l ସେଠାରେ ପ୍ରାକ ଐତିହାସିକ ଯୁଗର ଏକ ଶକ୍ତି ପୀଠ ସପ୍ତମାତୃକା ମନ୍ଦିର ମଧ୍ୟ ରହିଛି l ମାତ୍ର ଏହି ସପ୍ତମାତୃକା ମନ୍ଦିରରୁ ବାରାହୀଙ୍କର କମନୀୟ ମୂର୍ତ୍ତି, ଗଣେଶ ଓ ବୀରଭଦ୍ରଙ୍କର ମୂର୍ତ୍ତି ଚୋରୀ ଯାଇଥିବା ସ୍ଥାନୀୟ ପୂଜକ କୁହନ୍ତି ଏବଂ ଏ ସମ୍ପର୍କରେ ଅଭିଯୋଗ ମଧ୍ୟ ହୋଇଛି l ଏଠାରେ ଏକପାଦ ଭୈରବଙ୍କ ଏକ ସୁନ୍ଦର ମୂର୍ତ୍ତି ଦେଖୁବାକୁ ମିଳେ l

ଜଗତସିଂହପୁର ଅଲଣାହାଟରୁ ପାଞ୍ଚ କିଲୋମିଟର ଦୂରରେ କୁଣ୍ଡେଶ୍ୱର ଗ୍ରାମରେ ତ୍ରିଲୋଚନେଶ୍ୱର ମନ୍ଦିର ତଥା ଏହି ସମସ୍ତ ଐତିହାସିକ କୀର୍ତ୍ତିରାଜିକୁ ଦେଖିବାକୁ ପାଇ ପାରିବେ l 

Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago